ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଦିଲ୍ଲୀରେ ଏମଆଇଏଚଏମ ଦ୍ବାରା ଆୟୋଜିତ ଜାତୀୟ ସ୍ତରୀୟ କୁଇନ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁରର ଝିଅ ଅର୍ପିତା ପୂଜାରୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଖୁବ କମ ଦିନରେ ଆୟୋଜକଙ୍କ ଦ୍ବାରା ଦିଆଯାଇଥିବା ବିଭିନ୍ନ କାମକୁ ସେ ଶେଷ କରିବା ସହ ଅର୍ପିତା ଟାଇଟଲ ବିଜୟିନୀ ହୋଇଛନ୍ତି । ଏମଆଇଏଚଏମ ଦ୍ବାରା ଆୟୋଜିତ ଜାତୀୟ ସ୍ତରୀୟ ଏହି କୁଇନ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କୁ ବିଭିନ୍ନ କାମ ଦିଆଯାଇଥିଲା । ପରେ ୪୮ଜଣଙ୍କ ତାଲିକା ପ୍ରକାଶ ପାଇଥିଲା ବେଳେ ଏଥିରେ ଅର୍ପିତାଙ୍କ ନାମ ରହିଥିଲା। ସଂସ୍ଥା ପକ୍ଷରୁ ତାଙ୍କୁ ସୋସାଇଟି ପାଇଁ କଣ କରି ପାରିବେ ବୋଲି ପ୍ରଶ୍ନ ହୋଇଥିଲା । ଏଥିରେ ସେ ଷ୍ଟ୍ରିଟ ଆନିମଲ ଓ ସେଭ ଗାର୍ଲ ଚାଇଲ୍ଡ ଉପରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ସଂସ୍ଥା ପକ୍ଷରୁ ତାଙ୍କୁ ସ୍ତ୍ରୀଟି ଆନିମଲ ଉପରେ କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା । ଅର୍ପିତା ଗୋଟିଏ ସପ୍ତାହ ଭିତରେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ଟାସ୍କ ପୂରଣ କରିଥିଲେ । ସେ ଜୁଲାଇ ୪ ତାରିଖରେ ଏହା ସମ୍ପନ୍ନ କରିଥିଲେ। ପରେ ୧୦ ଦିନ ମଧ୍ୟରେ ତାଙ୍କ ରେଜଲ୍ଟ ଆସିଥିବା ଅର୍ପିତା ପ୍ରକାଶ କରିଛନ୍ତି ।
ଏହି ପ୍ରତିଯୋଗିତା ଦିଲ୍ଲୀରେ ହେବାକୁ ଥିବା ବେଳେ କୋରୋନା ଯୋଗୁଁ ସମସ୍ତ ପ୍ରତିଯୋଗୀ ଅନଲାଇନ ମାଧ୍ୟମରେ ଭାଗ ନେଇଥିଲେ । ଅର୍ପିତାଙ୍କ ନିଜର ବ୍ୟବସାୟ ଥିଲେ ମଧ୍ୟ ସେ ଏଭଳି ପ୍ରୟାସ କରିଥିବା ସେ କହିଛନ୍ତି । ଏଥିପାଇଁ ମା ସମଲେଶ୍ବରୀ, ନିଜ ସ୍ବାମୀ ଓ ନିଜ ପରିବାର ସଦସ୍ୟଙ୍କୁ ଶ୍ରେୟ ଦେଇଛନ୍ତି । ଏପରିକି କି ବିବାହ ପରେ ବି ଏଭଳି ପ୍ରତିଯୋଗିତାରେ ଭାଗ ନେଇ କୁଇନ ୟୁନିଭର୍ସ ୱିନର ହେବା ସୌଭାଗ୍ୟର କଥା ବୋଲି ସେ ପ୍ରକାଶ କରିଛନ୍ତି । ଆଗକୁ ଅନେକ ପ୍ରତିଯୋଗିତାରେ ଭାଗ ନେଇ ନିଜର କାର୍ଯ୍ୟଦକ୍ଷତା ଦେଖାଇବେ ବୋଲି ସେ କହିଛନ୍ତି ।
ସମ୍ବଲପୁର ଧନକଉଡା ନିବାସୀ ବିଶ୍ୱ ରଞ୍ଜନ ପୁରୋହିତ ଙ୍କ ପତ୍ନୀ ଅର୍ପିତା ପୂଜାରୀ ହେଉଛନ୍ତି ସମ୍ବଲପୁର ପଣ୍ଡିତ ଲଷ୍ମୀ ନାରାୟଣ ମିଶ୍ର ଲେନ ନିବାସୀ ସରୋଜ (ବୁଲୁ) ପୂଜାରୀ ଏବଂ ଗୀତା ରାଣୀ ପୂଜାରୀ ଙ୍କ ଝିଅ l