ହେଡଲାଇନସ୍:

 ସେବାୟତ ଓ କର୍ମଚାରୀଙ୍କ ପାଇଁ ଖୋଲିବ କୋଭିଡ କେୟାର ହୋମ ଓ ସେଣ୍ଟର : ଡ଼ କୁମାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୈଠକ ପରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 

  • ଚଳିତ ବର୍ଷର ରଥକୁ କରାଯିବ ସଂରକ୍ଷଣ, କରାଯାଉଛି ତର୍ଜ୍ଜମା 

    ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ସ୍ୱତନ୍ତ୍ର ବ୍ୟବସ୍ଥା କରି  ସଂରକ୍ଷିତ ହେବ ତିନି ରଥ 

    ହେଲେ ବିଧି ରକ୍ଷା ପାଇଁ କରାଯିବ ରଥ ଭଙ୍ଗା ନୀତି 

ପୁରୀ(ଶାସକ ପ୍ରଶାସକ) : ଚଳିତ ବର୍ଷ ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ଯେଉଁ ତିନୋଟି ରଥ ନିର୍ମିତ ହୋଇ ବ୍ୟବହାର ହୋଇଥିଲା,ସେହି ରଥ ଗୁଡିକୁ ଭଙ୍ଗା ନଯାଇ ସଂରକ୍ଷିତ କରି ରଖାଯିବ | ସେଗୁଡିକୁ ଜଗନ୍ନାଥ ବଲ୍ଲଭ ମଠରେ ରଖାଯିବ | ତେବେ ଵିଧି ରକ୍ଷା ପାଇଁ ମୁତାବକ ତିନି ରଥକୁ ଯେଭଳି ଭଙ୍ଗା ଯିବା କଥା ଭଂଗାଯିବ | ଭଂଗାଯିବା ପରେ ଯେତିକି ଅଂଶ ସଂରକ୍ଷିତ  ରଖାଯାଇ ପାରିବ ସେହି ଅଂଶକୁ ଶ୍ରୀ ଜଗନ୍ନାଥ ବଲ୍ଳଭ ମଠକୁ ନିଆଯିବ| ସେହିପରି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସର୍ବୋପରି ସେବାୟତମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ଗୋଟିଏ ୩୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ ଓ ୧୫ ଶଯ୍ୟା ବିଶିଷ୍ଟ କୋବିଦ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରହିବ ବୋଲି ଶ୍ରୀମଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର ସୂଚନା ଦେଇଛନ୍ତି | 

 ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏନେଇ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା | ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟ ମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ |  | ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତ୍ତି  ଅନୁସାରେ ରଥଗୁଡିକୁ  ସଂରକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତି ହୋଇଥିବା ବେଳେ ଏହା ଉପରେ ତର୍ଜମା କରାଯାଉଥିବା ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର ସୂଚନା ଦେଇଛନ୍ତି | ତେଣୁ ଚଳିତ ବର୍ଷର ମହାପ୍ରଭୁଙ୍କ ତିନଟି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରଖିବା ନେଇ ଡ଼ କୁମାର ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି |

ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଳଭ ଉନ୍ନୟନ  ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁସାରେ ପ୍ରତୀକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସଂରକ୍ଷିତ  ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ| ହେଲେ ଏ ରଥ ଗୁଡିକୁ  କିପରି ସଂରକ୍ଷିତ ରଖାଯାଇ ପାରିବ ଏବଂ ଉଇ କିଭଳି ନ ଲାଗିବ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି | ଆଜି ସେ ପ୍ରସଙ୍ଗରେ ପ୍ରାରମ୍ଭିକ ଆଲୋଚନା କରାଯାଇଛି | ପରବର୍ତୀ ସମୟରେ ଅଧିକ ଆଲୋଚନା କରାଯାଇ ତର୍ଜମା କରି ନିଷ୍ପତି ନିଆଯିବାକୁ ସ୍ଥିର ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି | ବିଶେଷ ଭାବେ ଏକ  ବୈଷୟିକ ଟିମ ଗଠନ ହୋଇ କିଭଳି ସଂରକ୍ଷିତ ରଖାଯିବ ସେନେଇ ତର୍ଜମା ମଧ୍ୟ କରାଯାଉଛି |  

ଅନ୍ୟପଟେ ରାଜ୍ୟସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ କେୟାର ସେଣ୍ଟର ଓ କୋଭିଡ ମେଡିକାଲ ପ୍ରତିଷ୍ଠା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନିଷ୍ପତ୍ତି  ନିଆଯାଇଛି | ଜିଲ୍ଲା ପ୍ରଶାସନ, ତଥା ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସେବାୟତ ମାନଙ୍କ ପ୍ରତିନିଧିଙ୍କୁ ନେଇ ଏକ ଟିମ ଗଠନ କରାଯାଇ ଯେ କୌଣସି ଏକ ହୋଟେଲ ରେ 30ଶଯ୍ୟା ବିଶିଷ୍ଟ କୋଭିଡି କେୟାର ହୋମ ଏବଂ 15 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିଷ୍ପତି ହୋଇଛି | ସେହି ନିଷ୍ପତି କ୍ରମରେ ବିଶେଷ କରି ଶ୍ରୀମନ୍ଦିର ସେବାୟତ,  କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଅଛନ୍ତି ସେମାନଙ୍କୁ  ଆଗାମୀ ଦିନରେ କିଭଳି ସୁରକ୍ଷିତ ରଖାଯାଇ ପାରିବ ଓ ଚିକିତ୍ସା ମଧ୍ୟ ଠିକ ଭାବେ କରାଯିବ ସେଥି ପ୍ରତି ନଜର ରଖି ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ଡ଼ କୁମାର ଆସି ସୂଚନ ଦେଇଛନ୍ତି | 

 

0
0
0
s2sdefault