ବରଗଡ :- ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅନେକ ଲୋକ ଅନେକ ପ୍ରକାର ସ୍ୱତନ୍ତ୍ର ଆୟୋଜନ କରିଥାନ୍ତି । ହେଲେ ବର୍ତ୍ତମାନ ବିଶ୍ୱ ଯେଉଁଭଳି ପରିସ୍ଥିତି ଦେଇ ଗତି କରୁଛି ତାହା ସମସ୍ତ ଙ୍କୁ ଜଣା । ତାଉପରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ରହିଛି । ତଥାପି ଅନେକ ଲୋକ ଏହି ଘଡିସନ୍ଧି ମୁହୂର୍ତ୍ତରେ ନିଜର ବ୍ୟକ୍ତି ଗତ ଉତ୍ସବ ସବୁକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହିଭଳି ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ବରଗଡ଼ ଜିଲ୍ଲା , ଚକରକେନ୍ଦ ନିକଟସ୍ଥ ସସ୍ତୁପାଲି ଗ୍ରାମର ଭୁବନେଶ୍ବର ଏବଂ ଦିବ୍ୟକାନ୍ତି ଙ୍କ ବିବାହ ଉତ୍ସବରେ । ଏହି ବିବାହ ଉତ୍ସବ ଅବସରରେ ବରଗଡ଼ ଜିଲ୍ଲାର ସ୍ବେଚ୍ଛାସେବୀ ସଂସ୍ଥା ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ନିଜ ବିବାହ ଉତ୍ସବ ରେ ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ ଉଭୟ ନବ ଦମ୍ଫତ୍ତି ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ନିଷ୍ଠା ପରିବାରର କର୍ମକର୍ତ୍ତା , ନବବିବାହିତଙ୍କର ପରିବାର ବର୍ଗ ଙ୍କର ସମ୍ପର୍କୀୟ ଓ ସ୍ଥାନୀୟ ବୁଦ୍ଧିଜୀବୀ । ଆଜିର ମହତ ଆୟୋଜନ ଅଂଚଳ ପାଇଁ ଚର୍ଚାର ବିଷୟ ହୋଇଛି। ଏହି ବିବାହ କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ରେ ନିଷ୍ଠାପରିବାର ର ସଭାପତି ରକ୍ଷପାଲ ସାହୁ,ମଦନମୋହନ ଦାଶ,ଲବ ସାହୁ,ଲିଂଗରାଜ ସାହୁ ଓ ସେହି ଅଂଚଳ ର ଘନଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।











