ହେଡଲାଇନସ୍:

ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ , ଅକ୍ଷୟ ପୋଲିସ ଗୃହ ନିର୍ମାଣ ନିଗମ ସିଏମଡି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସତ୍ୟଜିତଙ୍କୁ ଡିଜି ଅଗ୍ନିଶମ-ଗୃହରକ୍ଷୀ,  ଲଳିତ ଦାସ ଏଡିଜିପି କମ୍ୟୁନିକେସନ 

ସୌମେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ, ଆରକେ ଗୁଇନ୍ଦା ନିର୍ଦ୍ଦେଶକ 

ପୁରୀ ଏସପି ଉମାଶଙ୍କର ହେଲେ ଡିସିପି ଭୁବନେଶ୍ୱର

ଭୁବନେଶ୍ୱର ଡିସିପି ଅନୁପ ସାହୁ ହେଲେ ଗୁଇନ୍ଦା ଡ଼ିଆଇଜି

 

Bhubaneswar(shasak prashasak) ଆଇପିଏସସ୍ତରରେ ହୋଇଛି ବଡଧରଣର  ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୮୮ ଚ୍ୟାଚ ଆଇପିଏସ୍‍ ଏମ୍‍ ଅକ୍ଷୟଙ୍କୁ  ପୁଲିସ୍‍ ଗୃହ ନିର୍ମାଣ ନିଗମ ସିଏମଡି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ସତ୍ୟଜିତ୍‍ ମହାନ୍ତିଙ୍କୁ  ଅଗ୍ନିଶମ ଓ ହୋମଗାର୍ଡ ଜିଡି ଓ  ୧୯୯୨ ବ୍ୟାଚ୍‍ ଆଇପିଏସ୍‍ ଲଳିତ ଦାସ ହେଲେ ଅତିରିକ୍ତ ଡିଜି, ଯୋଗାଯୋଗ ଭାବେ ନିକଉକ୍ତି ଦିଆଯାଇଛି |  ଭୁବନେଶ୍ୱର ଡିସିପି ଥିବା ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ଡିଆଇଜି ଭାବେ ବଦଳି କରାଯାଇଥିବା ବେଲେ  ପୁରୀ ଏସପି ଡ଼ ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ , ୧୯୯୫ ବ୍ୟାଚ୍‍ ଆଇପିଏସ୍‍ ଆର.କେ.ଶର୍ମାଙ୍କୁ  ଗୁଇନ୍ଦା ନିର୍ଦ୍ଦେଶକ, ୧୯୯୫ ବ୍ୟାଚ୍‍ ଆଇପିଏସ୍‍ ଏସ୍‍.କେ.ପ୍ରିୟଦର୍ଶୀଙ୍କୁ  କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି, ୨୦୦୨ ବ୍ୟାଚ୍‍ ଆଇପିଏସ୍‍ ପ୍ରବୀଣ କୁମାରଙ୍କୁ  ଆଇଜି ଆଇନ୍‍ଶୃଙ୍ଖଳା, ୨୦୦୭ ବ୍ୟାଚ୍‍ ଆଇପିଏସ୍‍ ସାର୍ଥକ ଷଡଙ୍ଗୀଙ୍କୁ  ଏସ୍‍ପି, କ୍ରାଇମବ୍ରାଞ୍ଚ, ୨୦୦୯ ବ୍ୟାଚ୍‍ ଆଇପିଏସ୍‍ ଅଖିଳେଶ୍ୱର ସିଂହଙ୍କୁ ପୁରୀ ଏସ୍‍ପି, ୨୦୧୦ ବ୍ୟାଚ୍‍ ଆଇପିଏସ୍‍ ତଥା ଗଜପତି ଏସ୍ପି  ସାରା ଶର୍ମାଙ୍କୁ ଭିଜିଲାନ୍ସ ବିଭାଗକୁ,  ୨୦୧୪ ବ୍ୟାଚ୍‍ ଆଇପିଏସ୍‍ ପ୍ରତୀକ ସିଂହଙ୍କୁ କଟକ ଡିସିପି,  ୨୦୧୬ ବ୍ୟାଚ୍‍ ଆଇପିଏସ୍‍ ଭିନିଥ ଅଗ୍ରୱାଲଙ୍କୁ ଏସ୍‍ପି, କନ୍ଧମାଳ, ଡିସିପି ଟ୍ରାଫିକ ଥିବା ୨୦୧୬ ବ୍ୟାଚ୍‍ ଆଇପିଏସ୍‍ ସାଗରିକା ନାଥଙ୍କୁ ଏସ୍‍ପି, ସୁନ୍ଦରଗଡ, ସୁନ୍ଦରଗଡ଼ ଏସପି ଥିବା ୨୦୧୪ ବ୍ୟାଚ୍‍ ଆଇପିଏସ୍‍ ସୌମ୍ୟାା ମିଶ୍ରଙ୍କୁ  ଡିସିପି, ଟ୍ରାଫିକ, ୨୦୧୫ ବ୍ୟାଚ୍‍ ଆଇପିଏସ୍‍ ରାହୁଳ ଜୈନଙ୍କୁ ଏସ୍‍.ପି ନୂଆପଡା ଓପିଏସ୍‍ ଅଫିସର ଏସ୍‍.ସି.ଜମାଦାରଙ୍କୁ ଦେବଗଡ ଏସ୍‍ପି ଓ ଓପିଏସ୍‍ ଅଫିସର ତପନ କୁମାର ପଟ୍ଟନାୟକଙ୍କୁ ଏସ୍‍ପି ଗଜପତି ଭାବେ ଅବସ୍ଥାପିତ କରାଯାଇଛି |  

 

0
0
0
s2sdefault