ହେଡଲାଇନସ୍:

ପୋଖରୀରୁ ଜଗୁଆଳିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ସିନାପାଲି (ନିରାକାର ମେହେର) ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଯୋଗୀବାହାଳ ରେ ଏକ ପୋଖରୀ ରୁ ମୃତଦେହ ଉଦ୍ଧାର କରାଯାଇଛି  | ମୃତକ ଜଣକ ଯୋଗୀବାହାଳ ଗାଁ ର ଶୋଭାରାମ ଭୋଇ (35)ବୋଲି ଜଣା ପଡିଛି | ସିନାପାଲି ଥାନା ରେ ମୃତକ ଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ଗତ 11ତାରିଖ ରୁ ନିଖୋଜ ଥିବା ଅଭିଯୋଗ କରିଥିବା ବେଳେ କାଲି ଅପରାହ୍ନ ରେ ଶୋଭାରାମ ଙ୍କ ମୃତଦେହ ନିକଟସ୍ଥ ପୋଖରୀ ରୁ ଉଦ୍ଧାର କରାଯାଇଛି | ମୃତ ଦେହ ଉଦ୍ଧାର ପରେ ତାଙ୍କୁ ହତ୍ୟା କରି ପୋଖରୀ ରେ ଫିଙ୍ଗିଦେଇଥିବା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି !ସ୍ତ୍ରୀ କରିଥିବା ଅଭିଯୋଗ ଅନୁସାରେ ଶୋଭାରାମ ଉଦ୍ୟାନବିଭାଗ ରେ ଜଗୁଆଳି ଭାବେ କାର୍ଯ୍ୟରତ ଥିଲେ | ଗତ 11ତାରିଖ ଦିନ ଶୋଭାରାମ ଙ୍କ ସହକର୍ମୀ କପିଆ ଗାଁ ର ଶଙ୍କର ଖରସେଳ ସହ ଉଦ୍ୟାନ ରେ ଦିଆ ଯାଉଥିବା ଖତ କୁ ନେଇ ପାଟି ତୁଣ୍ଡ ହୋଇଥିଲା ଓ ସେହିଦିନ ଠାରୁ ଶୋଭାରାମ ନିଖୋଜ ଥିଲେ  | ପରିବାର ଲୋକେ ଦୁଇ ଦିନ ଧରି ଖୋଜାଖୋଜି ପରେ ନ ମିଳିବାପରେ ସିନାପାଲି ଥାନା ରେ ଅଭିଯୋଗ କରିଥିଲେ !ଅଭିଯୋଗ କାରିବାର କିଛି ଘଣ୍ଟା ପରେ ନିକଟସ୍ଥ ପୋଖରୀରେ ତାଙ୍କ ମୃତ ଦେହ ଭାଷୁଥିବା ଦେଖିବାକୁ ମିଳିଥିଲା | ସେ ବ୍ୟବହାର କରୁଥିବା ଠେଙ୍ଗା ମଧ୍ୟ ପୋଖରୀ ହୁଡ଼ା ରେ ଥିବା ଏକ ଗଛମୂଳେ ପଡିଥିଲା | ସିନାପାଲି ପୋଲିସ ପହଂଚି ଶବ ଜବତ କରି ବ୍ୟବେଛେଦ ପଠାଗଲା | ଏନେଇ ସିନାପାଲି ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରିରହିଛି | ଶବ ବ୍ୟବଛେଦ ପରେ ପ୍ରକୁତ କଥା ଜଣା ପଡିବ ବୋଲି ସିନାପାଲି ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ କହିଛନ୍ତି| 

0
0
0
s2sdefault