ବିଜେପି ନଗର କମିଟି ସଂପ୍ରସାରିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ ( ଗୌରବ ଦରଜୀ):  ଟିଟିଲାଗଡ଼ ବିଜେପି ନଗର କମିଟି କୁ ସଂପ୍ରସାରଣ କରାଯାଇ ପୂର୍ଣ୍ଣାଙ୍ଗ କରାଯାଇଥିବା ନେଇ ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସର୍ବ ସମ୍ମତି କ୍ରମେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗରପାଳ ଶ୍ରୀ ଶୁଭ୍ରଂଶୁ ଦାଶଙ୍କୁ ମୂଖ୍ୟ ଉପଦେଷ୍ଟା ଭାବରେ ମନୋନୀତ କରାଯାଇଛି । ଶ୍ରୀ ପ୍ରଦୀପ ସାହୁ ଏବଂ ଶ୍ରୀ ପ୍ରମୋଦ ସରାଫ ଙ୍କୁ ସହ ଉପଦେଷ୍ଟା କରାଯାଇଛି । ସଂଗଠନ କୁ ବ୍ୟାପକ ତଥା ଜନାଭିମୁଖୀ କରିବାକୁ ନିଷ୍ପତି କରାଯାଇ ଶ୍ରୀ ଅଶୋକ ମିଶ୍ରଙ୍କୁ I.T & Media cell ର ପ୍ରମୂଖ କରାଯାଇଛି । ଆବାହକ ଭାବରେ ଶ୍ରୀ ରାଜେଶ ପ୍ରଧାନ ଏବଂ ଗୋଲାପ ସୋନୀ ଙ୍କୁ ଯୁଗ୍ମ ଦାୟିତ୍ବ ପ୍ରଦାନ କରାଗଲା । ନଗର ସଂଗଠନ ସଂୟୋଯକ ଭାବରେ ଶ୍ରୀ ସଂଜୟ ତ୍ରିପାଠୀ ଙ୍କୁ ମନୋନୀତ କରାଗଲା । ଆଗାମୀ ଦିନରେ ଏହି କମିଟି ସଭ୍ୟମାନଙ୍କ ସହଯୋଗରେ ବି.ଜେ.ପି , ପାଟିକୁ ସୁଦୃଢ଼ କରାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି ।

0
0
0
s2sdefault