ହେଡଲାଇନସ୍:

ରଙ୍ଗବତୀ ପାଇଁ ବଦଳି ଗଲା ନାଁ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ରାଜ୍ୟ ସରକାରଙ୍କ ସମ୍ମାନ

ଭୁବନେଶ୍ୱର( ଶାସକ ପ୍ରଶାସକ) : ଲୋକପ୍ରିୟ ଲୋକଗୀତ "ରଙ୍ଗବତୀ" ଗୀତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୋଟିଏ ରାଜସ୍ବ ଗ୍ରାମର ନାଏକମୁ ପରିବର୍ତ୍ତନ କରୀଛନ୍ତି | ସେହି ଗାଁ ଟି ହେଲା ସମ୍ବଲପୁର ଜିଲ୍ଲା ବାମରା ତହସିଲ ଅନ୍ତର୍ଗତ ବିଲୁଙ୍ଗ ଗ୍ରାମ | ଏହି ଗ୍ରାମର ନାମକୁ "ବିଲୁଙ୍ଗ" ରୁ "ରଙ୍ଗବତୀ ବିଲୁଙ୍ଗ" ଭାବେ ପରିବର୍ତ୍ତନ କରିଛନ୍ତି | ଏହି ନାମ ପରବର୍ତ୍ତନ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଠାରୁ ଆପତ୍ତି ବିହୀନ ପ୍ରମାଣ ପତ୍ର ହାସଲ କରିବା ପରେ ଏଥି ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଦସ୍ତଖତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  | ଏହା ପରଠାରୁ ରାଜସ୍ବଗ୍ରାମ "ବିଲୁଙ୍ଗ"  "ରଙ୍ଗବତୀ ବିଲୁଙ୍ଗ" ରାଜସ୍ବଗ୍ରାମ ଭାବେ ପରିଚିତ ହେବ | 

ସୂଚନାଯୋଗ୍ୟ ଯେ, ଏହି ଗାଁ ହେଉଛି ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଙ୍କ ଗାଁ । ୧୯୭୫-୭୬ରେ ପ୍ରଥମେ ଆକଶବାଣୀରେ ଏହି ରଙ୍ଗବତୀ ଗୀତ ରେକର୍ଡ କରାଯାଇଥିଲା । ପରେ ଏହାକୁ ଏକ ଘରୋଇ କ୍ୟାସେଟ କମ୍ପାନୀ ରେକର୍ଡିଂ କରି ୧୯୭୮-୧୯୭୯ ମସିହାରେ ରିଲିଜ କରିଥିଲା l ରଙ୍ଗବତୀ ଗୀତ ସାରା ରାଜ୍ୟ ତଥା ଦେଶ ବିଦେଶ ରେ  ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା । ଏହାକୁ ଗାଇଥିଲେ ଜୀତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ ।  ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଓ ବିହାରରେ ଏହି ଗୀତ ବେଶ ଲୋକପ୍ରିୟ ହୋଇପାରିଛି । ଅନ୍ୟ ଭାଷାରେ ବି ଏହି ଗୀତକୁ ଗାଇଛନ୍ତି କଳାକାର । 

    ରଙ୍ଗବତୀ ଗୀତ ପାଇଁ ଗାୟକ ଡ଼. ଜିତେନ୍ଦ୍ରିୟ ହରିପାଲଙ୍କୁ ମଧ୍ୟ ୨୦୧୭ ମସିହା ରେ ପଦ୍ମଶ୍ରୀ ସମ୍ମାନ ମିଳିଛି l 

 

0
0
0
s2sdefault