ହେଡଲାଇନସ୍:

ଆଖି ନାହିଁ, ଆଉ ଆଖି ସାଜିଥିବା ଜୀବନସାଥୀକୁ ବି ପକ୍ଷାଘାତ : ଅସହାୟ ରଘୁ ପ୍ରଶାସନର ଦ୍ୱାରସ୍ଥ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 " ସମସ୍ତଙ୍କ ଦୁଃଖ ବୁଝୁଛନ୍ତି ଉପଜିଲ୍ଳାପାଲ, ମୋ ଦୁଃଖ ବି ନିଶ୍ଚୟ ବୁଝିବେ "

ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ  ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗଙ୍କ  ଏକ ଦୁଃଖଦ କାହାଣୀ । ଜନ୍ମ ରୁ ଦୁଇ ଆଖି ନଷ୍ଟ । ବହୁ ବାଧା ବିଘ୍ନ ସାମ୍ନାକରି କଷ୍ଟେ ମଷ୍ଟେ ବଡୁଟିଏ ହେଲେ । ପ୍ରଜାପତି ଘଟସୂତ୍ରରେ ଭଗବାନ ଙ୍କ ନିର୍ଦେଶାମୁତାବକ ବାହାଟିଏ ମଧ୍ୟ ହୋଇଥିଲେ । ଏଣୁତେଣୁ ତଥା ଭିକ୍ଷାବୄତ୍ତି କରି ପରିବାର ପୋଷଣ କରୁଥିଲେ । ହେଲେ ଦଇବ ସହିପାରିଲା ନାହିଁ | ପକ୍ଷାଘାତରେ ଏବେ ତାଙ୍କ ସ୍ତ୍ରୀ ଶଯ୍ୟାଶାୟୀ  । ସରକାରୀ ଦିବ୍ୟାଙ୍ଗ ଭତ୍ତା ଓ କିଛି ଯୋଗାଣ ଚାଉଳ ହିଁ ତାଙ୍କର ଜୀବନ ବଂଚିବାର ରାହା ହୋଇଛି ।  ହେଲେ କଣ ହେବ ମୁଣ୍ଡ ଗୁଂଜିବାକୁ ଯାଗା ଖଣ୍ଡିଏ ନାହିଁ , ବାର ଦୁଆର ଶୁଣ୍ଢି ପିଣ୍ଢା ହୋଇ ଦିନ ବିତି ଚାଲିଛି । ରଘୁଙ୍କ ଦୁଃଖ ଶୁଣିବାକୁ କେହିନାହାନ୍ତି, ପଞ୍ଚାୟତରେ ଲୋକପ୍ରତିନିଧି ତଥା ସରକାରୀ ବାବୁଙ୍କୁ ଗୁହାରି କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ । କିଛି ସାହାଯ୍ୟ ପାଇବା ଆଶାନେଇ ଅସହାୟକୁ ସାହାଯ୍ୟ  କରୁଥିବା ପଦ୍ମପୁର ଉପଜିଲ୍ଲାପାଳ ମହୋଦୟଙ୍କ ପାଖକୁ ଆସି ଲିଖିତ ଭାବରେ ତାଙ୍କର ଅସୁବିଧା ବିଷୟରେ ଜଣାଇଛନ୍ତି । ରଘୁ ନାଗ ବ୍ୟକ୍ତିଗତ ଭାବରେ ଉପଜିଲ୍ଲାପାଳଙ୍କୁ ଚେଷ୍ଟା କରିଥିଲେ ହେଁ କରୋନା କଟକଣା ଯୋଗୁଁ ସେ ଉପଜିଲ୍ଲାପାଳଙ୍କ ଅଭିଯୋଗ ବାକ୍ସରେ ନିଜ ଅଭିଯୋଗ ପତ୍ର ଦେଇଛନ୍ତି । ଅସହାୟଙ୍କ ଗୁହାରି ଶୁଣଂତି ବୋଲି ଉପ ଜିଲ୍ଲାପାଳଙ୍କ ବିଷୟରେ ବହୁତ ଶୁଣିଛନ୍ତି, ଆଉ ସେଇ ଭରସାରେ ଆସି ଗୁହାରି ବାକ୍ସରେ ଗୁହାରି ରଖି ଆସିଛନ୍ତି ରଘୁ |  ସିଲେଟପାଲିର ଏହି ଦିବ୍ୟାଙ୍ଗ ରଘୁ ନାଗଙ୍କୁ ମୁଣ୍ଡ ଗୁଂଜିବାକୁ ଉପଜିଲ୍ଲାପାଳ ବାସଗୃହଟିଏ ଯେ କୌଣସି ଯୋଜନାରେ ସାମିଲ କରି ଦେବେ ବୋଲି ଲୋକମାନେ ଆଶାବ୍ୟକ୍ତ  କରିଛନ୍ତି ।

0
0
0
s2sdefault