ହେଡଲାଇନସ୍:

ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା  ନିମନ୍ତେ ଭୂମିପୂଜନ ମଇ ୧ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ସମୟରୁ ମୟୂରଭଞ୍ଜ ଏକ ଭାଇଚାରାର ସନ୍ଦେଶ  ବିଶ୍ୱ ସମୁଦାୟକୁ ଦେଇଆସୁଛି । କବେଳ ଏତିକି ନୁହେଁ ମୟୂରଭଞ୍ଜର କଳା ଓ ସଂସ୍କୃତି, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଐତିହ୍ୟ ଅନନ୍ୟ । ଗଡ଼ଜାତ ରାଜ୍ୟର ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ସହରବାସୀଙ୍କୁ ସ୍ୱତନ୍ତ୍ର ସୁବିଧାସୁଯୋଗ ପ୍ରଦାନ ନିମନ୍ତେ ୧୯୦୫ରେ ପ୍ରତିଷ୍ଠା  କରିଥିଲେ ବାରିପଦା ପୌରପରିଷଦ । ଏହା ଜାତି-ବର୍ଣ୍ଣ-ଧର୍ମର ଉଦ୍ଧ୍ୱର୍ରେ ରହି ସମସ୍ତଙ୍କୁ ସମାନ ଅଧିକାର, ସମ୍ମାନ ଦେଇ ଏକ ଭାତୃତ୍ଵ  ଭାବ, ଏକତା ମଧ୍ୟରେ ଯୋଡ଼ି ରଖିଥିବାରୁ ବାରିପଦା ପୌରପରିଷଦ ଅନ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ପାଲଟି ଆସିଛି । ଏଣୁ ଓଡ଼ିଶା ବିଧାନସଭାର ଉପବାଚସ୍ପତିଙ୍କ ପ୍ରସ୍ତାବ କ୍ରମେ ବାରିପଦା ପୌରପରିଷଦର କାଉନସିଲ ବୈଠକରେ ସର୍ବସମ୍ମତିକ୍ରମେ ଗୃହୀତ ନିଷ୍ପତ୍ତି ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ସଂସ୍କୃତି, ଐତିହ୍ୟ ସହିତ ଭାଷା ଆନେ୍ଦାଳନର ନୂତନ ଦିଗଦର୍ଶନ ଦେଇ ଅଲଚିକି ଲିପିର ସ୍ରଷ୍ଟା ଗୁରୁଶ୍ରେଷ୍ଠ , ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ପାଲବଣିରେ, ମୁଣ୍ଡାରୀ ଲିପିର ସ୍ରଷ୍ଟା ରୋହିଦାସ ସିଂ ନାଗଙ୍କ ପ୍ରତିମୂର୍ତ୍ତିକୁ ମଧୁବନ ମିନି ଷ୍ଟାଡିଅମ  ନିକଟରେ, ଓରାଂ ଚିତି ସ୍ରଷ୍ଟା ଲାକ ବଦ୍ରାଙ୍କ ପ୍ରତିମୂର୍ତ୍ତକୁ ରଘୁନାଥପୁର କୁଷ୍ଠାଶ୍ରମ  ନିକଟସ୍ଥ ବରଗଛ , ମୟୂରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂରତି କୁ ବାରିପଦା ସଂସ୍କୃତି ଭବନ ପରିସରରେ, ମୟୂରଭଞ୍ଜ ପ୍ରଜା ଆନେ୍ଦାଳନର ସାରଥୀ ତଥା ମୟୂରଭଞ୍ଜର ଗାନ୍ଧୀ ଭାବେ ପରିଚିତ ଶରତ ଚନ୍ଦ୍ର ଦାଶଙ୍କ ପ୍ରତିମୂତ୍ତିକୁ କେ ସି ସାର୍କଲ ଆଦି ସହରର ବିଭିନ୍ନ ଛକମାନଙ୍କରେ ପ୍ରତିଷ୍ଠା  କରାଯିବ । ଏହି ଅବସରରେ ବୀର  ବିର୍ସା ମୁଣ୍ଡାଙ୍କ ପ୍ରତିମୁର୍ତି ସ୍ଥାପନ କରାଯିବ |  ଏହି ପରିପ୍ରେକ୍ଷୀରେ ବାରିପଦା ପୌରପରିଷଦ ପକ୍ଷରୁ ମଇ ପହିଲା ମଙ୍ଗଳବାର ପୂର୍ବାହ୍ନ ୮ରୁ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଓରାଂ ଚିତି ସ୍ରଷ୍ଟା ଲାକ ବଦ୍ରାଙ୍କ ପ୍ରତିମୂର୍ତ୍ତି ବାରିପଦା ପୌରପରିଷଦରେ ପ୍ରତିଷ୍ଠା କରାଯାଉଥିବାରୁ ମୟୂରଭଞ୍ଜ ଆଦିବାସୀ ମହାସଭା ସଭାପତି ମଟକା ବିରୁଆ, ଓଡ଼ିଶା ଆଦିବାସୀ ହୋ ସମାଜ ଶିକ୍ଷା ଓ ସଂସ୍କୃତି ପରିଷଦର ଧନ୍ଦି ଗୋଇପାଇ, ହୋ ହାୟାମ ୱାରାଂ ଚିତି ଅଲ ଇଦିଜଙ୍ଗ ମଣ୍ଡ ସଭାପତି କୃଷ୍ଣ ପିଙ୍ଗୁଆ, କାର୍ତ୍ତିକ ସୋରେନ, ଜଗନ୍ନାଥ ନାଏକ ପ୍ରମୁଖ ଉପବାଚସ୍ପତି ଶ୍ରୀମାର୍ଣ୍ଡିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ ବାରିପଦା ପୌରପରିଷଦକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ।

 

0
0
0
s2sdefault