ଘୁ.ଉଦୟଗିରି: ଗଗନ କୁମାର ପ୍ରଧାନ: ଗତ ବୁଧବାର ଦିନ ସ୍ବର୍ଗତ ଡାକ୍ତର ସ୍ବପନ କୁମାର ପ୍ରଧାନଙ୍କ ମୃତ ଶରୀର କବର ଦେବାକୁ ନେଇ ଦେଖା ଦେଇ ଥିବା ଆପ୍ରୀତିକର ଘଟଣାକୁରେ ଭାଙ୍ଗି ପଡିଛନ୍ତି ପରିବାର ଏବଂ ମୃତ ଡାକ୍ତରଙ୍କ ଧର୍ମପତ୍ନୀ I କଥାରେ ଅଛି ପୃଥିବୀରେ ଡାକ୍ତର ହେଉଛନ୍ତି ଭଗବାନଙ୍କ ଅବତାର I ସ୍ବର୍ଗତ ଡାକ୍ତର ସ୍ୱପନ କୁମାର ପ୍ରଧାନ ବହୁତ ବର୍ଷ ହେବ ଅଞ୍ଚଳବାସୀଙ୍କୁ ସେବା ଯୋଗାଇ ଆସୁ ଥିଲେ I ତାଙ୍କର ଓଠରୁ ପଦୁଟିଏ କଥା ଶୁଣି ରୋଗୀ ସୁସ୍ଥ ହୋଇ ଫେରି ଯାଉ ଥିଲେ I ତାଙ୍କ କ୍ଲିନିକକୁ ଚିକିତ୍ସା ପାଇଁ ଆସି ପାରୁନ ଥିବା ରୋଗୀଙ୍କୁ ଘରକୁ ଘର ଯାଇ ସେବା କରୁ ଥିଲେ ସ୍ବର୍ଗତ ଡାକ୍ତର ସ୍ବପନ କୁମାର ପ୍ରଧାନ I ଯାହା ପାଇଁ ସେ ଅଞ୍ଚଳରେ ବେଶ ଲୋକପ୍ରିୟତା ମଧ୍ୟ ଅର୍ଜନ କରିଥିଲେ I ତାଙ୍କର ସ୍ୱସ୍ଥ୍ୟ ସେବା ଅରମ୍ଭ ହେବା ଦିନଠାରୁ ଦେହାନ୍ତ ଦିନ ପର୍ଯ୍ୟନ୍ତ ଅର୍ଥାତ ୨୧/୦୭/୨୦୨୦ ତାରିଖ ପର୍ଯ୍ୟନ୍ତ କେତେନା କେତେ ରୋଗୀଙ୍କୁ ସୁସ୍ଥ କରିଥିବେ I କିନ୍ତୁ ଆତି ପରିତାପର ବିଷୟ ସ୍ବର୍ଗତ ଡାକ୍ତର ସ୍ୱପନ କୁମାର ପ୍ରଧାନଙ୍କୁ କାନ୍ଧ ଦେବା ପାଇଁ ଚାରୋଟି ଲୋକ ବାହାରିଲେ ନାହିଁ I କିମ୍ଵା ସ୍ବର୍ଗତ ଡାକ୍ତରଙ୍କ ମୃତ୍ୟୁ ଶରୀରକୁ କବର ଦେବା ପାଇଁ ଭିଟା ମାଟିର କବରସ୍ତାନରେ ସ୍ଥାନ ମିଳିଲା ନାହିଁ I ଯେତେବେଳେ ମୃତ ଦେହ ସ୍ୱର୍ଗତ ଡାକ୍ତରଙ୍କ ନିଜ ଗ୍ରାମରେ ପହଞ୍ଚିଲା ସ୍ଥାନୀୟ ଲୋକ ମାଲିକା ପଡ଼ି କବରସ୍ତାନରେ କବର ଦେବାକୁ ବିରୋଧ କରୁଥିବାର ସ୍ଥାନୀୟ ପ୍ରଶାସନର ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇ ଥିଲା ଏବଂ ଅନ୍ୟତ୍ର ଅର୍ଥାତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନବାଗେରୀ ସ୍ଥିତ ଶ୍ୱସାନରେ କବର ଦେବାକୁ ନିର୍ଦ୍ଧେଶ ଦେଲେ I ଯେତେବେଳେ ଡାକ୍ତରଙ୍କ ମୃତ ଦେହ କନବାଗେରୀ ସ୍ଥିତ ଶ୍ଵସାନରେ ପହଞ୍ଚିଲା ଅଂଚଳରେ ଆତଙ୍କ ଖେଳି ଗଲା I ସ୍ଥାନୀୟ ପ୍ରଶାସନର ନିର୍ଦ୍ଧେଶ କ୍ରମେ କବର ଦେବାକୁ କବର ଜେସିବି ସାହାଯ୍ୟରେ ଗାତ ମଧ୍ୟ ଖୋଳା ଗଲା ହେଲେ ଅଞ୍ଚଳ ବାସୀଙ୍କ ବିରୋଧ ସତ୍ୱେ ସକାଳ ୧୧ ଘଣ୍ଟା ଠାରୁ ପାଖାପାଖି ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାରେ ଅଧା ରାସ୍ତାରେ ମୃତ ଦେହ ଅଟକି ରହି ଥିଲା I ସ୍ଥାନୀୟ ବାସିନ୍ଧାଙ୍କୁ ବୁଝାସୁଝା କରିବା ପାଇଁ ନାକେଦମ ହୋଇ ଥିଲା ପ୍ରଶାସନ I ବହୁ ବିଳମ୍ବରେ ମାଲାଙ୍ଗସୁଗା ଠାରେ ଡାକ୍ତର ସ୍ୱପନ କୁମାର ପ୍ରଧାନଙ୍କ ମୃତ ଦେହକୁ କବର ଦିଆ ଯାଇଥିଲା I ଜଣେ ଡାକ୍ତରଙ୍କ ମୃତ ଦେହ କବରସ୍ତାନରୁ କବରସ୍ତାନ ବୁଲିବା ଅତ୍ୟାନ୍ତ ହୃଦୟ ବିଦାରକ ଘଟଣା ଥିଲା I ଏହି ସମୟରେ ମୃତ ଦେହକୁ କାନ୍ଧରେ ବୋହି ନେବା ପାଇଁ ଦୁଇ ସମ୍ପର୍କୀୟ ଭାଇ, ଭଣଜା, ଝିଅ ଏବଂ ଧର୍ମପତ୍ନୀ ହିଁ ଥିଲେ I ଏହି ଘଟଣା ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଆଜିକାର ଦୁର୍ଦ୍ଧିନ ସମୟରେ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଡାକ୍ତରଙ୍କ ସମେତ ଅନ୍ୟ ସ୍ୱସ୍ଥ୍ୟକର୍ମୀଙ୍କୁ ସରକାରଙ୍କ ତରଫରୁ ଯୋଦ୍ଧାର ଆଖ୍ୟା ଦିଆ ଯାଇଛି I ଏହି ଯୋଦ୍ଧାଙ୍କ ଉପରେ ଆକାଶ ମାର୍ଗରୁ ପୁଷ୍ପବର୍ଷା ମଧ୍ୟ କରା ଯାଉଛି I ସ୍ବର୍ଗତ ଡାକ୍ତର ସ୍ୱପନ କୁମାର ପ୍ରଧାନ ହୁଏତ ସରକାରୀ ଡାକ୍ତର ଖାନାରେ ବର୍ତ୍ତମାନ ସ୍ୱସ୍ଥ୍ୟ ସେବା ଯୋଗାଇ ଥାଇନ ପାରନ୍ତି କିନ୍ତୁ ରୋଗୀନାଙ୍କୁ ସେବା ଯୋଗାଉ ଥିଲେ I ଅତୀତରେ ସ୍ୱର୍ଗତ ଡାକ୍ତର ସ୍ବପନ କୁମାର ପ୍ରଧାନ ସରକାରୀ ଚିକିତ୍ସାଳୟରେ ମଧ୍ୟ ରୋଗୀ ସେବା କରୁଥିବାର ପରିବାର ଲୋକ ସୂଚନା ଦେଇଛନ୍ତି I ତାଙ୍କର ମୃତ୍ୟୁ ପରେ ଏହିପରି ଆସନମାନ କାହିଁକି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I ଏହା ସ୍ଥାନୀୟ ପ୍ରଶାସନର ଅପାରଗତା କି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି I ଯଦି ପ୍ରଶାସନ ସ୍ଥାନୀୟ ଲୋକାଙ୍କୁ ବୁଝସୁଝା କରି ପାରିଲେ ନାହିଁ ଏକ ନିର୍ଦ୍ଧିଷ୍ଟ ସ୍ଥାନ କବର ଦେବା ପାଇଁ ଯୋଗାଇ ପାରି ଥାନ୍ତେ I ଡାକ୍ତରଙ୍କ ମୃତ୍ୟୁ କରୋନା ମହାମାରିରେ ଘଟି ଥିବା ସ୍ଥାନୀୟ ପ୍ରଶାସନ ପାଖରେ ସୂଚନା ଥିଲା କି??? ଯଦି ସୂଚନା ଥିଲେ ମୃତ ଦେହ ପରିବାର ଲୋକଙ୍କୁ କିପରି ଭାବରେ କବର ଦେବା ପାଇଁ ହସ୍ତାନ୍ତର କରାଗଲା?? ବୋଲି ସାନ ଭାଇ ସୁମିତ କୁମାର ପ୍ରଧାନ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି I ଏହା ଅତ୍ୟନ୍ତ ଦୁଃଖଦ ଏବଂ ଆସନମାନ ଜନକ ଘଟଣା ବୋଲି ସମଗ୍ର ଜିଲ୍ଲାରେ ମତ ପ୍ରକାଶ ପାଇଛି I ଅନ୍ୟ ପକ୍ଷରେ ଡାକ୍ତରଙ୍କ ଧର୍ମପତ୍ନୀ (ଓଆରଏସ) ଆସିଷ୍ଟାଣ୍ଟକଲେକ୍ଟର ଭାବରେ କୋରାପୁଟ ଜିଲ୍ଲାରେ କର୍ଯ୍ୟରତ ଅଛନ୍ତି I ଏହି ମହାମାରୀ ସମୟରେ କୋରାପୁଟ ଜିଲ୍ଲା ବାସୀଙ୍କୁ ସେବା ମଧ୍ୟ ଯୋଗାଉ ଥିଲେ I ଯଦି ଡାକ୍ତର ଏବଂ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଏପରି ଘଟଣା ଘଟୁଛି ତାହା ହେଲେ ସାଧରଣ ଜନତାଙ୍କ କ୍ଷେତ୍ରରେ?? ବୋଲି ମତ ପ୍ରକାଶ କରିବା ସହ ଏହା ପ୍ରଶାସନର ବିଫଳତା ବୋଲି ସମାଜସେବୀ ମହମ୍ମଦ ନିଆଉଦ୍ଦିନ ମତ ପ୍ରକାଶ କରିଛନ୍ତି I ସୂଚନା ଅନୁସାରେ ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମର ଡାକ୍ତର ସପନ କୁମାର ପ୍ରଧାନ ଜଣେ ଏମବିବିଏସ ପ୍ରଥମ ଶ୍ରେଣୀ ସରକାରୀ ଚିକିତ୍ସାଧିକାରୀ ରେ ରେନଂ- ୧୨୨୨୦ରେ ଏକ କ୍ଲିନିକ କରି ଅଞ୍ଚଳର ସାଧରଣଙ୍କୁ ବର୍ଷ ବର୍ଷ ଧରି ସେବା ଯୋଗାଇ ଆସୁ ଥିଲେ I ହଠାତ ଡାକ୍ତର ପ୍ରଧାନ ରବିବାର ଦିନ ଅସୁସ୍ଥ ଅନୁଭବ କରିଥିଲେ I ଅଧିକ ଦୁର୍ବଳତା ଅନୁଭଵ କରିବାରୁ ମଙ୍ଗଳବାର ଦିନ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପରିବାର ଲୋକ ନେଇଥିଲେ I ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଫୁଲବାଣୀ ସଦର ଡାକ୍ତର ଖାନାକୁ ସ୍ଥାନାନ୍ତର କରିଥିଲେ I ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଥିଲେ I ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବ ବୋଲି ଆମ୍ବୁଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଥିଲା I ଶେଷରେ ବାଧ୍ୟ ହୋଇ ପରିବାର ଲୋକ ନିଜ କାର ଯୋଗେ ଡାକ୍ତର ସପନ କୁମାର ପ୍ରଧାନଙ୍କୁ ଫୁଲବାଣୀ ଡାକ୍ତର ଖାନାକୁ ନେବା ସମୟରେ ଅଧା ରାସ୍ତାରେ ମୃତ୍ୟୁ ଘଟିଥିଲା I ପରିବାର ଲୋକ ମୃତ ଦେହକୁ ମାଲିକାପଡ଼ି ସ୍ଥିତ ବାସଭବନକୁ ଆଣିଥିଲେ I କିନ୍ତୁ ପ୍ରଶାସନ ପକ୍ଷରୁ ମୃତ ଦେହକୁ ଆନ୍ୟତ୍ର କବର ଦେବା ପାଇଁ ନିର୍ଦ୍ଧେଶ ଦିଆ ଯାଇଥିବା ମୃତ ଡାକ୍ତରଙ୍କ ଭାଇ ସୁମିତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି I ପ୍ରଶାସନର ନିର୍ଦ୍ଧେଶ କ୍ରମେ ଭଣଜା ସୌମ୍ୟକାନ୍ତ ପାତ୍ର, ଭାଇ ସୁମିତ କୁମାର ପ୍ରଧାନ, ବିନୟ ଚନ୍ଦ୍ର ପ୍ରଧାନ, ସ୍ତ୍ରୀ ଏବଂ ଝିଅ ଡାକ୍ତର ସପନ ପ୍ରଧାନଙ୍କ ମୃତ ଦେହକୁ ନେଇ ଘୁ.ଉଦୟଗିରି ବିଜ୍ଞାପିତଅଞ୍ଚଳ ପରିଷଦ ସ୍ଥିତ କନବାଗେରୀ ନାମକ ଗ୍ରାମ ପାଖକୁ କବର ଦେବା ପାଇଁ ଯାଇଥିଲେ I କରୋନା ଆତଙ୍କରେ ଆତଙ୍କିତ ହୋଇ ସ୍ଥାନୀୟ ଲୋକ ମୃତ ଦେହ କବର ଦେବାକୁ ବିରୋଧ କରିଥିଲେ I ସେଠାରେ ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅଟକିବା ପରେ ଡାକ୍ତର ସପନ କୁମାର ପ୍ରଧାନଙ୍କ ମୃତ ଦେହକୁ କବର ଦିଆ ଯାଇଥିଲା I ବର୍ତ୍ତମାନ ସୁଦ୍ଧା ମୃତ ଡାକ୍ତରଙ୍କ ରକ୍ତ ନମୁନାର ରିପୋର୍ଟ ଆସିନ ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି I
ରାଜ୍ୟ
ଏମିତି କେମିତି ଲୋକ ବଦଳିଗଲେ , ବୁଝି ପାରୁନାହାନ୍ତି ପରିବାର
- Hits: 236