ବସ୍ ସେବା ବାତିଲ୍ କଲା ଝାରସୁଗୁଡା ଜିଲ୍ଲା ପ୍ରଶାସନ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ): କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ସତର୍କତା ମୂଳକ ପଦକ୍ଷେପ ଭାବେ ଅନ୍ୟାଦେଶ ଯାଏ  ବସ୍ ସେବା ବାତିଲ୍ କଲା ଝାରସୁଗୁଡା ଜିଲ୍ଲା ପ୍ରଶାସନ |  ଝାରସୁଗୁଡ଼ାରୁ ଯାତ୍ରାରମ୍ଭ କରୁଥିବା ବା  ଝାରସୁଗୁଡ଼ାକୁ ଗନ୍ତବ୍ୟ ସ୍ଥଳ କରି ଯାତ୍ରା କରୁଥିବା  ସମସ୍ତ ବସ୍ ଚଳାଚଳକୁ ପରବର୍ତ୍ତୀ ଆଦେଶ  ପର୍ଯ୍ୟନ୍ତ ବାତିଲ କରିବାକୁ ଆଦେଶ ଦେଲେ ଝାରସୁଗୁଡ଼ା ଜିଲ୍ଲପାଳ ସରୋଜ କୁମାର ସାମଲ । ବିଶେଷ ଭାବରେ ବ୍ରହ୍ମପୁର, ଭୁବନେଶ୍ବର, ବାଲେଶ୍ୱର, ଭଦ୍ରକ ଏବଂ ରାଉରକେଲାରୁ ଆସୁଥିବା ସମସ୍ତ ବସ୍ ଚଳାଚଳକୁ ରଦ୍ଦ କରିବାକୁ ଜିଲ୍ଲାପାଳ ଅଫିସରୁ ଆଦେଶ ଜାରି କରାଯାଇଛି।  ଏପରିକି ଉପରୋକ୍ତ ସ୍ଥାନ ଗୁଡି଼କରୁ କିଲ୍ଲାରେ କୌଣସି ଅଂଚଳକୁ ବସ ଚଳାଚଳ ଯୋଇପାରିବ ନାହିଁ | ମୋଟାମୋଟି ଭାବେ ଜିଲ୍ଲାକୁ , ଜିଲ୍ଲାରୁ ଜିଲ୍ଲା ବାହାରକୁ ସମସ୍ତ ବସ ଚଳାଚଳକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ  ବଂଦ ରହିବ ବୋଲି ଵଜ୍ଞପ୍ତି ରେ କୁହାଯାଇଛି |  ଏହାର ଉଲ୍ଲଘଂନ ହେଲେ ଉଲ୍ଲଂଘନକାରୀଙ୍କ ବିରୋଧରେ କୋଭିଡ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହେଲେ ଝାରସୁଗୁଡା ଦେଇ ଯାତାୟତ କରୁଥିବା ବସ ଯାଆସ କରିପାରିବେ ଜିଲ୍ଲାପାଳଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି |

 

0
0
0
s2sdefault