ଜଣେ କହୁଛନ୍ତି ବାଧାପ୍ରାପ୍ତ ହୋଇଛି, ଜଣେ କହୁଛନ୍ତି ବଢିଛି
ଭୁବନେଶ୍ୱର: ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ରେ ବ୍ୟାପକ ସଂଖ୍ୟକ ବନ୍ଧ ନିର୍ମାଣ ଯୋଗୁ ମହାନଦୀରେ ଜଳ ପ୍ରବାହ ହ୍ରାସ ପାଉଛି । ଏଥିଯୋଗୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେଉଛି ବୋଲି ଜଳ ସମ୍ପଦ ମନ୍ତ୍ରୀ କହୁଥିବା ବେଳେ ଶକ୍ତିମନ୍ତ୍ରୀ କିନ୍ତୁ ଯେଉଁ ତଥ୍ୟ ଦେଉଛନ୍ତି ସେଥିରେ ଗତ ୩ ବର୍ଷ ମଧ୍ୟରେ ହୀରାକୁଦ ଓ ଚିପିଲିମା ଜଳ ବିଦ୍ୟୁତ କେନ୍ଦ୍ରରେ ବିଦ୍ୟତ୍ ଶକ୍ତି ଉତ୍ପାଦନ ବୃଦ୍ଧି ପାଉଥିବା ଦର୍ଶାଯାଇଛି । ରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ବିଧାନସଭା ଜଣେ ବିଧାୟକଙ୍କ ପୃଥକ୍ ପୃଥକ୍ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ।
ବ୍ରାହ୍ମଣୀ ଓ ମହାନଦୀରେ ଅଣମୌସୁମୀ ଋତୁରେ ଜଳ ପ୍ରବାହ କମିବା ଯୋଗୁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେଉଥିବା ପ୍ରସଙ୍ଗରେ ଏହି ସମସ୍ୟାର ସମାଧାନ ଲାଗି ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଧାୟକ ଦିଲିପ ରାୟ ଏକ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ଓ ଝାଡ଼ଖଣ୍ଡ ସରକାର ବ୍ରାହ୍ମଣୀର ଉପରମୁଣ୍ଡରେ କେଉଁଠି କେତୋଟି ବନ୍ଧ ନିର୍ମାଣ କରିଛନ୍ତି ଓ ଆଉ କେତୋଟି ବନ୍ଧ ନିର୍ମାଣ କରିବାକୁ ଯାଉଛି ସେ ସଂକ୍ରାନ୍ତରେ ସୂଚାଇଛନ୍ତି ।
୨୦୦୫-୦୬ରୁ ୨୦୧୫-୧୬ ବର୍ଷ ମଧ୍ୟରେ ହୀରାକୁଦରୁ ଉପଲବ୍ଧ ତଥ୍ୟ ଅନୁଯାୟୀ ମହାନଦୀରେ ଜଳ ପ୍ରବାହ ଗତ ୨୦୧୬ ନଭେମ୍ବରରେ ୪୧ ପ୍ରତିଶତ, ଡିସେମ୍ବରରେ ୩୩ ପ୍ରତିଶତ, ୨୦୧୭ ମାର୍ଚ୍ଚରେ ୨୮ ପ୍ରତିଶତ, ଏପ୍ରିଲ୍ରେ ୭୩ ପ୍ରତିଶତ ଓ ମେ ମାସରେ ୭୮ ପ୍ରତିଶତ ହ୍ରାସ ପାଇଛି । ୨୦୧୭ ନଭେମ୍ବରରୁ ଏପର୍ଯ୍ୟନ୍ତ ଏହି ନଦୀରେ ଜଳ ପ୍ରବାହ ୪୦ ଭାଗ ହ୍ରାସ ପାଇଛି ବୋଲି ଶ୍ରୀ ପୂଜାରୀ ସୂଚାଇଛନ୍ତି । ହୀରାକୁଦ ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା ଉପରମୁଣ୍ଡରୁ ଜଳ ପ୍ରବାହ ହ୍ରାସ ପାଇଥିଲେ ବି ଜଳ ଭଣ୍ଡାରରେ ଗଚ୍ଛିତ ଥିବା ଜଳର ସୁପରିଚାଳନା ଯୋଗୁ ବର୍ତ୍ତମାନ ସୁଦ୍ଧା ଯଦିଓ ଜଳସେଚନ ବାଧାପ୍ରାପ୍ତ ହୋଇନାହିଁ, କିନ୍ତୁ ଏହି ଜଳଭଣ୍ଡାରରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଏହି ଧାରା ଅବ୍ୟାହତ ରହିଲେ ମହାନଦୀ ଉପରେ ନିର୍ଭରଶୀଳ କୃଷି ଓ ଜଳ ବିଦ୍ୟୁତ ଗଭୀର ଭାବେ ବାଧାପ୍ରାପ୍ତ ହେବ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି । ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସୂଚାଇଛନ୍ତି ।
ଅନ୍ୟପକ୍ଷରେ ବିଧାୟକ ଶ୍ରୀ ରାୟଙ୍କ ଭିନ୍ନ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ଜଳବିଦ୍ୟୁତ କେନ୍ଦ୍ରଗୁଡ଼ିକର ଉପର ମୁଣ୍ଡରେ ବ୍ୟାପକ ସଂଖ୍ୟକ ବ୍ୟାରେଜ୍ ନିର୍ମାଣ ଯୋଗୁ ରାଜ୍ୟରେ ଗତ ୫ ବର୍ଷରେ ଜଳ ବିଦ୍ୟୁତ ଉତ୍ପାଦନ କେତେ କମିଛି ତାହାର ଆକଳନ କରାଯାଇନାହିଁ । ତେବେ ୨୦୧୩-୧୪ ତୁଳନାରେ ୨୦୧୫-୧୬ ବେଳକୁ ମହାନଦୀର ହୀରାକୁଦ ଓ ଚିପିଲିମାଠାରେ ଥିବା ଜଳ ବିଦ୍ୟୁତ କେନ୍ଦ୍ରର ଶକ୍ତି ଉତ୍ପାଦନ ହ୍ରାସ ପାଇଥିଲେ ମଧ୍ୟ ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା ବଢ଼ିବାରେ ଲାଗିଛି । ୨୦୧୩-୧୪ ବର୍ଷରେ ହୀରାକୁଦରେ ୭୦୨ ନିୟୁତ ୟୁନିଟ୍ ଓ ଚିପିଲିମାରେ ୩୧୨ ନିୟୁତ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହୋଇଥିବା ବେଳେ ୨୦୧୫-୧ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ଜଳବିଦ୍ୟୁତ କେନ୍ଦ୍ରଗୁଡ଼ିକର ଉପର ମୁଣ୍ଡରେ ବ୍ୟାପକ ସଂଖ୍ୟକ ବ୍ୟାରେଜ୍ ନିର୍ମାଣ ଯୋଗୁ ରାଜ୍ୟରେ ଗତ ୫ ବର୍ଷରେ ଜଳ ବିଦ୍ୟୁତ ଉତ୍ପାଦନ କେତେ କମିଛି ତାହାର ଆକଳନ କରାଯାଇନାହିଁ । ତେବେ ୨୦୧୩-୧୪ ତୁଳନାରେ ୨୦୧୫-୧୬ ବେଳକୁ ମହାନଦୀର ହୀରାକୁଦ ଓ ଚିପିଲିମାଠାରେ ଥିବା ଜଳ ବିଦ୍ୟୁତ କେନ୍ଦ୍ରର ଶକ୍ତି ଉତ୍ପାଦନ ହ୍ରାସ ପାଇଥିଲେ ମଧ୍ୟ ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା ବଢ଼ିବାରେ ଲାଗିଛି । ୨୦୧୩-୧୪ ବର୍ଷରେ ହୀରାକୁଦରେ ୭୦୨ ନିୟୁତ ୟୁନିଟ୍ ଓ ଚିପିଲିମାରେ ୩୧୨ ନିୟୁତ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହୋଇଥିବା ବେଳେ ୨୦୧୫-୧୬ ବର୍ଷରେ ଏଠାରେ ଯଥାକ୍ରମେ ୪୫୭ ନିୟୁତ ଓ ୨୧୭ ନିୟୁତ ୟୁନିଟ୍ ବିଦ୍ୟୁତ ଉତ୍ପାଦିତ ହୋଇଥିଲା । ତେବେ ୨୦୧୬-୧୭ ବର୍ଷରେ ହୀରାକୁଦରେ ବିଦ୍ୟୁତ ଉତ୍ପାଦନ ୫୩୫.୮୮ ନିୟୁତ ୟୁନିଟ୍ ଓ ୨୦୧୭-୧୮ରେ ୬୧୪.୨୯ ନିୟୁତ ୟୁନିଟ୍କୁ ବୃଦ୍ଧି ପାଇଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ କହୁଛି । ସେହିପରି ଚିପିଲିମାରେ ୨୦୧୫-୧୬ରେ ୨୧୬.୭୫ ନିୟୁତ ୟୁନିଟ୍ ବିଦୁ୍ୟତ୍ ଶକ୍ତି ଉତ୍ପାଦିତ ହୋଇଥିବା ବେଳେ ୨୦୧୬-୧୭ରେ ଏହା ୨୦୦.୫୬ ନିୟୁତ ୟୁନିଟ୍କୁ କମିଥିଲା ଓ ୨୦୧୭-୧୮ ବର୍ଷରେ ୨୧୯.୨୩ ନିୟୁତ ୟୁନିଟ୍କୁ ବୃଦ୍ଧି ପାଇଛି ବୋଲି ଶକ୍ତିମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନରେ ଉଲ୍ଲେଖ ଅଛି ।
ବ୍ରାହ୍ମଣୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର ପୂର୍ବରୁ ୧୫ଟି ବନ୍ଧ ନିର୍ମାଣ କରିଥିବା ବେଳେ ଆଉ ତିନୋଟିର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା କଥା ଜଳ ସମ୍ପଦ ମନ୍ତ୍ରୀ ଦର୍ଶାଇଛନ୍ତି । ଝାଡ଼ଖଣ୍ଡର ଏହି ବନ୍ଧ ନିର୍ମାଣ ବାବଦରେ ଓଡ଼ିଶା ସରକାର ଯତ୍ନବାନ ଅଛନ୍ତି ଓ ଏହା ସରକାରଙ୍କ ବିଚାରାଧିନ ରହିଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଶକ୍ତି ଉତ୍ପାଦିତ ହୋଇଥିବା ବେଳେ ୨୦୧୬-୧୭ରେ ଏହା ୨୦୦.୫୬ ନିୟୁତ ୟୁନିଟ୍କୁ କମିଥିଲା ଓ ୨୦୧୭-୧୮ ବର୍ଷରେ ୨୧୯.୨୩ ନିୟୁତ ୟୁନିଟ୍କୁ ବୃଦ୍ଧି ପାଇଛି ବୋଲି ଶକ୍ତିମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନରେ ଉଲ୍ଲେଖ ଅଛି । ବ୍ରାହ୍ମଣୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର ପୂର୍ବରୁ ୧୫ଟି ବନ୍ଧ ନିର୍ମାଣ କରିଥିବା ବେଳେ ଆଉ ତିନୋଟିର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା କଥା ଜଳ ସମ୍ପଦ ମନ୍ତ୍ରୀ ଦର୍ଶାଇଛନ୍ତି । ଝାଡ଼ଖଣ୍ଡର ଏହି ବନ୍ଧ ନିର୍ମାଣ ବାବଦରେ ଓଡ଼ିଶା ସରକାର ଯତ୍ନବାନ ଅଛନ୍ତି ଓ ଏହା ସରକାରଙ୍କ ବିଚାରାଧିନ ରହିଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।