-
କରୋନାରେ ଛ ଜଣଙ୍କ ପ୍ରାଣହାନି , ମୃତ୍ୟୁ ସଂଖ୍ୟା ପହଁଚିଲା ୧୧୪
-
ଗଂଜାମ ୫୪୦, ଖୋରଧା ୧୩୭ ଓ ରାୟଗଡା ୮୪
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ କରି ଦେଇଛି କାରଣ | ଆଜି ରାଜ୍ୟରେ ପୂର୍ବର ରେକର୍ଡ ଭାଙ୍ଗି ବିସ୍ଫୋରଣ କରିଛି କରୋନା ଭୁତାଣୁ | ଆଜି ରାଜ୍ୟରେ ୨୭ ଜିଲ୍ଲାରୁ ୧୨୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନରୁ ୮୪୭ ଜଣ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୪୧୭ ଜଣ | ଫଳରେ ମୋଟ ଆକ୍ରାନ୍ତଙ୍କ ସାଂଖ୍ୟ ୨୧୦୯୯ ରେ ପହଂଚିଛି | ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୩୭୪୯ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦୫ ରେ ପହଂଚିଛି | ଆଜି ୬ ଜଣଙ୍କ ପ୍ରାଣ ହାନି ଘଟିଛି | ଗଂଜାମ ଜିଲ୍ଲାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ଖୋର୍ଦ୍ଧାରୁ ଜଣେ | ମୃତ୍ୟୁ ସଂଖ୍ୟା ପହଁଚିଲା ୧୧୪ରେ |
ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ଗଂଜାମ ଜିଲ୍ଲାରେ ୫୪୦ ଜଣ ଚିହ୍ନଟ ହୋଇଥିବା ବେଳେ ଖୋରଧାରୁ ୧୩୭ ଜଣ ଓ ରାୟଗଡାରୁ ୮୪ଜଣ ଜଣ ଚିହ୍ନଟ ହୋଇଛନ୍ତି | ସେହିପରି ଅନୁଗୁଳ ୭, ବାଲେଶ୍ୱର ୯, ବରଗଡ ୨୪, ଭଦ୍ରକ ୩୦, ବଲାଙ୍ଗୀର ୧, ବୌଧ ୨, କଟକ ୪୭, ଢେଙ୍କାନାଳ ୬, ଗଜପତି ୭୪, ଜଗତସିଂହପୁର ୪, ଯାଜପୁର ୧୭, ଝାରସୁଗୁଡା ୩, କଳାହାଣ୍ଡି ୭, କନ୍ଧମାଳ ୨୯, କେନ୍ଦ୍ରାପଡା ୮, କେନ୍ଦୁଝର ୨୫, କୋରାପୁଟ ୨୭, ମୟୁରଭଞ୍ଜ ୧୫,ନବରଙ୍ଗପୁର ୪, ନୟାଗଡ ୬୧, ନୂଆପଡା ୧, ପୁରୀ ୨୨, ସମ୍ବଲପୁର ୨୦, ଓ ସୁନ୍ଦରଗଡରୁ ୬୦ ଜଣ ଚିହ୍ନଟ ହୋଇଛନ୍ତି |