ହେଡଲାଇନସ୍:

'ଏଲାଏନ୍ସ ଏୟାର' ର ନୂତନ ଉଡ଼ାଣ ଘୋଷଣା! 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ): ଏୟାର ଇଣ୍ଡିଆ ଲିମିଟେଡର ସହାୟକ ଏୟାରଲାଇନ୍ସ 'ଏଲାଏନ୍ସ ଏୟାର' ଜୁଲାଇ ୨୪ ତାରିଖରୁ ଆଞ୍ଚଳିକ ବିମାନ ସେବାର ପରିସର ବଢ଼ାଇବାକୁ ଯାଇ ନୂତନ ଉଡ଼ାଣର ବ୍ୟବସ୍ଥା କରିବାକୁ ଯାଉଛି। ଆଞ୍ଚଳିକ ଉଡ଼ାଣ ସେବାକୁ ଆହୁରି ବୃଦ୍ଧି କରିବା ଏହାର ଲକ୍ଷ୍ୟକୁ ମେଟ୍ରୋ ଓ ଟାୟାର ୨ ସହରଗୁଡ଼ିକୁ ବିମାନ ସେବା ଦ୍ବାରା ଯୋଡ଼ିବାକୁ ଏହି ଉଡ଼ାଣ ସଂସ୍ଥା ଆହୁରି ବିମାନ ଚଳାଇବ ବୋଲି ଘୋଷଣା କରିଛି। ଆରମ୍ଭ ସ୍ଥଳରୁ ଶେଷ ସ୍ଥାନ ସୁଦ୍ଧା ଯାତ୍ରୀ ମାନଙ୍କୁ ଗୋଟିଏ ବିମାନ ହିଁ ଉପଲବ୍ଧ କରାଯିବ ଏବଂ ସେମାନଙ୍କୁ କୌଣସି ବିମାନ ବଦଳାଇବାର ଦରକାର ହେବ ନାହିଁ ବୋଲି କର୍ତ୍ତୃପକ୍ଷ ଆଶ୍ବସ୍ତ କରିଛନ୍ତି। ଏହା ପୂର୍ବରୁ ଉକ୍ତ ବିମାନବନ୍ଦର ଗୁଡ଼ିକୁ ଯାତ୍ରା କରିବାକୁ ହେଲେ ସେମାନଙ୍କୁ ବିମାନ ବଦଳାଇବାକୁ ପଡ଼ୁଥିଲା।

ଏହି ଘୋଷଣା ଅନୁଯାୟୀ  କୋଲକାତାରୁ ଝାରସୁଗୁଡ଼ା ଦେଇ ଭୁବନେଶ୍ବର ଯାଉଥିବା ବିମାନ 9I  745 ପ୍ରତ୍ୟେକ ଦିନ କୋଲକାତାରୁ 0645 ଘଣ୍ଟାରେ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ସକାଳ 0805 ଘଣ୍ଟାରେ ପହଞ୍ଚିବ ଏବଂ ଝାରସୁଗୁଡ଼ାରୁ 0835 ଘଣ୍ଟାରେ ବାହାରି ଭୁବନେଶ୍ୱରରେ ସକାଳ 0950 ଘଣ୍ଟାରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ଝାରସୁଗୁଡା ଦେଇ ରାୟପୁର ଯାଉଥିବା ବିମାନ  9I  748 ପ୍ରତ୍ୟେକ ଦିନ ସକାଳ 1020 ଘଣ୍ଟାରେ ଭୁବନେଶ୍ବର ଛାଡ଼ି ସକାଳ 1110 ଘଣ୍ଟାରେ ଝାରସୁଗୁଡ଼ା ପହଞ୍ଚିବ ଏବଂ ସକାଳ 1135 ଘଣ୍ଟାରେ ଝାରସୁଗୁଡ଼ା ଛାଡ଼ି ରାୟପୁରରେ 1225 ଘଣ୍ଟାରେ ପହଞ୍ଚିବ। 

ରାୟପୁରରୁ ଝାରସୁଗୁଡ଼ା ଦେଇ କୋଲକାତା ଯାଉଥିବା ବିମାନ 9I  746 ରାୟପୁରରୁ 1250 ଘଣ୍ଟାରେ ବାହାରି 1345 ଘଣ୍ଟାରେ  ଝାରସୁଗୁଡ଼ା ପହଞ୍ଚିବ ଓ ସେଠାରୁ 1410 ରେ ବାହାରି 1535ରେ କୋଲକାତାକୁ ବାହାରିବ। ଟିକଟ ଆରକ୍ଷଣ ଓ ଅନ୍ୟାନ୍ୟ ସଂପର୍କିତ ସୂଚନା ନିମନ୍ତେ ଯାତ୍ରୀମାନେ http://www.airindia.in ରେ ଲଗ୍ ଇନ କରି ପାରିବେ ବା ଏୟାରଲାଇନ୍ସର ଟ୍ରାଭେଲ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିପାରିବେ। 

ଏୟାରଲାଇନ୍ସ ସରକାରଙ୍କ ସମସ୍ତ ନିୟମାବଳୀକୁ ପାଳନ କରୁଛି ଏବଂ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସମସ୍ତ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମକୁ (SOPs) ଅନୁସରଣ କରୁଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯାତ୍ରୀମାନଙ୍କ ସମସ୍ତ ପ୍ରକାରର ସୁରକ୍ଷା ନିମନ୍ତେ ସେମାନଙ୍କ ବିମାନ ବନ୍ଦରରେ ଓ ବିମାନ ମଧ୍ୟରେ ସମସ୍ତ ପ୍ରକାରର ଆଗୁଆ ସାବଧାନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମଧ୍ୟ କର୍ତ୍ତୃପକ୍ଷ ନିର୍ଭୟ ଦେଇଛନ୍ତି। ଏତଦବ୍ୟତୀତ  ବିମାନକୁ ସଂପୂର୍ଣ୍ଣ ଭାବରେ ରୋଗ ଜୀବାଣୁମୁକ୍ତ କରିବା ପାଇଁ ଓ ସମସ୍ତ ପ୍ରକାରର ସଂକ୍ରମଣରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଉଡ଼ାଣ ପରେ ବିମାନକୁ ସାନିଟାଇଜ କରାଯିବାର ବନ୍ଦୋବସ୍ତ କରାଯିବ। ଏଲାଏନ୍ସ ଏୟାର ରାଷ୍ଟ୍ରପ୍ରତି ସମର୍ପଣ ମନୋଭାବ ରଖି ଦେଶ ଓ ଵିଦେଶରେ ନିଜର ସେବା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

0
0
0
s2sdefault