ଗୁଣୁପୁର ରୁ ସିଦ୍ଧାର୍ଥ ଦାଶ- ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରେ କରୋନା ଥମିବାର ନାଁ ନେଉନାହିଁ ବରଂ ଅହେତୁକ ଭାବେ ବଢ଼ୁଥିବାରୁ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ରାୟଗଡା ଜିଲ୍ଲାପାଳଙ୍କ ବାରମ୍ବାର ଅନୁରୋଧ ପରେ ବି ଲକ୍ ଡାଉନ ଓ ସଟ୍ ଡାଉନ୍ ରୁ କୋୖଣସି ସୁଫଳ ମିଳୁନଥିବା ବେଳେ କେବଳ ଲୋକଙ୍କ ସଚେତନତା ହିଁ କରୋନା ରୁ ରକ୍ଷା ମିଳିପାରିବ। ଘରୁ ନ ବାହାରିବା , ମାସ୍କ ବ୍ୟବହାର କରିବା , ସାମାଜିକ ଦୁରତ୍ୱ ରକ୍ଷା କରିବା , ବାରମ୍ବାର ସାବୁନ ରେ ହାତ ଧୋଇବା ଓ ପ୍ରଶାସନକୁ ସହଯୋଗ କରିଲେ ପ୍ରଶାସନ ର ନିବେଦନ ସାର୍ଥକ ହୋଇବ । ନଚେତ ଗୁଣପୁର ଉପଖଣ୍ଡରେ କରୋନା ତୃତୀୟ ପର୍ଯ୍ୟାୟକୁ ଆସିଯାଇପାରେ । ୨୩-୦୭-୨୦୨୦ ରୁ ୨୯-୦୭-୨୦୨୦ ପର୍ଯ୍ୟନ୍ତ ଜିଲ୍ଲା ଲକ୍ ଡାଉନ ଓ ସାଟ ଡାଉନ ଘୋଷଣା ହୋଇଛି । ସେହିପରି ଗୁଣପୁର ବ୍ଳକରେ କରୋନା ର ପ୍ରକୋପ ବୃଦ୍ଧି ପାଉଥିବା ରୁ ଗୁଣପୁର ଉପଖଣ୍ଡ ରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ସଂକ୍ରମିତ ସ୍ଥାନରେ ନିସିଦ୍ଧାଞ୍ଚଳ ଘୋଷଣା , ନିସିଦ୍ଧାଞ୍ଚଳର ରୋଗୀଙ୍କୁ ଆମ୍ବୁଲାନ୍ସ ନନେବା , ଜରୁରୀକାଳୀନ ଟିମ ଠିକ୍ ସମୟରେ ନ ଆସିବା ଯୋଗୁଁ ସହରର ଜନ ସାଧାରଣ ନିକଟରେ ସ୍ୱାସ୍ଥ୍ୟସେବା ଅପହଞ୍ଚ ହୋଇପଡ଼ିଛି ।
ସବୁଠୁ ଉଦ୍ ବେଗର ବିଷୟ ଜ୍ୱର , ଥଣ୍ଡା , କାଶ , ଶ୍ଵାସ ,ଝାଡ଼ାବାନ୍ତି ଲକ୍ଷଣରେ କେହି ଚିକିତ୍ସା କରିବାକୁ ପଛଘୁଞ୍ଚା ଦେଉଛନ୍ତି। ସିଧାସଳଖ ମନା ନକଲେ ମଧ୍ୟ ସହଯୋଗ ମିଳୁନାହିଁ । ଜିଲ୍ଲା ପ୍ରଶାସନ ବ୍ଲକକୁ ବ୍ଲକ ବୁଲି ବିସୋଧନ କରାଇବା ଆବଶ୍ୟକ ହୋଇ ପଡିଛି । ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତଙ୍କୁ କରୋନା ପରୀକ୍ଷା ଓ ଶୀଘ୍ର ରିପୋର୍ଟ ପ୍ରକାଶ, ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ନକଲେ ପରିସ୍ଥିତି ଅଣାୟତ ହୋଇପଡ଼ିବ ବୋଲି ସହରର ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।କରୋନା ସଂକ୍ରମଣ ସ୍ଥାନ ରେ କେବଳ ବାଉଁଶ ବ୍ୟାରିକେଟ କରିବା ବ୍ୟତୀତ ଏହି ଅଂଚଳରେ ନିୟମିତ ଫିନାଇଲ ସିଞ୍ଚନ , ବ୍ଲିଚିଙ୍ଗ ପାଉଡର ସିଞ୍ଚନ ଏବଂ ସେନିଟାଇଜିଂ କରାଯାଉ ନଥିବା ସାଧାରଣ ରେ ଅଭିଯୋଗ ହେଉଛି । ଏଠାରେ ପ୍ରଶ୍ନ ଉଠୁଛି , ପୋୖର ପରିଷଦକୁ ଏହି ବାବଦରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଆସୁଥିବା ଆର୍ଥିକ ଅନୁଦାନ ଯାଉଛି କୁଆଡେ ? ତଦନ୍ତ ହେଲେ ପୋୖର ପରିଷଦର ଅନେକ ଗୁମର ପଦାକୁ ଆସିବ । ତେବେ ତଦନ୍ତ କରିବ କିଏ ? ସାଧାରଣ ରେ ଚର୍ଚ୍ଚା ହେଉଛି ଯେ ତୁମେ ଗୁହାରି କରିବ ଯାହାକୁ ସେ ଘଇତା କରିଛୁ ତାହାଙ୍କୁ ।