କରୋନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ୧୫ ମାସର ଶିଶୁର ଗଲା ଜୀବନ
ଆଜି ଆଗପଛ ହୋଇ ଖୋର୍ଦ୍ଧା ଓ ଗଂଜାମ
ଭୁବନେଶ୍ୱର : ଆଜି ରାଜ୍ୟରୁ ୫୪୩ କରନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୩୫୪ ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ୧୮୯ ଜଣ | ଫଳରେ ରାଜ୍ୟରେ ପଜିଟିଭ ସଂଖ୍ୟା ୧୪୨୮୦ ପହଂଚିଛି | ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୨୯କୁ ବୃଦ୍ଧି ପାଇଛି |
ଆଜି ୪ ଜଣଙ୍କ ହୋଇଛି ଦେହାନ୍ତ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ | କଟକ, ଖୋର୍ଦ୍ଧା, ଗଂଜାମ ଓ ଭୁବନେଶ୍ୱରରୁ ଜଣେ ଜଣେ ପ୍ରାଣ ହରାଇଥିବା | ଅନ୍ୟ କାରଣରୁ ଜଣେ କେନ୍ଦ୍ରାପଡ଼ାରୁ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | ସେମାନଙ୍କ ବୟସ ୭୧ବର୍ଷ, ୪୦ ବର୍ଷ, ୮୦ ବର୍ଷ ଓ ୭୧ ବର୍ଷ | ଆଉ ସବୁଠାରୁ ଦୁଃଖର ବିଷୟ କରୋନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଜଣେ ୧୫ ମାସର ଶିଶୁର ଜୀବନ ଯାଇଛି | ଶିଶୁଟିର ମୃତ୍ୟୁ GM 1 Gangliosidosis. ଜନିତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି |
ଆଜି ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଂଜାମ ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ବୃଦ୍ଧି ପାଇଁ ୮୭ ଜଣ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ ୫୨, କଟକ ୩୯, ଗଜପତି ୨୯ , ରାୟଗଡା ୨୪, କେନ୍ଦୁଝର ଓ ମୟୁରଭଞ୍ଜ ୨୨ଜଣ ଲେଖାଏ , ଜଗତସିଂହପୁର ୧୫, ମାଲକାନଗିରି ୧୧, କେନ୍ଦ୍ରାପଡା ୧୦, ବାଲେଶ୍ୱର ୮ଜଣ, ପୁରୀ ଓ ବୌଧ ୭ଜଣ ଲେଖାଏ , ଝାରସୁଗୁଡା ୬, ବଲାଙ୍ଗୀର ୫, ବରଗଡ ୩, ଢେଙ୍କାନାଳ ଓ ସମ୍ବଲପୁରରୁ ୨ଜଣ ଲେଖାଏ, ନୟାଗଡ, ଯାଜପୁର, ଭଦ୍ରକ, ଅନୁଗୁଳ ଜଣେ ଲେଖାଏ |











