ହେଡଲାଇନସ୍:

ମାଟ୍ରିକ୍‍ ପରୀକ୍ଷା ଫଳାଫଳ : କଲରାବାଙ୍କ ହାଇସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଚଳିତବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ  ପରୀକ୍ଷାରେ କଲରାବାଙ୍କ ହାଇସ୍କୁଲ୍‍ ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ୍‍ କରିଛନ୍ତି । ଚଳିତବର୍ଷ ସ୍କୁଲ୍‍ର ମୋଟ ୧୨୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ  ୮୦ଜଣ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍କୁଲ୍‍ର ଛାତ୍ରୀ ସୋନିଆ ସୁଚରିତା ବିଶ୍ୱାଳ ସର୍ବାଧିକ ୯୪% ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଥିବା ବେଳେ ସ୍କୁଲ୍‍ର ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୯୯୮ ମସିହାରେ ପ୍ରତିଷ୍ଠା  ହୋଇଥିବା କଲରାବାଙ୍କ ହାଇସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଦୀର୍ଘ ୧୫ବର୍ଷ ଧରି ମାଟ୍ରିକ୍‍ ପରୀକ୍ଷା ଶତପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି । ସ୍କୁଲ୍‍ର ଏହି ସଫଳତାରେ ଆନନ୍ଦ ପ୍ରକାଶ କରି ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ସମସ୍ତ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି, କଲରାବାଙ୍କ ହାଇସ୍କୁଲ୍‍ ଏକ ଗ୍ରାମାଞ୍ଚଳ ସ୍କୁଲ୍ ହୋଇଥିଲେ ମଧ୍ୟ ଗୁଣାତ୍ମକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ଉପଯୁକ୍ତ ଯତ୍ନ   ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ସମୟପଯୋଗୀ ମାର୍ଗଦର୍ଶନ ସେମାନଙ୍କୁ ଲଗାତାର ଭାବେ ଦୀର୍ଘ ୧୫ବର୍ଷ ଧରି ଏହି ସଫଳତା ଆଣିଦେଇଛି । ଏହି ସଫଳତାରେ ସ୍କୁଲ୍‍ ପରିଚାଳନା କମିଟିର ସମ୍ପାଦିକା ଡ. ଇତି ସାମନ୍ତ ମଧ୍ୟ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । 

 

0
0
0
s2sdefault