କୋଭିଡ ପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ କରିବେ ସହାୟତା
ଭୁବନେଶ୍ୱର (ଶାସକ ପ୍ରଶାସକ) : ସମ୍ବଲପୁରରେ କୋଭିଡ ପରିଚାଳନା କାମରେ ସହଯୋଗ କରିବା ପାଇଁ ୨୦୧୪ ବ୍ୟାଚ ଆଇଏଏସ ଦକ୍ଷ ଅଫିସର ଚଂଚଳ ରାଣାଙ୍କୁ ସ୍ୱତନ୍ତ୍ର ଭାବେ ଅବସ୍ଥାପିତ କରାଯାଇଛି | ଶ୍ରୀ ରାଣା ସମ୍ପ୍ରତି ମୟୁରଭଞ୍ଜ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ | ସେ ସମ୍ବଲପୁର ଜିଲ୍ଲାପାଳଙ୍କୁ କୋଭିଡ ପରିଚାଳନାରେ ସହାୟତା କରିବେ | ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି |
ସୂଚାନଯୋଗ୍ୟ ଯେ ସମ୍ବଲପୁରରେ ଅଃଦ୍ଧିକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଗତକାଲି ସୁଦ୍ଧା ସମ୍ବଲପୁରରେ ମୋଟ ୨୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ ୧୧୭ ଜଣ ସୁସ୍ଥ ହୋଇଛନ୍ତି l ୧୧୭ ଜଣ ଚିକିତ୍ସିତ ହେଉଛନ୍ତି l ଆଜି ବି ସମ୍ବଲପୁରରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭କୁ ବୃଦ୍ଧି ପାଇଛି |