ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ: ସୁନ୍ଦରଗଡ ଜିଲ୍ଲାର ନୂଆ ଏସପି ଭାବେ ଦାୟୀତ୍ବ ନେଇଛନ୍ତି ଆଇପିଏସ ସାଗରିକା ନାଥ। ସୁନ୍ଦରଗଡ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏସପି ସାଗରିକା ନାଥଙ୍କୁ ସ୍ବାଗତ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ନୂତନ କରି ତିଆରି ହୋଇଥିବା ବସଷ୍ଟାଣ୍ଟ ଠାରେ ଏକ ପୋଲିସ ଫାଣ୍ଡି ନିର୍ମାଣ କରାଯାଉ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟାନ୍ତ ନୂଆ ବସଷ୍ଟାଣ୍ଡରେ ପୋଲିସ ମୃତୟନ କରାଯାଉ। କୋଭିଡ ୧୯ ପାଇଁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ସହ କଡାକଡି ପାଳନ କରାଯାଉ। ରାତ୍ରିରେ ପୋଲିସ ପେଟ୍ରୋଲିଂ କରାଯାଉ। ଫଳରେ ସୁନ୍ଦରଗଡ ସହର କ୍ରାଇମ ଫ୍ରି ଜିଲ୍ଲାରେ ପରିଣତ ହୋଇପାରିବା ନେଇ ଏସପି ସାଗରିକା ନାଥଙ୍କୁ ସ୍ମାରକପତ୍ର ପଦାନ କରିଛନ୍ତି।
ରାଜ୍ୟ
ନୂଆ ଏସପିଙ୍କୁ ସ୍ୱାଗତ କରିବା ସହ ସ୍ମାରକପତ୍ର ଦେଲା ଛାତ୍ର ବିଜେଡି
- Hits: 683
