ହେଡଲାଇନସ୍:

କୃଷି ହିଁ ଆମ ଜୀବନ ଧାରଣର ମୁଖ୍ୟ ଉତ୍ସ : ଡ଼ ଅରୁଣ ସାହୁ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"କୋଭିଡ-୧୯ ମହାମାରୀ ସଂକ୍ରମଣର ଏକ ଘଡିସନ୍ଧି ମୁହୂର୍ତରେ ଜୀବନ ଓ ଜୀବିକାର ଏକମାତ୍ର ସମ୍ଭାବନା କ୍ଷେତ୍ର ହେଲା କୃଷି ।  ନିଜ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଓଡ଼ିଆ ନିଜକୁ ନିଜ ହିଡ଼ ମାଟିରେ ମନୋନିବେଶ କରି ପ୍ରଶସ୍ତ କୃୃଷି କ୍ଷେତ୍ରରେ ଥିବା ପର୍ଯ୍ୟାପ୍ତ  ଆୟପନ୍ଥାକୁ ଆପଣାନ୍ତୁ । କୋଭିଡ଼-୧୯ ମହାମାରୀ ସମସ୍ତ ସତର୍କତା ପାଳନ କରି କୃଷି କ୍ଷେତ୍ରରେ ନିଜର ସୌଭାଗ୍ୟ ପରିବର୍ତ୍ତନ  କରି ସ୍ୱାବଲମ୍ବୀ ହେବା ସଙ୍ଗେସଙ୍ଗେ ରାଜ୍ୟ କୃଷିର ଉନ୍ନତି ଓ ପ୍ରଗତିରେ ସାଜନ୍ତୁ ଅଗ୍ରଗଣ୍ୟ ଭଗୀରଥ |" 

ଭୁବନେଶ୍ୱର /ଶାସକ ପ୍ରଶାସକ : ଗହ୍ମା ପୂନେଇଁରେ କୃଷକ ଏବଂ ଗୋପାଳକମାନଙ୍କୁ  ପ୍ରଣାମ ପ୍ରଣାମ ଜଣାଇ ସେମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ରାଜ୍ୟ କୃଷି କୁଷକ ସଶକ୍ତିକରଣ, ମତ୍ସ୍ୟ ପଶୁପାଳନ ମନ୍ତ୍ରୀ ଡ଼ ଅରୁଣ ସାହୁ | ଏହି ଅବସରରେ ଗୋପୂଜା କରି ମନ୍ତ୍ରୀ ଡ଼ ସାହୁ ଦେଇଛନ୍ତି ଗୋ ସମ୍ପଦ ବିକାଶର ବାର୍ତ୍ତା |  

ଡ଼ ସାହୁ ଆଜି ଗହ୍ମା ପୂନେଇଁ ଉପଲକ୍ଷେ ଏକ ସୁନ୍ଦର ବାର୍ତ୍ତାରେ କହିଛନ୍ତି "ଯୁଗେ ଯୁଗେ ପ୍ରକୃତି ପୂଜା ଓ ପର୍ବପର୍ବବାଣୀ  ଆମ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ହୋଇ ରହିଆସିଛି । ମାଟି ମା’ର ଅନୁକୂଳର ପର୍ବ ଅକ୍ଷୟ ତୃତୀୟା  ଠାରୁ ଆରମ୍ଭ କରି ମକର ସଂକ୍ରାନ୍ତି ଯାଏ ସବୁ ପର୍ବ କୃଷି ଭିତିକ ଓ କୃଷି କାର୍ଯ୍ୟ ସହିତ ସମ୍ପୃକ୍ତ । ଆଜି ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା । ପବିତ୍ର  ଗହ୍ମା ପୂର୍ଣ୍ଣିମା , ଜଗତ ଈଶ୍ୱର, ହଳ ମୁଷଳଧାରୀ ପ୍ରଭୁ ବଳଭଦ୍ରଙ୍କର ଜନ୍ମଦିନ । ଗୋମାତା ପୂଜନ , ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ଝୁଲଣ ଯାତ୍ରା ଏବଂ ସର୍ବୋପରି ଭାଇଭଉଣୀ ସ୍ନେହ, ଶ୍ରଦ୍ଧା ସମ୍ପର୍କର ଅତୁଟ ବନ୍ଧନର ପର୍ବ ରକ୍ଷାବନ୍ଧନ । ଏକ ପବିତ୍ର ପୂଜ୍ୟପୂଜାର  ଦିନ । ଗହ୍ମାର ଅର୍ଥ ହେଲା ଗୋ ମାତା ଅନ୍ୟ ଏକ ଅର୍ଥ ହେଲା ଗଭୀରମୁହାଁ ଲଙ୍ଗଳ । ଆଜିର ଦିନରେ କୃଷି ପରିବାରରେ କୃଷିରେ ସହାୟତା କରୁଥିବା ବଳଦ,  ଲଙ୍ଗଳ, କୋଡ଼ି,  କୋଦାଳ, ଶଗଡ଼ ଘରେ ଘରେ ପୂଜା କରାଯାଏ । ସମୟର ଗୁରୁଣ୍ଡି ଚାଲିରେ ଅବଶ୍ୟ ସବୁ କିଛି ବଦଳି ଯାଇଛି ।  ହଳ ବଳଦର ସ୍ଥାନ ନେଇଛି  କଳ ଲଙ୍ଗଳ ଓ ପାୱାର ଟିଲର । ପୁରୁଣା ଦିନ ହଜି ଯାଇଛି ସ୍ମୃତି ରହିଯାଇଛି । କୃଷି ସଂସ୍କୃତିର ଏହି ମହାନ ସମ୍ବତ୍ସରର ଆଧ୍ୟାତ୍ମିକତା  ମାର୍ଗ ଓ ଦର୍ଶନ ଆଜି ବି ବଂଚିଛି | ଏହା ପ୍ରତି କୃଷି ପରିବାର ଏବେ ବି ଘରେ ଘରେ ପୂଜିତ ଓ ବିଦିତ । ଏହି କୃଷିଭିତିକ ପର୍ବ ଗହ୍ମାପୁନେଇ ଓ ରକ୍ଷାବନ୍ଧନର ଏହି ମହାର୍ଘ୍ୟ ଅବସରରେ ରାଜ୍ୟର ସମସ୍ତ କୃଷି ପରିବାରକୁ  ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଗହ୍ମାପୁର୍ଣିମା  ସୌଭାଗ୍ୟ ପୁର୍ଣିମା ନାମରେ ଅଭିହିତ । ଏହି କ୍ରମରେ ଆମ ରାଜ୍ୟର କୃଷକ ସମାଜକୁ ମୋର ବିନମ୍ର ସନ୍ଦେଶ , କୋଭିଡ-୧୯ ମହାମାରୀ ସଂକ୍ରମଣର ଏକ ଘଡିସନ୍ଧି ମୁହୂର୍ତ୍ତରେ ଜୀବନ ଓ ଜୀବିକାର ଏକମାତ୍ର ସମ୍ଭାବନା କ୍ଷେତ୍ର ହେଲା କୃଷି ।  ନିଜ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଓଡ଼ିଆ ନିଜକୁ ନିଜ ହିଡ଼ ମାଟିରେ ମନୋନିବେଶ କରି ପ୍ରଶସ୍ତ  କୃୃଷି କ୍ଷେତ୍ରରେ ଥିବା ପର୍ଯ୍ୟାପ୍ତ ଆୟପନ୍ଥାକୁ ଆପଣାନ୍ତୁ । କୋଭିଡ଼-୧୯ ମହାମାରୀ ସମସ୍ତ ସତର୍କତା ପାଳନ କରି କୃଷି କ୍ଷେତ୍ରରେ ନିଜର ସୌଭାଗ୍ୟ ପରିବର୍ତ୍ତନ  କରି ସ୍ୱାବଲମ୍ବୀ ହେବା ସଙ୍ଗେସଙ୍ଗେ ରାଜ୍ୟ କୃଷିର ଉନ୍ନତି ଓ ପ୍ରଗତିରେ ସାଜନ୍ତୁ ଅଗ୍ରଗଣ୍ୟ ଭାଗୀରଥ ।" ବୋଲି ଅନୁରୋଧ କରିଛନ୍ତି ମନ୍ତ୍ରୀ ଡ଼ ସାହୁ | 

0
0
0
s2sdefault