ଯାଜପୁର :(ଜୟଶଙ୍କର ଦାଶ) : ସଡ଼କ ସୁରକ୍ଷା କେବଳ ସ୍ଳୋଗାନ ନହୋଇ ବାସ୍ତବିକତାରେ ପରିଣତ କରିବାକୁ ଜିଲ୍ଳାପାଳ ରଂଜନ କୁମାର ଦାସ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସୋମବାର ପୂର୍ବାହ୍ନରେ ଗୌତମ ବୁଦ୍ଧ ସଂସ୍କୃତ ଭବନଠାରେ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଉଦ୍ୟାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ଗାଡ଼ି ବା ବାହନଟିଏ ଲୋକ କିଣିଥାନ୍ତି ନିଜ ସୁଖ ସ୍ୱଚ୍ଛନ୍ଦ ପାଇଁ । କିନ୍ତୁ ଅସାବଧାନତା ଓ ବେପରୁଆ ଗାଡ଼ି ·ଳନା ଯୋଗୁ ଏହା ନଷ୍ଟ ହେବା ସହ ·ଳକ ଓ ଅନ୍ୟମାନଙ୍କ ପ୍ରାଣ ହାନି ଘଟାଇବା ଅତ୍ୟନ୍ତ ଦୁଃଖ ଦାୟକ । ପ୍ରଶାସନ ବିଗତ କେତେ ମାସ ଧରି ସିଟ୍ ବେଲ୍ଟ୍ , ହେଲମେଟ ଜାଞ୍ଚ, ସଡ଼କ ସୁରକ୍ଷା ନିୟମ , ଓଭରଲୋଡ଼ିଂ, ଓଭର ଟେକ୍ ଇତ୍ୟାଦି ପାଇଁ ଯାତ୍ରୀମାନଙ୍କୁ ସଚେତନ କରିଆସୁଛନ୍ତି । ଏବେ ବୁଝା ବୁଝିର ସମୟ ବିତିଗଲା । ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି । ଦେଶର ପ୍ରତି ମିନିଟ୍ରେ ଗୋଟିଏ ଦୁର୍ଘଟଣା ଓ ତିନି ମିନିଟ୍ରେ ଗୋଟିଏ ମୃତୂ୍ୟ ଘଟୁଛି । ଦେଶରେ ଓଡ଼ିଶା ପ୍ରଥମ ଓ ଓଡ଼ିଶାରେ ଯାଜପୁର ଜିଲ୍ଲା ଦୁର୍ଘଟଣାରେ ପ୍ରଥମ ସ୍ଥାନ ଅଧିକାର କରିବା ଏକ ବିପଦ ଜନକ ସୂଚନା ଯାହାକୁ ଆମ୍ଭେ ପ୍ରତ୍ୟେକ ସମବଦ୍ଧଭାବେ ପ୍ରତିହତ କରିବା ଜରୁରୀ ବୋଲି ଶ୍ରୀ ଦାସ କହିଥିଲେ । ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଯୋଗଦେଇ ପ୍ରତ୍ୟେକ ଦିନ ଆମ୍ଭ ସମସ୍ତଙ୍କ ପାଇଁ ସଡ଼କ ସୁରକ୍ଷା ଦିବସ ବୋଲି ବିବେଚନା କରି କାର୍ଯ୍ୟକରିବାକୁ ଅନୁରୋଧ କରିଥିଲେ । ଗତବର୍ଷ ଜିଲ୍ଲାରେ ବିଭିନ୍ନ ରାସ୍ତା ଦୁର୍ଘଟଣାରେ ୨୫୦ଜଣଙ୍କ ମୃତ୍ୟୁ ଘଟିବା ଦୁଃଖ ଦାୟକବୋଲି କହିବା ସହ ସଡ଼କ ସୁରକ୍ଷା ନିୟମକୁ ମାନି ଚଳିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଅସୁରକ୍ଷିତ ଓ ବେପରୁଆ ଗାଡ଼ି ଚାଳନା , ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ଚାଳନା ଓ ଛୋଟ ପିଲାମାନଙ୍କର ଦ୍ରୁତ ଗତିରେ ଗାଡ଼ି ·ଳନା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିବାରୁ ବ୍ୟାପକ ସଚେତନତା ପ୍ରତ୍ୟେକ ସ୍ତରରେ କରିବାକୁ ସେ ଅନୁରୋଧ କରିଥିଲେ । ଉପଜିଲ୍ଳାପାଳ ତଥା ଯାଜପୁର ଆଂଚଳିକ ପରିବହନ ଅଧିକାରୀ ନାରାୟଣ ଚନ୍ଦ୍ର ଧଳ ଏଥିରେ ଅଧ୍ୟକ୍ଷତା କରିବା ସହ ସଡ଼କ ସୁରକ୍ଷା ନିୟମ ପ୍ରତି ପ୍ରତ୍ୟେକ ଉତ୍ତରଦାୟୀ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଚଣ୍ଡିଖୋଲ ଆଂଚଳିକ ପରିବହନ ଅଧିକାରୀ ଲାଲମୋହନ ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଯାଜପୁଲ ଜିଲ୍ଲାରେ ପହିବହନ ବିଭାଗର ସ୍ଥିତି ଓ ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ସ୍କୋଗାନ ପ୍ରତିଯୋଗିତାରେ ଯାଜପୁର ଟାଉନ୍ ଭାଗବତ ପୁର ପ୍ରାଇମେରୀ ସ୍କୁଲର ଛାତ୍ର ଶୁଭଙ୍କର ପରିଡ଼ା,ଶ୍ରେଷ୍ଠ ବିବେଚିତ ହୋଇଥିବାରୁ , ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ ଯାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିକିତା ସାମଲ ପ୍ରଥମ ଓ ଜିଲ୍ଲା ସ୍କୁଲର ଅନୁରାଧା ନନ୍ଦ ଦ୍ୱିତୀୟ ହୋଇଥିବାରୁ , ଓଡ଼ିଆ ପ୍ରବନ୍ଧରେ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ମୃତି ରଂଜନ ମହାରଣା ପ୍ରଥମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରର ରାଜେଶ୍ୱରୀ ଦାସ ଦ୍ୱିତୀୟ, ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସଂଗୀତା ଧଳ ତୃତୀୟ ସ୍ଥାନ, ଓଡ଼ିଆ ବକ୍ତୃତାରେ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ଛାତ୍ର ବିଶ୍ୱଜିତ୍ ସାମଲ ପ୍ରଥମ, ଜିଲ୍ଳା ସ୍କୁଲ ଛାତ୍ରୀ ନିବେଦିତା ରାଉତ ଦ୍ୱିତୀୟ ଓ ମୁଗୁପାଳ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ବିଶ୍ୱଜିତ୍ ମହାରଣା ତୃତୀୟ , ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ସ୍ଳୋଗାନ ପ୍ରତିଯୋଗିତାରେ ଆଦିକନ୍ଦ ବିଦୁଲତା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଥମ , ରାଧାକୃଷ୍ଣ ଶାସନର ଚିତ୍ତରଂଜନ ସିଂହ ଦ୍ୱିତୀୟ , ନୀଳାଚଳ ଇସ୍ପାତ ନିଗମର ଜୀବନ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥିମାନେ ତାଙ୍କୁ ପୁରସ୍କୃତ କରିଥିଲେ । ଶ୍ରେଷ୍ଠ ଡ଼୍ରାଇଭର ଭାବେ ଆରୁହା ଧର୍ମଶାଳାର ଧରଣୀ ସାମଲ ଓ ଶ୍ରେଷ୍ଠ ସମାଜସେବୀଭାବେ ଲଲିତେଶ୍ୱର ନଗରର ଦେବଦତ୍ତ ଦାସଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ସଡ଼କ ସୁରକ୍ଷା କେବଳ ଏକ ସ୍ଳୋଗାନ ନହୋଇ ବାସ୍ତବରେ ପରିଣତ ହେଉ : ଜିଲ୍ଲାପାଳ
- Hits: 551