ହେଡଲାଇନସ୍:

ପ୍ଲାଜମା ଦାନ କରିଥିବା ଦୁଇଜଣ ଙ୍କୁ ପ୍ରଶାସନ ର କୃତଜ୍ଞତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)/ଝାରସୁଗୁଡ଼ା। ରାଉରକେଲା ସ୍ଥିତ ଆଇଜିଏଚ୍ ରେ କୋରୋନା ସଂକ୍ରମଣ ରୁ ସୁସ୍ଥ ହୋଇ ଝାରସୁଗୁଡ଼ା ର ଦୁଇ ଜଣ ବ୍ୟକ୍ତି ତାଙ୍କର ପ୍ଲାଜମା ଦାନ କରିଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି। କୋରୋନା ସଂକ୍ରମଣ ରୁ ସୁସ୍ଥ ହେବାର ୨୮ ଦିନ ପରେ ଉକ୍ତ ବ୍ୟକ୍ତି ନିଜ ପ୍ଲାଜମା ଦାନ କରି ପାରିବେ ଏବଂ ଏହି ପ୍ଲାଜମା ରୁ ଗୁରୁତର କୋରୋନା ରୋଗୀ ସୁସ୍ଥ ହୋଇପାରୁଥିବାରୁ କୋରୋନା ରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିମାନେ ତାଙ୍କର ପ୍ଲାଜମା ଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା। ଝାରସୁଗୁଡ଼ା ର ଦୁଇ ଜଣ ପ୍ଲାଜମା ଦାନ କରିଥିବା ବ୍ୟକ୍ତି ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୃତଜ୍ଞତା  ଜ୍ଞାପନ କରାଯାଇଛି ହେଲେ ପ୍ଲାଜମା ଦାନ କରିଥିବା ବ୍ୟକ୍ତି ଙ୍କ ନାମ ପ୍ରକାଶ ନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଖବର ରୁ ପ୍ରକାଶ ଯେ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ  ହ୍ୱାଟ୍ସଅପ ଗୃପରେ ପ୍ଲାଜମା ଦାନ କରିଥିବା ଦୁଇଜଣ ବ୍ୟକ୍ତି ଙ୍କ ନାମ ଓ   ଫଟୋ ପୋଷ୍ଟ କରିଥିବା ବେଳେ ପରେ ତାକୁ ଡିଲିଟ କରି ନାମ ଓ ଫଟୋ ପ୍ରକାଶ ନ କରିବାକୁ ଅନୁରୋଧ କରିଛନ୍ତି।

0
0
0
s2sdefault