ସମ୍ବଲପୁର ଜିଲ୍ଲାରେ ୫ ଟି ସ୍ଥାନରେ ଖୋଲିଲା କରୋନା ସ୍ବାବ ନମୁନା ସଂଗ୍ରହ କେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ଆଜି ଠାରୁ ସମ୍ବଲପୁର ଜ଼ିଲ୍ଲାରେ ୫ ଟି ସ୍ଥାନ ରେ କରୋନା ସ୍ୱାବ ନମୁନା ସଂଗ୍ରହ  କେନ୍ଦ୍ର ଖୋଲା ଯାଇଥିବା ଜ଼ିଲ୍ଲାପାଳ ଶୁଭମ ସକ୍ସ ସେନା ସୂଚନା ଦେଇଛନ୍ତି l ଆଜି ଠାରୁ ସମ୍ବଲପୁର ମହାନଗର ନିଗମ ର ୫ ଟି ସ୍ଥାନ ଯଥା ବୁଢାରଜା ଉଚ୍ଚ ବିଦ୍ୟାଳୟ, ସୁନାପାଲି, ବୁର୍ଲା ଉଚ୍ଚ ବିଦ୍ୟାଳୟ, ହୀରାକୁଦ ଡାକ୍ତରଖାନା  ଏବଂ ଚାଉଁରପୁର କୁ  ସ୍ଥାନ କୁ ଯାଇ ଲୋକ ମାନେ ତାଙ୍କର କରୋନା ସ୍ୱାବ ନମୁନା ପରୀକ୍ଷା ପାଇଁ ଦେଇ ପାରିବେ l  ଖୁଵ ଶୀଘ୍ର ଦିନେ ଦୁଇ ଦିନ ମଧ୍ୟରେ ଜ଼ିଲ୍ଲା ର ପ୍ରତ୍ୟେକ ବ୍ଲକ ରେ ଏଭଳି କରୋନା ସ୍ୱାବ ପରୀକ୍ଷା କେନ୍ଦ୍ର ଖୋଲାଯିବ l ମହା ନଗର ନିଗମ ଅଂଚଳରେ ପ୍ରାୟ ୨୫୦  ଜଣ ସ୍ୱାସ୍ଥ୍ୟ ସର୍ଭେ ଟିମ  ଘର କୁ ଘର ଯାଇ ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କ ରେ ତଥ୍ୟ ସଂଗ୍ରହ କରୁଛନ୍ତି l ସମସ୍ତେ ସଠିକ ତଥ୍ୟ ପ୍ରଦାନ ସହ ଲକ୍ ଡାଉନ୍ କୁ ସଫଳତା ର ମାନି ବାକୁ ଜ଼ିଲ୍ଲାପାଳ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି l

0
0
0
s2sdefault