ବାରିପଦା(ଦିଲ୍ଲୀପ ମହାନ୍ତି )- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ(ଏନ ଓ ୟୁ)ର ୨୩ତମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଅନୁଷ୍ଠାନର ଗାରିମାମୟ ଇତିହାସର ସ୍ମୃତି ଚାରଣ କରାଯାଇଥିଲା । କରୋନା କଟକଣା କାରଣରୁ ପ୍ରତିଷ୍ଠା ଉତ୍ସବକୁ ନିରାଡ଼ମ୍ବର ଓ ପ୍ରତୀକାତ୍ମକ ଭାବେ ପାଳନ କରାଯାଇଥିଲା । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ପ୍ରଥମେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବିଶ୍ୱବିଦ୍ୟାଳୟ ପାଇଁ ମୟୂରଭଞ୍ଜ ରାଜପରିବାରର ଅବଦାନ, ବିଶ୍ୱବିଦ୍ୟାଳୟର ଶୈଖୀକ ବାତାବରଣ, ସାମଗ୍ରୀକ ବିକାଶ, କରୋନା ଜନିତ କଟକଣା ସମ୍ପର୍କରେ ଆଲୋକପାତ କରାଇଥିଲେ । ଏଥି ସହିତ ଅନୁଷ୍ଠାନ ଶିକ୍ଷକମାନେ ହିଁ ବିକାଶର ପ୍ରମୁଖ ଧାରକ । ଏହାକୁ ପ୍ରଗତୀ ପଥରେ ଆଗେଇ ନେବାକୁ ସମସ୍ତେ ଅଙ୍ଗିକାରବଦ୍ଧ ହେବାକୁ କୁଳପତି ପ୍ରଫେସର ଚାନ୍ଦ ଆଶାବ୍ୟକ୍ତ କରିଥିଲେ । ସେହିପରି ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ପ୍ରମୋଦ କୁମାର ଶତପଥୀ ବିଗର ବର୍ଷର ବିବରଣୀ ଉପସ୍ଥାପନ କରାଇବା ସହ କରୋନା ମହାମାରୀ ହଟିବା ପରେ ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ପାଳନ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ସମସ୍ତଙ୍କ ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଆଜିର ଏହି ବିଶ୍ୱବିଦ୍ୟାଳୟର ୨୩ତମ ପ୍ରତିଷ୍ଠା ଦିବସ ପାଳନ ସମୟରେ କରୋନା କଟକଣାକୁ ଅନୁପାଳନ କରାଯାଇଥିଲା ।