ହେଡଲାଇନସ୍:

କୋଭିଡ଼ ମୁକାବିଲା ପାଇଁ ପ୍ରତ୍ୟେକ ପଂଚାୟତରେ ଫାର୍ମାସିଷ୍ଟ ଓ ନର୍ସମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତକରନ୍ତୁ ରାଜ୍ୟ ସରକାର : ଫରୱାର୍ଡ଼ ବ୍ଲକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର : ଜୁଲାଇ ୧୪ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ନମ୍ବର:-୧୬୭୦୫ ଜରିଆରେ ରାଜ୍ୟ ସରକାର ସାରା ରାଜ୍ୟରେ ସାତ ହଜାର ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ଼ ମୁକାବିଲା ପାଇଁ ପ୍ରତ୍ୟେକ ପଂଚାୟତରେ ନିଯୁକ୍ତି ପ୍ରଦାନ ପାଇଁ ନେଇଥିବା ନିଷ୍ପତିକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ “ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌”, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସ୍ୱାଗତ କରାଯାଇଛି । କିନ୍ତୁ ସାରା ରାଜ୍ୟରେ ହଜାର ହଜାର BSC Nursing, Pharmacist ଓ GNM ଡିଗ୍ରୀଧାରୀ ବେକାର ବସିଥିବା ବେଳେ ଏହି ନିର୍ଦ୍ଦେଶନାମା ମାଧ୍ୟମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କେବଳ ANM  ଡିଗ୍ରୀଧାରୀମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଫରୱାର୍ଡ଼ ବ୍ଲକ୍‌ର ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି । କରୋନା ମହାମାରୀ ରାଜ୍ୟରେ ଧୀରେ ଧୀରେ ଭୟଙ୍କର ରୂପ ନେବାରେ ଲାଗିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଏହି ଦୁର୍ଦ୍ଦିନ ସମୟରେ ରାଜ୍ୟ ଓ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ଆବାଳ ବୃଦ୍ଧବନୀତା ରାଜ୍ୟ ସରକାରଙ୍କୁ ସହଯୋଗ ଓ ସମର୍ଥନର ହାତ ମଧ୍ୟ ବଢ଼ାଇଛନ୍ତି । ଏଭଳି ଅବସ୍ଥାରେ  BSC Nursing, Pharmacist ଓ GNM ଡିଗ୍ରୀଧାରୀ ବେକାର ଯୁବକ-ଯୁବତୀମାନେ ମଧ୍ୟ ବିଭିନ୍ନ ପଂଚାୟତ ଓ କୋଭିଡ଼ ହସ୍ପିଟାଲମାନଙ୍କରେ ରୋଗୀ ସେବା ପାଇଁ ସୁଯୋଗ ଦିଆଗଲେ ନିଶ୍ଚିତ ଭାବରେ  ଆଗେଇ ଆସିବେ ବୋଲି ଫରୱାର୍ଡ଼ ବ୍ଲକ ପାର୍ଟି ପକ୍ଷରୁ ଆଶା ପ୍ରକଟ କରାଯାଇଛି । କୋଭିଡ଼ ମୁକାବିଲା ହେଉ ଅବା ଅନ୍ୟ କିଛି ସ୍ୱାସ୍ଥ୍ୟଗତ ସମସ୍ୟା  ସମସ୍ତ କ୍ଷେତ୍ରରେ ଫାର୍ମାସିଷ୍ଟ ଓ ନର୍ସମାନେ ଯେଉଁ କାର୍ଯ୍ୟ ସମ୍ପାଦନ କରିପାରିବେ ତାହା ଇଘଗ ଡିଗ୍ରୀଧାରୀମାନଙ୍କ ଦ୍ୱାରା ସମ୍ଭବପର ମନେହୁଏ ନାହିଁ । ଗୋଟିଏ ପଟରେ କରୋନା ଯୋଦ୍ଧା ଡ଼ାକ୍ତରମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କର ଅବସର ବୟସ ସୀମାକୁ ୬୫ ବର୍ଷକୁ ବୃଦ୍ଧି ଘୋଷଣା କରିଛନ୍ତି । ଠିକ ସେତିକି ବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କେବଳ ANM  ମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦିଆଯିବା ପାଇଁ ଦେଇଥିବା ନିର୍ଦ୍ଦେଶ କେତେ ଦୂର ଠିକ ବୋଲି ଫରୱାର୍ଡ଼ ବ୍ଲକ ପକ୍ଷରୁ ପ୍ରଶ୍ନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏଭଳି ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମାକୁ ଅବିଳମ୍ବେ ପରିବର୍ତନ କରିବା ନିମନ୍ତେ ନିର୍ଦ୍ଦେଶଦେବା ସହ  BSC Nursing, Pharmacist ଓ GNM ଡିଗ୍ରିଧାରୀ  ବେକାର ଯୁବକ-ଯୁବତୀମାନଙ୍କୁ ପ୍ରତି ପଂଚାୟତରେ ଅଗ୍ରାଧିକାର ଭିତିରେ ନିଯୁକ୍ତି ପ୍ରଦାନ ପାଇଁ  ନିର୍ଦ୍ଦେଶ ଦେବାକୁ ଫରୱାର୍ଡ଼ ବ୍ଲକ ପକ୍ଷରୁ ଦାବି କରାଯାଇଛି ।

0
0
0
s2sdefault