ଶିବଶକ୍ତି ଯୁବା ସଂଘ ଗଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ,(ଶାସକ ପ୍ରଶାସକ) : ପଦ୍ମପୁର ସବ ଡିଭିଜନ ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମରେ ଯୁବ ଗୋଷ୍ଠି ଏକ ହୋଇ ଶିବଶକ୍ତି ଯୁବା ସଂଘ ଗଠନ କରିଛନ୍ତି । ଉଦଘାଟନ ଦିବସରେ ଝାରବନ୍ଧର ଯୁବ ସମାଜସେବୀ ମିଳନ ପାଣ୍ତେ ଯୋଗଦାନ କରି ଯୁବ ସଂଘ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। କୁସଂସ୍କାର,ଅନ୍ଧବିଶ୍ବାସ,ପରିବେଶ ସୁରକ୍ଷା,ବୃକ୍ଷ ରୋପଣ,ସାମାଜିକ କାମ ପାଇଁ ଏହି ସଂଘ କାର୍ଯ୍ୟ କରିବେ ବୋଲି ସଂକଲ୍ପ ନେଇଛନ୍ତି । ସଂପ୍ରତି ଯୁବ ଗୋଷ୍ଠି ପଥଭ୍ରଷ୍ଟ ହୋଇଯାଉଛନ୍ତି । ତାକୁ ଆୟତ୍ତ କରି ସାଂଗଠନିକ କାର୍ଯ୍ୟ କରିବାକୁ ଅତିଥି ପରାମର୍ଶ ଦେଇଥିଲେ । ସଂଘର ସଭାପତି ଡୋଲାମଣି ତାଣ୍ତି ଉତ୍ସବକୁ ପରିଚାଳନା କରିଥିଲେ । ଡୋଲାମଣି ପୋଢ,ଦେବେନ୍ଦ୍ର ମାଝି,ସତ୍ୟାନନ୍ଦ ବେହେରା,ଇନ୍ଦ୍ରମଣି ପୋଢ,ଗିରିଶ ମାଝି ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

0
0
0
s2sdefault