ହେଡଲାଇନସ୍:

"ଶିକ୍ଷାଗତ ଯୋଗ୍ୟତା ନଥାଇ ଅଫିସରେ ହୋଇଛନ୍ତି ଥଇଥାନ " !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅତିଶୀଘ୍ର ବଦଳି ପାଇଁ ଏସପିଙ୍କ ନିକଟରେ ଦାବୀ 

କିଏ ଦେଉଛି ବର୍ଷବର୍ଷ ଧରି ପ୍ରୋତ୍ସାହନ ତାହାକୁ ନେଇ ଉଠୁଛି ସାଧାରଣରେ ଅନେକ ପ୍ରଶ୍ନବାଚୀ 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନକୁ ମାଡି ବସିଥିବା ତଥା ବିନା ଶିକ୍ଷାଗତ ଯୋଗ୍ୟତାରେ ଅଫିସରେ ଥଇଥାନ ହୋଇଥିବା ପୋଲିସ କର୍ମଚାରୀଙ୍କ ଅତିଶୀଘ୍ର ବଦଳି ପାଇଁ ଦାବୀ କରିଛନ୍ତି ସୂଚନା ଅଧିକାର କର୍ମୀ ଗଜେନ୍ଦ୍ର ସିଂ  | ଆଜି ଏହି ପରିପ୍ରେକ୍ଷୀରେ ଗଜେନ୍ଦ୍ର ସୁନ୍ଦରଗଡ଼ ଏସପି ସାଗରୀକା ନାଥଙ୍କୁ ମେଲ ଯୋଗେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ ଓଡିଶା ପୋଲିସ ନିୟମର କେମିତି ଖୋଲାଖୋଲି ଉଲଙ୍ଘନ ହୋଇଛି ସେ ସମ୍ୱନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି | ଗଜେନ୍ଦ୍ର ତାଙ୍କ ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ ସୁନ୍ଦରଗଡ଼ ପୋଲିସ ଜିଲ୍ଲାର ପ୍ରାୟ ସମସ୍ତ ବିଭାଗରେ କିଛି ପୋଲିସ କର୍ମଚାରୀ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନକୁ ମାଡିବସି ଏକଛତ୍ରବାଦ ଶାସନ ଚଳାଇଥିବା ବେଳେ କିଛି ବିନା ଶିକ୍ଷାଗତ ଯୋଗ୍ୟତାରେ ଅଫିସରେ ଥଇଥାନ ହୋଇ କାର୍ଯ୍ୟ କରୁଛନ୍ତି | ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନକୁ ଚୌକିକୁମାଡି ବସିଥିବା ତଥା ବିନା ଶିକ୍ଷାଗତ ଯୋଗ୍ୟତାରେ ଅଫିସରେ କାର୍ଯ୍ୟ କରୁଥିବା ଯୋଗୁଁ ସେମାନେ ନିଜକୁ ନିଜେ ସର୍ବେସର୍ବା ବୋଲି ଭାବୁଥିବା ବେଳେ ଜନସାଧାରଣଙ୍କ ସ୍ୱାର୍ଥକୁ ମଧ୍ୟ ହେୟଜ୍ଞାନ ମନେ କରୁଛନ୍ତି |  ଏବଂ ବିଭିନ୍ନ ସମୟରେ ଗ୍ରାମାଞ୍ଚଳରୁ କୌଣସି ଅସୁବିଧା ସମ୍ବୁଖିନ ହୋଇ କାଳେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ  ଗୁହାରୀ ଜଣାଇଲେ ନ୍ୟାୟ ପାଇବା  ଆଶା ବିଶ୍ୱାସ ନେଇ ଆସୁଥିବା ଜନସାଧାରଣଙ୍କୁ ନାହିଁ ନଥିବା ହଇରାଣ କରିବା ଠାରୁ ଆରମ୍ଭ କରି ଘଣ୍ଟା ଘଣ୍ଟା ଧରି ତାଙ୍କୁ ବାହାରେ ଛିଡ଼ାକରି ବଡ଼ ବଡ଼ିଆ ଲୋକଙ୍କୁ ପ୍ରଥମେ ଅଧିକାରୀଙ୍କୁ ଭେଟିବା ପାଇଁ ଦିଅନ୍ତି ଏବଂ ଭୁଲି ଯାଇଥାନ୍ତି ମାନବିକତା ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଉଠିଛି ଅନେକ ପ୍ରଶ୍ନ  ! ବର୍ତ୍ତମାନ ଦେଖିବା ପାଇଁ ଗଲେ  ଯେଉଁ ଯେଉଁ କର୍ମଚାରୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ ଅଳ୍ପ ବିଦ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ସ୍ୱାଭାବିକ ହୋଇ ପଡ଼ି ଥିବା ବେଳେ ଏହି ବିଭାଗରେ ଅନେକବର୍ଷ ଧରି ଚୌକିକୁ ଜାବୁଡ଼ି ଧରି କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଭାବନ୍ତି ତାଙ୍କର ପୌତୃକ ସମ୍ପତ୍ତିର୍  ଚୌକି ବୋଲି ଜିଲ୍ଲାର ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଓଡିଶା ପୋଲିସ ନିୟମ ଅନୁଯାୟୀ ଜଣେ କନେଷ୍ଟେବଲ କିମ୍ବା ହାବିଲଦାର ଗୋଟିଏ ସ୍ଥାନରେ ଦୁଇ ରୁ ୩ ବର୍ଷ ରହିବାର ନିୟମ ରହିଥିବା ବେଳେ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଥିବା କର୍ମଚାରିଙ୍କୁ ଅଫିସରେ ନିଯୁକ୍ତି କରିବାର ପ୍ରାବଧାନ ରହିଛି | ହେଲେ ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ ତାହାର ଖୋଲାଖୋଲି ଉଲଙ୍ଘନ ହେଉଥିବା ପରିଲକ୍ଷିତ ହୋଇଛି | ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସହକାରୀ ଷ୍ଟେନୋ ଭାବେ ନିୟୋଜିତ କର୍ମଚାରୀ  ୧୫ ବର୍ଷ ରହିଥିବା ବେଳେ ଫୋନ ଡ୍ୟୁଟିରେ ରହିଥିବା କର୍ମଚାରୀ ୧୦ ବର୍ଷ ରହିଲେଣି | ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଡାକ ଦାୟିତ୍ୱରେ ଥିବା କର୍ମଚାରୀ ୧୦ ବର୍ଷ, ପୋଲିସ ବାରାକର କେଂଟିନ ସହାୟକ ଭାବେ କାର୍ଯ୍ୟରତ ହାବିଲଦାର ୭ ବର୍ଷ, ନକ୍ସଲ ବିରୋଧୀ ସେଲରେ ନିୟୋଜିତ ଦୁଇ ଜଣ କର୍ମଚାରିଙ୍କ ମଧ୍ୟରେ ଜଣେ ୮ ବର୍ଷ ଓ ଜଣେ ୯ ବର୍ଷ ରହିଲେଣି | ସେହିପରି ଥାନାରେ ନିଯୁକ୍ତି ପାଇଥିବା ସତ୍ତ୍ୱେ ବାରାକ ଅଫିସର ଆରଏସଆଇ ବିଭାଗରେ କାର୍ଯ୍ୟରତ କନେଷ୍ଟେବଳ  ୧୩ ବର୍ଷ, ଏମଭି ବିଭାଗରେ କାର୍ଯ୍ୟରତ କର୍ମଚାରୀ ୧୦ ବର୍ଷ,  ଜିପି ଗୋଦାମ ଦାୟିତ୍ୱରେ ଥିବା କର୍ମଚାରୀ ୫ ବର୍ଷ, ବାରାକ ନୀରିକ୍ଷକଙ୍କ ଫୋନ ଦାୟିତ୍ୱରେ ଥିବା ଦୁଇ ଜଣ କନେଷ୍ଟେବଳ ମଧ୍ୟରୁ ଜଣେ ୧୦ ବର୍ଷ ଏବଂ ଅନ୍ୟ ଜଣେ ୫ ବର୍ଷ ରହିଲେଣି | ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ୯ ବର୍ଷ, ଫୋର୍ସ ରାଇର୍ଟ ହାବିଲଦାର ୮ ବର୍ଷ ବିତାଇଛନ୍ତି  | ୨ ଫୋର୍ସ ସେକ୍ସନ ରାଇର୍ଟ ୫ବର୍ଷ, ବାରାକ ପୋଷାକ ଗୋଦାମ ଦାୟିତ୍ୱରେ ଥିବା କର୍ମଚାରୀ ୭ ବର୍ଷ, ସାଇବର ସେଲ ସ୍ୱତନ୍ତ୍ର ସ୍କ୍ୱାଡ଼ରେ ଥିବା ହାବିଲଦାର ୬ ବର୍ଷ ବିତାଇ ସାରିଛନ୍ତି | ସେହିପରି ଡିସିଆରବି ସିସିଟିଏନଏସ ସେଲକୁ ଜଣେ କନେଷ୍ଟେବଳ ୭ ବର୍ଷ ଧରି ମାଡି ବସିଥିବା ବେଳେ ୨୦୧୮ ରେ ନିଯୁକ୍ତି ପାଇଥିବା ତଥା ସ୍ୱଳ୍ପ ଶିକ୍ଷାଗତ ଯୋଗ୍ୟତା ଥିବା ଜଣେ କନିଷ୍ଠ ମହିଳା କନେଷ୍ଟେବଳଙ୍କୁ ସିସିଟିଏନଏସ ଭଳି ସମ୍ବେଦନଶୀଳ ବିଭାଗରେ ୬ ମାସ ହେଲା ନିୟୋଜିତ କରାଯାଇଛି | ଯାହାଦ୍ଵାରା ଅନେକ ନିଷ୍ଠାବାନ ଓ ଉଚ୍ଚ ଶିକ୍ଷିତ ପୋଲିସ କର୍ମଚାରୀ ମାନଙ୍କ ମଧ୍ୟରେ ହତାସାଭାବ ସୃଷ୍ଟି ହେଉଥିବା ପରିଲକ୍ଷିତ ହୋଇଛି  | ତେଣୁ ରାଜ ସିଂହାସନ ଭଳି ଗୋଟିଏ ସ୍ଥାନକୁ ବର୍ଷ ବର୍ଷ ଧରି ମାଡି ବସିଥିବା ତଥା ବିନା ଶିକ୍ଷାଗତ ଯୋଗ୍ୟତାରେ ଅଫିସରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଅତିଶୀଘ୍ର ଅନ୍ୟତ୍ର ବଦଳି କରିବା ପାଇଁ ସୂଚନା ଅଧିକାର କର୍ମୀ ଗଜେନ୍ଦ୍ର ଦାବୀ କରିଛନ୍ତି | ତାସହିତ ଉକ୍ତ ସ୍ମାରକପତ୍ରର ଏକକିତା ନକଲ ରାଜ୍ୟ ପୋଲିସ ମହାନିର୍ଦେଶକଙ୍କ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି |

0
0
0
s2sdefault