ଭୁବନେଶ୍ୱର(ଶାସକ ପ୍ରଶାସକ) ପଣ୍ୟ ପରିବହନକାରୀମାନଙ୍କୁ ରେଳପଥ ସହଯୋଗରେ ପଣ୍ୟ ପରିବହନ କରିବା ନିମନ୍ତେ ଆକୃଷ୍ଟ କରିବା ପାଇଁ ରେଳପଥ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଜନା ନିକଟରେ ଆରମ୍ଭ କରିଛି l ଏହି ପ୍ରୋତ୍ସାହନ /ଲାଭ, କରାଯାଇଥିବା ପରିବହନ /ଯୋଜନା ମାର୍ଗଦର୍ଶିକା ଅନୁଯାୟୀ ଗୁଡ଼ସ ସେଡ ଏବଂ ସାଇଡିଂ ଠାରେ ଯୋଗାଇ ଦିଆଯାଏ l ଏହି ପ୍ରୋତ୍ସାହନ ଯୋଜନା କୁ ନୂଆ ପଣ୍ୟ ପରିବହନକାରୀମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଆହୁରି ଅଧିକ କୋହଳ କରାଯାଇଛି l
ପୂର୍ବରୁ ଫ୍ଲାଇ ଆଶ ସମାନ ରୂପେ ବସ୍ତା ରେ ଭର୍ତ୍ତି ହୋଇ ବୋଝେଇ ହେବା କ୍ଷେତ୍ର ରେ ରିହାତି ଦିଆଯାଉଥିଲା l ବର୍ତ୍ତମାନ ରେଲୱେ ବୋର୍ଡ ଖୋଲା ୱାଗନ ରେ ଖୋଲା/ଅଧିକ ପରିମାଣ ର ଫ୍ଲାଇ ଆଶ ବୋଝେଇ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି l ମୁକ୍ତ ୱାଗନ (ବସ୍ତା କିମ୍ୱା ଖୋଲା/ଅଧିକ ପରିମାଣ ର ପ୍ୟାକିଂ) ଓ ଫ୍ଲାଟ ୱାଗନ ଗୁଡିକ ପାଇଁ ଲାଗୁ ହେଉଥିବା ରିହାତି NTR(ସାଧାରଣ ଟ୍ରାଫିକ ରେଟ ) ପାଇଁ 40% ରିହାତି ଏବଂ ୱାଗନ କୁ ଘୋଡାଇ ରଖିବା, ବସ୍ତାରେ ପ୍ୟାକିଂ କରିବା ପାଇଁ ଅନୁମତି ମିଳିବ ଏବଂ LR1(ନିମ୍ନତମ ଦର ଦେଇଥିବା )ଶ୍ରେଣୀ ଙ୍କ NTR ଙ୍କୁ ଏଥିପାଇଁ ଶୁଳ୍କ ଦେବାକୁ ହେବ l
ଫ୍ଲୋର ରେଟ ଓ ଲିଡ଼ ପାଇଁ କୌଣସି ପ୍ରତିବନ୍ଧକ ନାହିଁ l କିନ୍ତୁ ବସ୍ତା ରେ ଥିବା ମାଲ କ୍ଷେତ୍ରରେ ଏଗୁଡିକ ସମାନ ମାନକ ଆକାର ର ହେବା ଉଚିତ ଏବଂ ଅଧିକ ପରିମାଣ ର ମାଲ କ୍ଷେତ୍ର ରେ ଏଗୁଡ଼ିକରେ ଜଳ ସିଞ୍ଚନ କରାଯିବା ଉଚିତ ଏବଂ ତାରପୋଲିନ ଦ୍ଵାରା ଢଙ୍କା ଯିବା ଦରକାର l ରାଜ୍ୟ /କେନ୍ଦ୍ର ସରକାର ଙ୍କ ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧୀୟ ନିୟମ ରେ ଥିବା ସର୍ତ୍ତ ପାଳନ କରୁଥିବା ର ସୁନିଶ୍ଚିତ କରିବାକୁ ହେବ l ଏହି ନିର୍ଦ୍ଦେଶାବଳୀ 8, ଅଗଷ୍ଟ 2020 ଠାରୁ କାର୍ଯ୍ୟକାରୀ ହେବ l
ଏହା ବ୍ୟତୀତ, ରେଲୱେ ବୋର୍ଡ ମଧ୍ୟ ଦୈନିକ ୱାଗନ ପ୍ରତି 500 ଟଙ୍କା ହିସାବ ରେ ଥିବା ଷ୍ଟାବିଙ୍ଗ ଦେୟ କୋହଳ କରିଛନ୍ତି l ଏଥିପାଇଁ 18 ମେ 2020 ରୁ 31 ଅକ୍ଟୋବର 2020 ପର୍ଯ୍ୟନ୍ତ କଣ୍ଟେନର ଟ୍ରାଫିକ ନିମନ୍ତେ କୌଣସି ଷ୍ଟାବିଙ୍ଗ ଦେୟ ଆଦାୟ କରାଯିବ ନାହିଁ l ଏହା ଅତିରିକ୍ତ, ରେଲୱେ ବୋର୍ଡ ଖାଲି କଣ୍ଟେନର ଓ ଖାଲି ଫ୍ଲାଟ ୱାଗନ ର ଚଳାଚଳ ପାଇଁ ପ୍ରତି TEU ପାଇଁ ହଲେଜ ଦେୟ ରେ 25% କୋହଳ କରି, ବୋଝେଇ ଥିବା କଣ୍ଟେନର ଚଳାଚଳ ପାଇଁ ହଲେଜ ଦେୟ ରେ ପ୍ରତି TEU ପ୍ରତି 5% ରିହାତି ମଂଜୁର କରିଛନ୍ତି l ଏହା 4 ଅଗଷ୍ଟ 2020 ରୁ 30 ଏପ୍ରିଲ 2020 ପର୍ଯ୍ୟନ୍ତ ବଳବତ୍ତର ରହିବ l
ପଣ୍ୟ ପରିବହନ ଉପଭୋକ୍ତାଙ୍କ ଲାଭ ପାଇଁ ପୂର୍ବରୁ 14 ପଣ୍ୟ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହେଉଥିଲା ଏବଂ ବର୍ତମାନ ଏହା ସହିତ ଆହୁରି ତିନୋଟି ଅଧିକ ପଣ୍ୟ ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯାଇଛି ଯାହାକି ନିଶ୍ଚିତ ରୂପେ ଅଧିକ ଉପଭୋକ୍ତାଙ୍କୁ ରେଳ ମାଧ୍ୟମରେ ସେମାନଙ୍କ ର ମାଲ ପରିବହନ କରିବା ନିମନ୍ତେ ଆକୃଷ୍ଟ କରିବାପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ l ଭାରତୀୟ ରେଳ ର ୱେବସାଇଟ ପରିଦର୍ଶନ କରି ତଥା ପୂର୍ବତଟ ରେଳପଥ ର ଯେକୌଣସି ଗୁଡ଼ସ ସେଡ ରୁ, ଏହି ପଣ୍ୟ ପ୍ରୋତ୍ସାହନ ସମ୍ବନ୍ଧରେ ଅଧିକ ବିସ୍ତୃତ ରୂପେ ଜାଣିହେବ l
--