ହେଡଲାଇନସ୍:

ପୋଲିସ ବାହିନୀରେ ୯୦୫ଟି ପଦବୀର ରାଶନାଲାଇଜେସନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୨୦ଟି ଥାନା ଓ ୬ଟି ଫାଣ୍ଡିର  ସାମର୍ଥ୍ୟ ବୃଦ୍ଧି ସହ ସୃଷ୍ଟି ହେବ ନୂଆ ୬ ଥାନା 

ଭୁବନେଶ୍ୱର (ଶାସକ ପ୍ରଶାସକ) ମୁଭୁବନେଶ୍ୱର (ଶାସକ ପ୍ରଶାସକ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୋଲିସ ବାହିନୀରେ ୯୦୫ଟି ପଦବୀର ରାଶନାଲାଇଜେସନକୁ ବା ସୁଵ୍ୟଵସ୍ଥିକରଣକୁ ଅନୁମୋଦନ ଦେଇଛନ୍ତି | ଏହି ନିଷ୍ପତ୍ତି ଫଳରେ ୧୨୦ଟି ଥାନା ଓ ୬ଟି ଫାଣ୍ଡିର  ସାମର୍ଥ୍ୟ ବୃଦ୍ଧି ହେବ ସହ ୬ ଟି ନୂଆ ଥାନା ସୃଷ୍ଟି ହୋଇ ପାରିବ | କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀରେ ଅଧିକ ପୋଲିସ ପର୍ଶନେଲ ଉପଲବ୍ଧ କରାଇବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ ନାଗରିକକୈନ୍ଦ୍ରିକ ସେବା ଓ ଅପରାଧ ନିୟନ୍ତ୍ରଣରେ ଏହି ପୋଲିସ ପର୍ଶନେଲଙ୍କୁ ନିୟୋଜିତ କରାଯିବ | ରାଜ୍ୟ ସରକାରଙ୍କ ବଳିଷ୍ଠ ଓ କଠୋର ପଦକ୍ଷେପକାରଣରୁ ରାଜ୍ୟରେ  ମାଓବାଦୀ କାର୍ଯ୍ୟକଳାପର ଉଲ୍ଳେଖନୀୟ ହ୍ରାସ ପାଇଥିବା କାରଣରୁ ଏହି ରାଶନାଲାଇଜେସନକୁ ବା ସୁଵ୍ୟଵସ୍ଥିକରଣ କରିବା ପାଇଁ ସମର୍ଥ ହୋଇଛନ୍ତି |ଅର୍ଥାତ ମାଓ ଦମନ କାର୍ଯ୍ୟକଳାପ ଦମନରେ ନିୟୋଜିତ ପଦବୀ ଗୁଡିକୁ ସୁନିୟୋଯିତ କରାଯାଇ ବିଭିନ୍ନ ପୋଲିସ ଜିଲ୍ଲାର ଥାନା ଓ ଫାଣ୍ଡିରେ ଅବସ୍ଥାପିତ କରାଯିବ |  ଥାନା ଗୁଡିକର ସାମର୍ଥ୍ୟ ବୃଦ୍ଧି ସହ ନୂଆ ୬ ଟି ଥାନା ସୃଷ୍ଟି ହୋଇ ପାରିବ | ରାଶନାଲାଇଜେସନକୁ ବା ସୁଵ୍ୟଵସ୍ଥିକରଣ ଅର୍ଥାତ ନୂତନ ପଦବୀ ସୃଷ୍ଟି ନକରି  ମୂଳସ୍ଥାନରୁ ପଦବୀଗୁଡ଼ିକୁ ସୁଵ୍ୟଵଵସ୍ଥିତ ଢଙ୍ଗରେ କାର୍ଯ୍ୟରେ  ଅନ୍ୟତ୍ର ନିୟୋଜିତ କାରାଯାଇ ପୋଲିସ ବାହିନୀର ଦକ୍ଷତା ବୃଦ୍ଧି କରାଯିବ | 

ବର୍ତ୍ତମାନ ରାଜ୍ୟରେ ଥିବା ଯେଉଁ ଥାନା ଗୁଡିକର ବାଇଫାରକେଶନ କରାଯାଇ ନୂଆ ଥାନା ଖୋଲାଯିବ ସେଗୁଡିକ ହେଲା ଖଣ୍ଡଗିରି ଥାନା, ଅନୁଗୁଳ ଟାଉନ ଥାନା , ଝାରସୁଗୁଡା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡି ଥାନା | ରାଜ୍ୟର ୨୧ ପୋଲିସ ଜିଲ୍ଲାର ୨୨୦ ଟି ଥାନା ଓ ୬ ଟି ଫାଣ୍ଡିରେ ମାନବସମ୍ବଳ ବୃଦ୍ଧି କରିବାରେ ଏହି ରାଶନାଲାଇଜେସନକୁ ବା ସୁଵ୍ୟଵସ୍ଥିକରଣ ସହାୟକ  ହେବ |

ଦେଖନ୍ତୁ କେଉଁ ପୋଲିସ ଜିଲ୍ଲାକୁ ଉପଲବ୍ଧ ହେବେ କେତେ ପୋଲିସ କର୍ମଚାରୀ |

 

0
0
0
s2sdefault