ହେଡଲାଇନସ୍:

ଭବିଷ୍ୟତ ରେ ଡାକ୍ତର ହେବି:ସ୍ମୃତିସୁଧା ପ୍ରିୟଦର୍ଶନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡିହି (ଶାସକ ପ୍ରଶାସକ) : ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-2020 ଫଳ ପ୍ରକାଶ ପାଇଛି l  ଏହି ପରୀକ୍ଷାରେ ଆନନ୍ଦପୁର ବ୍ଲକ ଅନ୍ତର୍ଗତ   ପାତାଳଶୁଣି ଉଚ୍ଚ ବିଦ୍ୟାଳୟ, ଜଙ୍ଘାର-ବାଙ୍ଖିଡି, ଅଧିନରେ ଶିକ୍ଷାରତ ସ୍ମୃତିସୁଧା ପ୍ରିୟଦର୍ଶନୀ ବେହେରା ସର୍ବୋଚ୍ଚ 521  (86.83%) ମାର୍କ ରଖି ବିଦ୍ୟାଳୟର ଗୌରବ ଅର୍ଜନ କରିଛନ୍ତି । ପିତା  ସହଦେବ ବେହେରା ଜଣେ ଶିକ୍ଷକ ଓ ମାତା ମିନତୀଲତା ବେହେରାଙ୍କ ନିଜସ୍ୱ ଗ୍ରାମ ହାଟଡିହି ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର । ଏହି ଖବର ପ୍ରକାଶିତ ହେବା ପରେ ନିଜର ପରିବାର ବର୍ଗ, ଗ୍ରାମବାସୀ ଓ ବନ୍ଧୁ ବାନ୍ଧବଙ୍କ ମଧ୍ୟରେ  ଆନନ୍ଦର ଲହରୀ ଖେଳିଯାଇଛି । ସେ  ଜଣେ  ଈଶ୍ବର ବିଶ୍ବାସୀ ଓ ଦିନକୁ ପ୍ରାୟ 10 ରୁ 12 ଘଣ୍ଟା କଠିନ ପରିଶ୍ରମ କରୁଥିଲେ। ପାଠ ପଢିବା ସହିତ ସେ  ମଧ୍ୟ ଜଣେ  ଶାସ୍ତ୍ରୀୟ  ଓଡିଶୀ ସଙ୍ଗୀତ ମହାବିଦ୍ୟାଳୟ, ଆନନ୍ଦପୁରର  ଓଡିଶୀ ନୃତ୍ୟାଙ୍ଗନା ଓ ଶାସ୍ତ୍ରୀୟ ସଙ୍ଗୀତର ଛାତ୍ରୀ ।  ବ୍ଲକସ୍ତରୀୟ ବିଭିନ୍ନ ଗୀତ , କବିତା, ଇତ୍ୟାଦି  ପ୍ରତିଯୋଗିତାରେ ଅଂଶଗ୍ରହଣ କରି   ସେ ମଧ୍ୟ ଅନେକ କୃତିତ୍ବ  ଅର୍ଜନ କରିଛନ୍ତି  ।  ଏହି ସଫଳତାର   ଶ୍ରେୟ ତାଙ୍କୁ ଉତ୍ତମ ମାର୍ଗ ପ୍ରଦର୍ଶନ କରିଆସୁଥିବା   ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅନ୍ଯାନ୍ଯ   ଶିକ୍ଷକଶିକ୍ଷୟିତ୍ରୀ, ଗୁରୁଜୀ,  ଗୁରୁମା, ସମସ୍ତ ଶୁଭାକାଙ୍କ୍ କ୍ଷୀ  ଗୁରୁଜନ, ସହପାଠୀ  ଓ ନିଜର ପିତାମାତାଙ୍କୁ  ଦେଇଛନ୍ତି  । ଭବିଷ୍ୟତ ରେ ଜଣେ ବିଜ୍ଞାନର ଛାତ୍ରୀ ହୋଇ ଡାକ୍ତର ହେବାକୁ ସେ  ଆଶା ରଖିଛନ୍ତି ।

0
0
0
s2sdefault