ହେଡଲାଇନସ୍:

ମୟୂରଭଞ୍ଜ :ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଅଭିଯୋଗ ଆଣି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ଉପସଭାପତି ପ୍ରଶାନ୍ତ ମହାକୁଡ଼ ଓ ଜିତୁ ଶିବାନନ୍ଦ, ସାଧାରଣ ସମ୍ପାଦକ ମାନସ ବେହେରା, ସମ୍ପାଦକ ରାକେଶ ମହାନ୍ତି, ବାରିପଦା ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର ଓ ଉପସଭାପତି ଏସକେ ରାଜା ଖାନ, ଛାତ୍ର ନେତା ରବୀନ୍ଦ୍ର ସାହୁ, ଯୁବ ନେତା ଅମରେଶ କୁମାର ସିଂ, ଛାତ୍ରନେତା ରତିକାନ୍ତ ଦାସ, ସୌମ୍ୟରଞ୍ଜନ ସାହୁ, ସଞ୍ଜୟ ମହାନ୍ତ, ଶମ୍ଭୁନାଥ ରଣା ସ୍ୱପ୍ନଜିତ୍ ସାହୁ, ଏମଡ଼ି ଇସ୍ରାଇଲ, ଦେବାଶିଷ ନାଏକ ପ୍ରମୁଖ ଉକ୍ତ ଗଣଧାରଣା ଓ ବିକ୍ଷୋଭ ସମାବେଶରେ ଯୋଗ ଦେଇଥିଲେ । ସେନାର ଜିଲ୍ଲା ସଭାପତି ଶ୍ରୀମାଇତି ଆଦିବାସୀ ଅଧ୍ୁ୍ୟଷିତ ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟାଧୁନିକ ଚିକତ୍ସାର ବ୍ୟବସ୍ଥା ଦାବିରେ ଆରମ୍ଭ ହୋଇଥିବା ଆନେ୍ଦାଳନରୁ ପଣ୍ଡିତ ରଘୁନାଥ ମୁର୍ମୁ ସରକାର ମେଡ଼ିକାଲ କଲେଜ ପ୍ରତିଷ୍ଠା  ହୋଇଥିଲା । କିନ୍ତୁ ଉକ୍ତ ସରକାରୀ ମେଡ଼ିକାଲ କଲେଜରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବାରୁ ଜନସାଧାରଣ ବଞ୍ଚିତ ହେଉଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟଗୁଡ଼ିକ ସହ ଜିଲ୍ଲାର ୨୬ଟି ବ୍ଲକରେ ରହିଥିବା ଛୋଟବଡ଼ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର, ଫାର୍ମସିଷ୍ଟ, ନର୍ସ ଆଦି ବିଭିନ୍ନ ସ୍ୱାସ୍ଥ୍ୟକର୍ମଚାରୀ ଏବଂ ଆନୁସଙ୍ଗିକ ସୁବିଧା ନ ଥିବା କାରଣରୁ ଜିଲ୍ଲାବାସୀ ସଠିକ୍ ଭାବେ ସ୍ୱାସ୍ଥ୍ୟସବା ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି । ଏବାବଦରେ ଗତ ଫେବୃଆରୀ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦୀର୍ଘ ୪ ମାସର ବ୍ୟବଧାନ ପରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୌଣସି ପରିବର୍ତ୍ତନ ନ ଆସିବା ପରେ ଚଳିତ ଜୁୁୁୁୁୁୁୁୁୁୁୁୁୁୁୁୁୁଲାଇ ୧୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଏ ବିଷୟରେ ଆଲୋଚନା କରାଯିବା ସମୟରେ ସେ ନିଜର ଅକ୍ଷମତା ପ୍ରକାଶ କରିଥିଲେ ।  ତେଣୁ ସେନା ଆଜି ତାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଆଧାରରେ ଶାନ୍ତପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣାରେ ବସିବା ନିମନ୍ତେ ବାଧ୍ୟ ହୋଇଥିଲା ବୋଲି ପ୍ରକାଶ କରିଛନ୍ତି ସେନା ସଭାପତି ଶ୍ରୀମାଇତି । ଏଥି ସହି ଆଗାମୀ ଦିନରେ ଏହି ଆନେ୍ଦାଳନକୁ ଅଧିକ ତୀବ୍ର କରାଯିବ । ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ପରିବର୍ତ୍ତନ ନ ଆସିଲେ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକମାନଙ୍କ ବାସଭବନ ସମ୍ମୁଖରେ ଭଞ୍ଜସେନା ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

 

0
0
0
s2sdefault