ଯୁବତୀଙ୍କ ମୃତ୍ୟୁ ପରେ ତଦନ୍ତ ନିର୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ମଙ୍ଗଲବଜାର ସ୍ଥିତ ପୁରୁଣା ଜିଲ୍ଲା ସଦର ଡାକ୍ତର ଖାନାରେ ଗତ ୧୫ ତାରିଖ ରାତିରେ ମଙ୍ଗଳ ବଜାର ରୋଡ଼ର ଫରହତ ଯାହାନ(୨୭) ନାମକ ଜଣେ  ବିବାହିତ ଯୁବତୀଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପୁରୁଣା ମଙ୍ଗଲବଜାର ଚିକିତ୍ସାଳୟରେ ନିଆଯାଇଥିଲା ସେଠାରେ ତାଙ୍କର ଚିକିତ୍ସା ପ୍ରତି ଗୁରୁତ୍ୱ ଦିଆ ନ ଯିବାରୁ ତାଙ୍କୁ ଆମ୍ବୁଲେନ୍ସ ଯୋଗେ ସ୍ଥାନାନ୍ତର ପାଇଁ ଉଦ୍ୟମ ବେଳେ ମୃତ୍ୟୁ ହୋଇଥିଲା ।ସେ ସମୟରେ କାର୍ଯ୍ୟରତ ଡାକ୍ତର ରୋଗୀ ଙ୍କୁ ଚିକିତ୍ସା କରିବା ଦୂରର କଥା ରୋଗୀଙ୍କୁ ଦେଖି ନ ଥିଲେ ବୋଲି ପରିବାର ଲୋକେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଙ୍କୁ ଟ୍ୱିଟ ଓ ଲିଖିତ ଯୋଗେ ଅଭିଯୋଗ କରିଛନ୍ତି ଏବଂ ଏପଟେ କାର୍ଯ୍ୟରତ ଡାକ୍ତର ମଧ୍ୟ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି ।ଘଟଣା ପ୍ରଚାରିତ ହେବା ପରେ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଅଭିଯୋଗ ଅନୁଯାଇ ଯୁବତୀ ଜଣକ ହଠାତ ସ୍ୱାସ୍ ପ୍ରଶ୍ୱାସ ରେ କଷ୍ଟ ଅନୁଭବ କରିଥିଲେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ସେ ପୂର୍ବରୁ ଚିକିତ୍ସିତ ହୋଇଥିବା ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ପ୍ରେସକ୍ରିପ୍ସନ ମଧ୍ୟ ସେଠାରେ ଡାକ୍ତରଙ୍କୁ ଦେଖାଇଥିଲେ ମାତ୍ର ମଙ୍ଗଳ ବଜାର ଏହି ପୁରୁଣା ଡାକ୍ତର ଖାନାରେ ସେ ସମୟରେ ଡ୍ୟୁଟି ରେ ଥିବା ଡାକ୍ତର ତାଙ୍କର କୌଣସି କଥା ଶୁଣି ନ ଥିଲେ କି କିଛି ପରାମର୍ଶ ଦେଇନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ପୂର୍ବର ପ୍ରେସକ୍ରିପ୍ସନ ଅନୁଯାୟୀ ଇଂଜେକସନ ଏବଂ ଅକ୍ସୀଜନ ଲଗାଇବାକୁ ପରିବାର ଲୋକେ ଅନୁରୋଧ କରିଥିଲେ ମାତ୍ର ତାହା ମଧ୍ୟ ଡାକ୍ତର ଶୁଣିନଥିଲେ ସମୟ ଗଡ଼ିବା ସହ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା ସେମାନେ ଆମ୍ବୁଲେନ୍ସ ଡାକି ନୂତନ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ନେବାକୁ ଉଦ୍ୟମ କଲାବେଳେ ଉକ୍ତ ଯୁବତୀର ଜୀବନ ଚାଲିଯାଇଥିଲା । ଠିକ ସେହିପରି ଝାରସୁଗୁଡ଼ା ସହରାଞ୍ଚଳ ର ଅୟୁସି ମିଶ୍ର ନାମ୍ନୀ ଜଣେ ଯୁବତୀ ସ୍ୱାସପ୍ରଶ୍ୱାସ ରେ କଷ୍ଟ ଅନୁଭବ କରିବାରୁ ଗତ ୧୫ ତାରିଖ ରାତି ପ୍ରାୟ ୧୧ଟା ରେ ଜିଲ୍ଲା ସଦର ଡାକ୍ତର ଖାନା ଯାଇଥିଲେ ସେଠାରେ ଥିବା ଡାକ୍ତର ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ପରିବର୍ତେ କଥା ବାର୍ତା କରି ବହୁ ସମୟ ବିତାଇଥିଲେ ପରେ କେବିନ ଏବଂ ଶଯ୍ୟା ଉପଲବ୍ଧ ନ ଥିବା କହି ଶେଷରେ ବେଟିଙ୍ଗ ଚେୟାର ରେ ତାଙ୍କୁ ଶୁଆଇ ସଲାଇନ ଏବଂ ଅକ୍ସଇଜେନ ଲଗାଯାଇଥିଲା ଯେଉଁ ସ୍ଥାନରେ ତାଙ୍କୁ ଶୋଇବାକୁ ଦିଆଯାଇଥିଲା ସେଠାରେ ଅଲିଆପୂର୍ଣ ଓ ମଶା ମାଛି ଘୁରିବୁଲୁଥିବା ଦେଖାଯାଇଥିଲା ।ଜରୁରୀ ଚିକିତ୍ସା ସେବା ଯୋଗେଇବା ନେଇ ଜିଲ୍ଲା ସଦର ଡାକ୍ତର ଖାନାରେ ଯେ ଭଳି ଅବହେଳା କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁଃଖ ଦାୟକ ବୋଲି ସମ୍ପୃକ୍ତ ରୋଗୀ କହିଛନ୍ତି ଜିଲ୍ଲା ସଦର ଡାକ୍ତରଖାନା ଏବଂ ମଙ୍ଗଳ ବଜାର ପୁରୁଣା ଡାକ୍ତରଖାନାରେ ଚିକିତ୍ସା ସେବାକୁ ନେଇ ରୋଗୀ ଙ୍କ ବିରୁଦ୍ଧ ରେ ଡାକ୍ତରଙ୍କ ଆଭିମୁଖ୍ୟ କୁ ନେଇ ଜନସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି ।ଉକ୍ତ ଯୁବତୀଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ୪୮ ଘଣ୍ଟାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ  ନିର୍ଦେଶ ଦେଇଛନ୍ତି ।

0
0
0
s2sdefault