ବରଗଡ(ଶାସକ ପ୍ରଶାସକ): ମହାମାରୀ କୋରୋନା ଆଜି ସାରା ବିଶ୍ୱପାଇଁ ଏକ ଚେଲେଞ୍ଜ ଭାବରେ ଉଭା ହେଇଛି । ସରକାର ଏହି ଚାଲେଞ୍ଜ କୁ ଅତି ଦୃଢ଼ ଭାବରେ ମୁକାବିଲା କରୁଛନ୍ତି ଏଥିରେ ସନ୍ଦେହ ନାହିଁ । ଜନସାଧାରଣ ମଧ୍ୟ କୋବିଡ଼ ମୁକାବିଲା ପାଇଁ ସରକାର ଗ୍ରହଣ କରିଥିବା ସମସ୍ତ ପଦକ୍ଷେପକୁ ସବୁବେଳେ ସମ୍ମର୍ଥନ ମଧ୍ୟ କରିଆସୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଆମର ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣ ଙ୍କୁ କୋବିଡ଼ ଲଢେଇରେ ପ୍ରତକ୍ଷ ଭାବରେ ସାମିଲ କରେଇବା ପାଇଁ ଜନସାଧାରଣ ଙ୍କୁ କୋବିଡ଼ ମୁକାବିଲା ପାଇଁ ସହାୟତା ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନିବେଦନକୁ ଅମରାଜ୍ୟର ଜନସାଧାରଣ ସମ୍ମାନ ଜଣାଇ ନିଜର ସାଧ୍ୟ ମତେ ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଠିକୁ ସହଯୋଗ ର ହାତ ବଢାଇଥିଲେ ।
ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଏହି ମହାମାରୀ ସମୟରେ ଲୋକଙ୍କର ପ୍ରତ୍ୟକ୍ଷ ଭାବରେ ଦେଖାଶୁଣା କରିବା ସହିତ ଉପଖଣ୍ଡ ର ପ୍ରତେକ ଜାଗାକୁ ବାରମ୍ବାର ଗସ୍ତ କରିବା ସହିତ ବିଭିନ୍ନ ସମସ୍ୟା ନେଇ ଲୋକଙ୍କର ସହିତ ଆଲୋଚନା କରୁଛନ୍ତି ଓ ସମାଧାନ ମଧ୍ୟ କରୁଛନ୍ତି । ଆଜି ଉପଜିଲ୍ଲାପାଳ ମହାଶୟ ପାଇକମାଲ ତହସିଲ କାର୍ଯ୍ୟାଳୟ ଆଇଥିବା ସମୟରେ ପାଇକମାଲ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କର ନିବେଦନକୁ ସମ୍ମାନ ଜଣାଇ ଓ ସରକାରଙ୍କୁ କୋବିଡ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ଏଗାର ହଜାର ଟଙ୍କାର ସହାୟତା ଚେକ ମାଧ୍ୟମରେ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ସଙ୍ଘର ଶ୍ରୀ ଅନୀଲ କୁମାର କାଳିଆ , ଶ୍ରୀ ପ୍ରଫୁଲ୍ଲ ପାଣିଗ୍ରାହୀ , ଶ୍ରୀ ଶଙ୍କର ଦାଶ , ଶ୍ରୀ ବଡ ସଥପଥୀ ଓ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ଏହି ସହାୟତା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଦେବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।