ହେଡଲାଇନସ୍:

୫ ପଞ୍ଚାୟତ କାର୍ଯ୍ୟ ନିର୍ବାହୀଙ୍କୁ ନିଲମ୍ୱନ କଲେ ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର,(ଜୟଶଙ୍କର ଦାଶ):କାର୍ଯ୍ୟରେ ଅବହେଳା, ଅନିୟମିତତା, ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡିବା କାରଣ ପାଇଁ ୫ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ  ରଂଜନ କୁମାର ଦାସ କାର୍ଯ୍ୟରୁ ନିଲମ୍ୱନ କରିଚ୍ଥନ୍ତି ।  ଶୁକ୍ରବାର ଜିଲ୍ଲାପାଳ  ଶ୍ରୀ ଦାସ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ମାନଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିଚ୍ଥନ୍ତି ।  ସୁକିନ୍ଦାବ୍ଲକ  ହତୀବାରି ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୈାଭାଗ୍ୟ କୁମାର ରାଉତ ନିୟମିତ ବିଭିନ୍ନ ବୈଠକରେ ଅନୁପସ୍ଥିତ ରହିବା, କାର୍ଯ୍ୟରେ ଅବହେଳା ପାଇଁ ଗୋଷ୍ଠୀ  ଉନ୍ନୟନ ଅଧିକାରୀ, ସୁକିନ୍ଦାଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ  ନିଲମ୍ୱନ କରିଚ୍ଥନ୍ତି ।  ସେହିପରି ସୁକିନ୍ଦା ବ୍ଲକ  ପିଙ୍ଗଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱରେ ଥିବା ହୃଷିକେଶ ସିଂ ନିଜ ପୂର୍ବ ସ୍ଥାନ ରସୁଲପୁର ବ୍ଲକର ଟିକରପଡା ପଞ୍ଚାୟତ ଦାୟିତ୍ୱରେ ଥିବାବେଳେ ସାମାଜିକ ସୁରକ୍ଷା ଯୋଜନାରେ ୮୦ ହଜାର ଟଂକା ତୋଷାରପାତ ଓ ପିଙ୍ଗଳ ପଞ୍ଚାୟତରେ କାର୍ଯ୍ୟରେ ଅବହେଳା ପାଇଁ, ଦଶରଥପୁର ବ୍ଲକ  ଖାନନଗର ଓ ଶୁଶୁବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ମଲ୍ଲିକ ଓ ଦୁଦୁରାଅନ୍ତା ଓ ଦତ୍ତପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆର୍.ସି. ଲୋକମାନ ଖାଁ ଙ୍କୁ କାର୍ଯ୍ୟରେ ଅବହେଳା, ସରକାରୀ ତହବିଲ ସଠିକ ଭାବେ ପରିଚାଳନା ନ କରିବା, ସାମାଜିକ ସୁରକ୍ଷା ଯୋଜନାର ବଳକା ଭତ୍ତା ଅର୍ଥକୁ ତହବିଲରେ ଜମା ନ କରିବା ଓ ଗ୍ରାମୀଣ ଗୃହ ନିର୍ମାଣର ହିତାଧିକାରୀଙ୍କ ସଠିକ ସମୟରେ ବିଲ ନ କରିବା କାରଣରୁ ଏବଂ ଦାନଗଦୀ ବ୍ଳ୍କ ଚାନ୍ଦିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁ ପ୍ରସାଦ ଧୀର ଅକୁରପାଳ ଗ୍ରାମ କଂକ୍ରିଟ୍ ରାସ୍ତା ନିର୍ମାଣ ବିଲ୍ ପୈଠ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଜେଲରେ ଥିବାରୁ ଜିଲ୍ଲାପାଳ  ଶ୍ରୀ ଦାସ ନିଲମ୍ୱିତ କରିଚ୍ଥନ୍ତି ।  ନିଲମ୍ୱନ ପରେ ଏହି ୫ କର୍ମଚାରୀଙ୍କ ହେଡକ୍ୱାର୍ଟର ଜିଲ୍ଲା  ପଞ୍ଚାୟତ କାର୍ଯ୍ୟାଳୟକୁ ଧାର୍ଯ୍ୟ କରାଯାଇଚ୍ଥି ।  ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ   ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ ବି.ଡି.ଓ. ମାନଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳଙ୍କୁ ଏହି ୫ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ୱନ କରିବାକୁ ସୁପାରିଶ କରିଥିଲେ ବୋଲି ଜିଲ୍ଲାପାଳ  ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ସୂଚନା ଦେଇଚ୍ଥନ୍ତି ।  

 

0
0
0
s2sdefault