ହେଡଲାଇନସ୍:

କେନ୍ଦ୍ରାପଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ମୁନିସିପାଲିଟି ଟାଉନ ହଲ କେନ୍ଦ୍ରାପଡ଼ା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୨୦୧ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୬ଟି ସାମୂହିକ ଏବଂ ୧୮୫ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା |ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୭ହଜାର ଏବଂ ରେଡ କ୍ରସରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗ୍ୟ ହିତାଧିକାରୀଙ୍କୁ ଜିଲ୍ଲାପାଳ ପ୍ରଦାନ କରିଥିଲେ | ଆଜିର ଶିବିରରେ ମୁଖ୍ୟତଃ ସାମାଜିକ ସୁରକ୍ଷା ବିଭାଗ, ସାମାଜିକ କଲ୍ୟାଣ, ଶିକ୍ଷା, ବିଦ୍ୟୁତ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, ଅବକାରୀ, ଯୋଗାଣ ବିଭାଗ, କ୍ରୀଡା,ସ୍ୱାସ୍ଥ୍ୟ ଆଦି ବିଭାଗର ବିଭିନ୍ନ ସମସ୍ୟା ଗୁଡିକର ଅଭିଯୋଗ ଆସିଥିଲା | ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଗୁଡିକ ଶୁଣିଥିଲେ | ସମସ୍ତ ଅଭିଯୋଗ ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଆଜିର ଏହି ଅଭିଯୋଗ ଶୁଣାଣିରେ ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ, ତହସିଲଦାର ରବିନାରାୟଣ ଆଚାର୍ଯ୍ୟ, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋରଞ୍ଜନ ରାଉତ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

0
0
0
s2sdefault