ଓଡ଼ିଶାରେ କରୋନା ବିସ୍ଫୋରଣ : ୨୮ ଜିଲ୍ଲାରୁ ୧୦୭୮କରୋନା ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଗଂଜାମ ୩୭୧, ଖୋରଧା ୧୨୧ ଓ  ରାୟଗଡା ୯୬ 

  • ଆଜି କରୋନା ମୃତ୍ୟୁ ୫, ମୋଟ ପହଁଚିଲା ୧୦୮ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ୱର (ଶାସକ ପ୍ରଶାସକ) :  ଆଜି ରାଜ୍ୟରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି କରୋନା |  ବିସ୍ଫୋରଣ କରିଛି କରୋନା ଭୁତାଣୁ | ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ୧୦୭୮କରୋନା ପଜିଟିଭ |  ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନରୁ ୭୨୧ ଜଣ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୩୫୭ ଜଣ | ଫଳରେ ମୋଟ ଆକ୍ରାନ୍ତଙ୍କ ସାଂଖ୍ୟ ୧୯୮୩୫ ରେ ପହଂଚିଛି | ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୩୩୦୯  ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୬୩୮୭ ରେ ପହଂଚିଛି | ସେହିପରି ଆଜି ମୃତ୍ୟୁ ହୋଇଛି ୫ଜଣଙ୍କର |  କରୋନା ମୃତ୍ୟୁ ସଂଖ୍ୟା ପହଁଚିଛି ୧୦୮ର | ମୃତକଙ୍କ ମଧ୍ୟରେ ଗଜପତି ଓ କନ୍ଧମାଳରୁ ଜଣେ ଲେଖାଏ ଥିବା ବେଲେ   ଗଂଜାମରୁ ଅଛନ୍ତି ୩ଜଣ |   

ଆଜି ଚିହ୍ନଟଙ୍କ  ମଧ୍ୟରେ ସର୍ବାଧିକ ଗଂଜାମ  ଜିଲ୍ଲାରେ ୩୭୧ଜଣ ଚିହ୍ନଟ ହୋଇଥିବା ବେଳେ ଖୋରଧା ୧୨୧, ରାୟଗଡା ୯୬, ମାଲକାନଗିରି ୬୬, କଟକ  ୫୭,    ଜଗତସିଂହପୁର  ୩୫, ଝାରସୁଗୁଡା  ୩୪, ସୁନ୍ଦରଗଡ ୨୯, ପୁରୀ  ୨୮, ବରଗଡ  ୨୬, ଗଜପତି ଓ କେନ୍ଦ୍ରାପଡାରେ ୨୪ଜଣ ଲେଖାଏ,  ଯାଜପୁର ଓ ସମ୍ବଲପୁର ରେ ୨୦ ଲେଖାଏ , ନବରଙ୍ଗପୁର ୧୭, କେନ୍ଦୁଝର  ୧୬,  କଳାହାଣ୍ଡି ଓ କୋରାପୁଟ ୧୫ ଜଣ ଲେଖାଏ , କନ୍ଧମାଳ  ଓ ମୟୁରଭଞ୍ଜରେ ୧୩ ଜଣ ଲେଖାଏ , ସୋନେପୁର ଓ ବାଲେଶ୍ୱରରେ  ୧୦ଜଣ ଲେଖାଏ ,   ବଲାଙ୍ଗୀର  ୬,  ନୟାଗଡ ୫, ବୌଧ ୩,   ଢେଙ୍କାନାଳ  ୨ ସର୍ବୋପରି  ଅନୁଗୁଲ ଓ ଭଦ୍ରକରେ ଜଣେ ଲେଖାଏ   ଚିହ୍ନଟ ହୋଇଛନ୍ତି  |

0
0
0
s2sdefault