ହେଡଲାଇନସ୍:

ଆଜି ୫୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ୭୭୯ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଦିନକରେ ସର୍ବାଧିକ ୬ ,୪୨ ,୫୮୮ ନମୁନା ପରୀକ୍ଷା

ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୫,୦୭୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୭୭୯  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୬,୩୮,୮୭୧  ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୫,୪୫,୩୧୮  ଜଣ | ଏ ଯାବତ ଦେଶରେ ୧୦,୫୭,୮୦୬  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୩୫,୭୪୭ ରେ ପହଂଚିଛି | 

କୋଭିଡ ମୁକାବିଲା ପାଇଁ ଦେଶରେ  ଟେଷ୍ଟିଙ୍ଗ , ଟ୍ରାକିଙ୍ଗ ଏବଂ ଟ୍ରିଟମେଣ୍ଟକୁ ଵ୍ୟଵପକ ଭାବେ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି |  ନମୁନା ପରୀକ୍ଷା ଦୈନିକ ୧୦ ଲକ୍ଷକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ଅନ୍ତର୍ଗତ ଗତ ୨୪ ଘଣ୍ଟା ଭିତରେ ଦେଶରେ ସର୍ବାଧିକ ୬ ଲକ୍ଷରୁ ଉର୍ଧ୍ଵ ନମୁନା ପରୀକ୍ଷା କରାଯାଇଛି | 

 ତଥ୍ୟ ଅନୁଯାୟୀ ,ଗତକାଲି ଅର୍ଥାତ ୨୮ ତାରିଖରେ ସାରା ଦେଶରେ ୪,୦୮,୮୫୫ ନମୁନା ପରୀକ୍ଷା  ହୋଇଛି |  ୨୬ ତାରିଖରେ  ୬ ,୪୨ ,୫୮୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୭ ତାରିଖରେ ୫,୨୮,୦୦୦ ନମୁନା ପରୀକ୍ଷା ହୋଇଥିଲା  | ଏ ଯାବତ ସାରା ଦେଶରେ ୧,୮୮,୩୨,୯୭୦   ନମୁନା ପରୀକ୍ଷା ହେଲାଣି | 

0
0
0
s2sdefault