ହେଡଲାଇନସ୍:

ମୟୂରଭଞ୍ଜ :ପୁଲିସର କଡ଼ା ବ୍ୟବସ୍ଥା ମଧ୍ୟରେ ଜୁଲାଇ ମାସର ସପ୍ତାହାନ୍ତ ସଟ୍ ଡ଼ାଉନ-୪

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଦେ୍ର୍ଧଶ ଅନୁସାରେ କୋଭିଡ଼-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକ୍ଡ଼ାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୋଭିଡ଼-୧୯ ପରିଚାଳନା ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଚଳିତ ଜୁଲାଇ ମାସଠାରୁ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ସପ୍ତାହାନ୍ତ ସଟ୍ ଡ଼ାଉନ ଘୋଷଣା କରିଥିଲେ ଏବଂ ଚଳିତ ଜୁଲାଇ ମାସର ଶେଷ ସପ୍ତାହନ୍ତା ସଟ୍ ଡ଼ାଉନ-୪ର ପ୍ରଥମ ଶନିବାର  ଜିଲ୍ଲାର  ବାରିପଦା ସଦର ସହିତ ପାଞ୍ଚପୀଢ଼, ବାମନଘାଟୀ ଓ କପ୍ତିପଦା ଆଦି ଉପଣ୍ଡଗୁଡ଼ିକରେ ଔଷଧ ଦୋକାନ, କ୍ଷୀର, ପେଟ୍ରୋଲପମ୍ପ ଓ ଏଟିଏମ ଆଦିକୁ ବାଦ ଦେଇ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ  ବନ୍ଦ ରହିଥିଲା । ଜାତୀୟ ରାଜପଥରେ ପରିବହନ ଯାନକୁ ବାଦ ଦେଇ ଅନ୍ୟ ସମସ୍ତ ଗାଡ଼ିମୋଟର ଚଳାଚଳ ପ୍ରାୟତଃ ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା । ବାରିପଦା ପୌରପରିଷଦରେ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିମାନଙ୍କ ବ୍ୟତୀତ ସାଧାରଣ ଜନତାଙ୍କ ଚଳାଚଳ ବନ୍ଦ ରହିଥିଲା । ସେହିପରି ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାମକାର୍ଯ୍ୟ ପ୍ରଭାବିତ ହୋଇଥିଲା । ରାସ୍ତାଘାଟ ପ୍ରାୟତଃ ଜନଶୂନ୍ୟ ରହିଥିଲା ।  କାଁ ଭାଁ ଗାଡ଼ି ମୋଟର ଯାତାୟତ କରୁଥିବା ସମୟରେ ପୁଲିସର ପେଟ୍ରୋଲିଂ ଓ ଚେକିଂ କଡ଼ାକଡ଼ି କରାଯାଇଥିଲା ।   ସେହିପରି ପୁଲିସର ପିସିଆର ଓ ମୋବାଇଲ  ଭ୍ୟାନ ସାଇରନ ବଜାଇ ସହରରେ ଚକ୍କର କାଟୁ ଥିବା ବେଳେ ସିସି ଟିଭି କ୍ୟାମେରା ଲାଗିଥିବା ପିସିଆର ଭ୍ୟାନ ସହରରେ ସଟ୍ଡ଼ାଉନ ନିୟମ ଭଙ୍ଗକାରୀମାନଙ୍କ ଉପରେ କଡ଼ା ନଜର ରଖିଥିଲା । ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ଆଜିର ସପ୍ତାହାନ୍ତ ସର୍ଟଡ଼ାଉନକୁ ଜନସାଧାରଣ ସହଯୋଗ କରିଥିବାର ଦେଖିବାକୁ ମିଳିଛି । କେବଳ ଜରୁରୀ କାର୍ଯ୍ୟ ନଥିଲେ କୌଣସି ବ୍ୟକ୍ତି ବାହାରକୁ ବାହାରି ନାହାନ୍ତି । ଆମେ ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ସେମାନଙ୍କ ସମସ୍ୟାକୁ ବୁଝି ଛାଡ଼ି ଦେଇଛୁ । ଆଜି ସହରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଏସପିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଜଣେ ଏଡ଼ିସନାଲ ଏସପି, ୪ ଜଣ ଡିଏସପି, ୨୨ ଅଫିସର, ୨ ଇନ୍ସପେକ୍ଟର ଓ ୪ ପ୍ଲାଟୁନ ଫୋର୍ସ କାର୍ଯ୍ୟକରୁଥିଲେ । ଏହା କେବଳ ବାରିପଦା ସହରରେ ନୁହେଁ ମୟୂରଭଞ୍ଜର ସମସ୍ତ ଅଞ୍ଚଳରେ ସବୁଠାରେ ଏହି ସପ୍ତାହାନ୍ତ ସଟ୍ଡ଼ାଉନ ଜାରି ରହିଛି  । କୋଭିଡ଼-୧୯ର ସଫଳ ମୁକାବିଲା କରିବାର ଗୋଟାଏ ମାତ୍ର ରାସ୍ତା ରହିଛି । ଅତି ଜରୁରୀ କାର୍ଯ୍ୟ ନ ଥିଲେ ପଦାକୁ ବାହାରନ୍ତୁ ନାହିଁ । ମୁହଁରେ ମାସ୍କ ପିନ୍ଧିବା ସାଙ୍ଗକୁ ସର୍ବନିମ୍ନ ୬ ଫୁଟ ଦୂରତା ରକ୍ଷା କରିବା, ବାରମ୍ବାର ହାତକୁ ସାନିଟାଇଜରରେ ଅଥବା ସାବୁନରେ ଭଲ ଭାବେ ସଫା କରାଇବା ନିମନ୍ତେ ଜନସାଧାରଣଙ୍କୁ ଥାନା ଅଧିକାରୀ ଶ୍ରୀସେନାପତି ଗଣମାଧ୍ୟମ ଜରିଆରେ ପରାମର୍ଶ ଦେଇଛନ୍ତି ।

0
0
0
s2sdefault