ହେଡଲାଇନସ୍:

ଜ଼ିଲ୍ଲା ରେ ତ୍ରିଶତକ ପାର କଲା କରୋନା, ପୁଣି ୨୧ଜଣ ପଜିଟିଭ ଚି଼ହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨ ରେ ପହଂଚିଲା  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର  ଜିଲ୍ଲାରେ ବୁଧବାର ପୁଣି ୨୧ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି l ଫଳରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଜ଼ିଲ୍ଲା ରେ ତ୍ରିଶତକ ଅତିକ୍ରମ କରିଛି l ଏହା ସହିତ ସମୁଦାୟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦୨ ରେ ପହଂଚିଛି l ଆଜି ଚି଼ହ୍ନଟ ୨୧ଜଣ ଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଏବଂ ୬ ଜଣ ମହିଳା ରହିଛନ୍ତି l ଚି଼ହ୍ନଟ ଙ୍କ ମଧ୍ୟରୁ  ୧୦ ଜଣଙ୍କୁ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ସମୟରେ  ଚି଼ହ୍ନଟ ହୋଇ ଥିବା ପ୍ରଶାସନ ସୂଚନା ଦେଇଛି l ଚି଼ହ୍ନଟ ମାନଙ୍କ ମଧ୍ୟରେ ମହାନଗର ନିଗମ ଅଞ୍ଚଳ ରୁ ସମୁଦାୟ ୧୪  ଜଣ ରହିଥିବା ବେଳେ କୁଚିଣ୍ଡା  ରୁ ୫ ଜଣ ଏବଂ ମାନେଶ୍ଵର ଏବଂ ଧନକଉଡା ବ୍ଲକ ରୁ  ଜଣେ ଲେଖାଏଁ ରହିଛନ୍ତି l କୁଚିଣ୍ଡା ରୁ ଚି଼ହ୍ନଟ ୫ ଜଣ ମଧ୍ୟରୁ ୨ ଜଣ ୧୭ (ମହିଳା) ଓ ୫୦ (ପୁରୁଷ) ରାମଝାଳି ଗ୍ରାମ  ବାସିନ୍ଦା ରହିଛନ୍ତି l ଅନ୍ୟ ୩ ଜଣ ମଧ୍ୟରୁ ଜଣେ କୁଚିଣ୍ଡା ର ୬୦ (ମହିଳା), ଘୋଷା ର ୪୬ (ପୁରୁଷ) ଓ ସାତକମା ର ୬୦ (ପୁରୁଷ) ରହିଛନ୍ତି l 

  ମହାନଗର ନିଗମ ଅଂଚଳ ରୁ ଚି଼ହ୍ନଟ ୧୪ ଜଣ ମଧ୍ୟରେ ହୀରାକୁଦ ର ୨ ଜଣ ରହିଛନ୍ତି l ସେମାନେ ଦୁହେଁ କାଳୁପଡା ବାସିନ୍ଦା ପୁରୁଷ ଏବଂ ବୟସ ୫୨ ଓ ୨୫ ରହିଛି l ଠିକ ସେହିପରି କ୍ଷେତରାଜପୁର ରୁ ୩ ଜଣ ଚି଼ହ୍ନଟ ମାନେ ହେଲେ ୩୩ (ପୁରୁଷ), ୫୨ (ମହିଳା) ଓ ୩୪ (ପୁରୁଷ) ରହିଛନ୍ତି l କୁଲୁଥକାନି ରୁ ୩୩ (ମହିଳା), ବଡ଼ପଡା, ଅଇଁଠାପାଲି ରୁ ୨୭ (ମହିଳା ),  ଗିରିଶ କଲୋନୀ ରୁ ୭୫ (ପୁରୁଷ), ଜମାଦାରପାଲି ରୁ  ୨୮(ମହିଳା), ତେଲଗୁ ପଡା, ବରେଇପାଲି ରୁ  ୮  (ପୁରୁଷ ), ମାଲିପଡା ବଡ଼ବଜ଼ାର ରୁ ୪୫ (ପୁରୁଷ), ବାଲାଜୀ ନଗର ବରେଇପାଲି ରୁ ୩୩ (ପୁରୁଷ), ସାକ୍ଷୀପଡା ରୁ ୨୬(ପୁରୁଷ) ଏବଂ କାଇଁଶିର ରୋଡ଼ ଅଇଁଠାପାଲି ରୁ ୨୬ (ପୁରୁଷ) ରହିଛନ୍ତି l 

    ସେହିପରି ମାନେଶ୍ଵର ବ୍ଲକ ରୁ ଚି଼ହ୍ନଟ ଜଣକ ୪୩ ବର୍ଷ ପୁରୁଷ ଏବଂ ସେ କଣ୍ଟେଇପାଲି ଗ୍ରାମ ବାସିନ୍ଦା l ଧନକଉଡା ବ୍ଲକ ରୁ ଚି଼ହ୍ନଟ ଜଣକ ଗୋଶାଳା ବାସିନ୍ଦା ପୁରୁଷ ଏବଂ ବୟସ ୩୬ ରହିଛି l 

          ତେବେ ଆଜିର ସମସ୍ତ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି  ଏବଂ ସମସ୍ତ  ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

0
0
0
s2sdefault