ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲାରେ ଦୄତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ବ୍ରେକ ଦେବା ପାଇଁ ଜିଲ୍ଲା ପ୍ରଶାସନ ୧୦ ଦିନିଆ ସଟ୍ ଡାଉନ୍ ଲାଗୁ କରିଛି । ତେବେ ଏହି ସଟ୍ ଡାଉନ୍ ଯୋଗୁଁ ଜିଲ୍ଲାର କୁକୁଡ଼ା ଚାଷି ଏବେ ଚିନ୍ତା ରେ । ଏହି ସଟ୍ ଡାଉନ ଯୋଗୁଁ ଜିଲ୍ଲାର ସହ ସହ କୁକୁଡା ଚାଷି କ୍ଷତି ସହିବା ସହ ଏନେଇ ଚିନ୍ତା ରେ ଏବେ ଦିନ କାଟୁଛନ୍ତି । ପୁର୍ବରୁ ମାସ ମାସ ଧରି ଲଗ ଡାଉନ୍ ପାଇଁ କ୍ଷତି ସହୁଥିବା କୁକୁଡ଼ା ଚାଷି ପୁଣି ଏହି ୧୦ ଦିନିଆ ସଟ୍ ଡାଉନ ପାଇଁ ଚିନ୍ତାରେ । କୁକୁଡ଼ା ଚାଷି ଙ୍କ ଫାର୍ମରେ କୁକୁଡ଼ା ସବୁ ବିକ୍ରି କରିବା ପାଇଁ ପ୍ରସ୍ତୁତ ହୋଇକି ଥିବା ବେଳେ କଟକଣା ଯୋଗୁଁ ରିଟେଲର ମାନେ ଫାର୍ମରୁ କୁକୁଡ଼ା ନେଉନାହାନ୍ତି ।
ଏଭଲି ପରିସ୍ଥିତି ଜିଲ୍ଲା ର କୁକୁଡ଼ା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି l ସମ୍ବଲପୁର ଜିଲ୍ଲାରେ ୩୦୦ ରୁ ଉର୍ଦ୍ଧ କୁକୁଡା ଚାଷି ଥିବା ବେଳେ ସେମାନଙ୍କ ବିଭିନ୍ନ ଫାର୍ମରେ ହଜାର ହଜାର କୁକୁଡ଼ା ଚାଷ କରାଯାଇଥାଏ । ତେବେ ବିଭିନ୍ନ ବ୍ୟ।ଙ୍କରୁ କୁକୁଡ଼ା ଚାଷ ପାଇଁ ରୁଣ ଆଣି ଏବେ ଚିନ୍ତା ରେ ଦିନ କାଟୁଛନ୍ତି ଚାଷି l ରିଟେଲର ମାନଙ୍କୁ ଦେବାପାଇଁ ପ୍ରସ୍ତୁତ ହୋଇକି ଥିବା ବେଲେ ପ୍ରସାସନ ର କଟକଣା ଯୋଗୁ ରିଟେଲର ଦୋକାନ ସବୁ ବନ୍ଦ ହୋଇଛି । ତେବେ ସଟ୍ ଡାଉନ ର ଦ୍ୱିତୀୟ ପଯ୍ୟାୟ ରେ କୁକୁଡା ସବୁ ହୋମ ଡେଲିଭରି ପାଇଁ ନିୟମ ରହିଥିବା ବେଲେ ଚାଷି ଙ୍କ ପାଇଁ ହୋମ ଡେଲିଭରି ଦେଇ ବିକ୍ରି କରିବା ସମ୍ଭବ ନୁହେଁ । ଏଣୁ ପ୍ରସାସନ ନିୟମ କୋହଲ କରି କୁକୁଡ଼ା ବିକ୍ରି ପାଇଁ ରିଟେଲର ଦୋକାନ ଖୋଲିବାକୁ ଅନୁମତି ଦେବାପାଇଁ ଜିଲ୍ଲାର କୁକୁଡ଼ା ଚାଷି ମାନେ ପ୍ରଶାସନ କୁ ଦାବି କରିଛନ୍ତି ।
ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଜ଼ିଲ୍ଲାର କୁକୁଡ଼ା ଚାଷିଙ୍କ ପାଇଁ ମଧ୍ୟ ସରକାର କିଛି କୋହଲ ଵ୍ୟବସ୍ଥା କରିବାକୁ କୁକୁଡ଼ା ଚାଷୀ ଜୀତେଶ କୁମାର ପାତ୍ର, ଅଶ୍ବିନୀ କୁମାର ପୃସେଠ୍, ମନୋଜ କୁମାର ସ୍ୱାଇଁ, ରଂଜିତ ଦୀକ୍ଷିତ, ରଞ୍ଜନ ପାଣିଗ୍ରାହୀ, ସୁରଜ କୁମାର ସାହୁ, ଲଷ୍ମୀକାନ୍ତ ସରାଫ ପ୍ରମୁଖ ଦାବି କରିଛନ୍ତି ।