ହେଡଲାଇନସ୍:

ବିଭାଗୀୟ ଅଧିକାରୀ ମାନଙ୍କର ଦାୟିତ୍ବହୀନତା : ଘର ଭିତରେ ପାଣି 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ରାଜ୍ୟ ସରକାରଙ୍କର ବହୁ  ଆଶା ଓ ସ୍ୱପ୍ନ ର ପ୍ରୋଜେକ୍ଟ ବିଜୁ ଏକ୍ସପ୍ରେସ ୱେ । ଜନ ବସତି ଅଂଚଳରେ ଲୋକଙ୍କ ସୁବିଧା ଓ ବର୍ଷା ଜଳ ନିଷ୍କାସନ ପାଇଁ ଏହି ପ୍ରୋଜେକ୍ଟ ରେ ନାଳର ସୁବିଧା ମଧ୍ୟ ରହିଛି । ଏଥିପାଇଁ ଏକ ସୁନ୍ଦର ଡିଜାଇନ ମଧ୍ୟ ରହିଛି । ହେଲେ ପାଇକମାଲ ଅଂଚଳରେ ବିଭାଗୀୟ ଅଧିକାରୀ ମାନଙ୍କର ଦାଇତ୍ଵ ହୀନତା କାରଣରୁ ଏହି ପ୍ରୋଜେକ୍ଟ ରୁ ଲୋକଙ୍କୁ ବର୍ତ୍ତମାନ ହୀନସ୍ତା ହେବାକୁ ପଡୁଛି । ସାମାନ୍ୟ ଟିକିଏ ବର୍ଷରେ ପାଇକମାଲ ବସ୍ତି ଜଳମଗ୍ନ ହୋଇ ପଡୁଛି ।  ଗତ କାଲିଠାରୁ ପାଇକମାଲ ଟାଉନ ର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର କୃପାସିନ୍ଧୁ ଭୋଇ ଙ୍କର ଘର ସମ୍ମୁଖରୁ ପ୍ରାୟ 200 ମିଟର ପର୍ଯନ୍ତ ବର୍ଷା ଜଳ ଭରିଯାଇ ରାସ୍ତା ର ଗୋଟିଏ ପାର୍ଶ୍ୱ ରେ କୃତିମ ପୋଖରୀ ଭଳି ଲାଗୁଥିଲା । ଏଠାରେ PWD ତରଫରୁ ନାଳ ନିର୍ମାଣ କରାଯାଇଛି ହେଲେ ଏହି ନାଳ ନିର୍ମାଣ ପାଇଁ କୋଣସି ପ୍ରକାର ଗାଇଡ଼ ଲାଇନ କୁ ପୁରାଣ କରାଯାଇନାହିଁ । ଯେଉଁଠି ଯେମିତି ଇଛା ହେଲା ନାଳ ନିର୍ମାଣ କରାଯାଇଛି । ଯାହା ଫଳରେ ଲୋକଙ୍କୁ ନାନା ପ୍ରକାର ଅସୁବିଧା ହେଉଥିବାର ଲକ୍ଷ କରାଯାଉଛି । ପୂର୍ବରୁ ଏହି ନାଳ ନିର୍ମାଣ ରେ ବ୍ୟାପକ ଅନିୟମିତତା ହେଇଥିବା ଖବର ଆମେ ଆମ ପୋର୍ଟାଲ ରେ ପ୍ରକାଶ କରିଥିଲୁ ଏବଂ ପାଇକମାଲ ଏମ ଇ ସ୍କୁଲ ରୁ କେନ୍ଦୁଭଟା ଛକ ପର୍ଯନ୍ତ ନାଳର ବର୍ତମାନ ପରିସ୍ଥିତି ବାବଦରେ ମଧ୍ୟ ଅବଗତ କରାଇଥିଲୁ । ହେଲେ ମତେ ଯେତେ ମାଠିବୁ ମାଠ ନିତି ରେ ବିଭଗ ଓ ଏହାର ଅଧିକାରୀ ମାନେ ଚାଲିଛନ୍ତି । ମୁଖ୍ୟ ଛକ ରେ ଡ୍ରେନେଜ ବ୍ୟବସ୍ଥା ନଥିବା କାରଣରୁ  ସାମାନ୍ୟ ବର୍ଷା ହେଲେ ବର୍ତ୍ତମାନ ଅଧିକାଂଶ ଦୋକାନ ଭିତରେ ଆଣ୍ଠୁଏ ପାଣି ଜମା ହେଇ ଯାଉଛି । ବିଭାଗୀୟ ଅଧିକାରୀ ମାନେ ଏହି ସମସ୍ୟା ପ୍ରତି ଅବଗତ ଥାଇ ମଧ୍ୟ କୋଣସି ପଦକ୍ଷେପ ଗ୍ରହଣ ନ କରିବା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି |

0
0
0
s2sdefault