ହେଡଲାଇନସ୍:

୩ ଦିନିଆ ସଟଡାଉନ୍ ରେ ପାରଳାଖେମୁଣ୍ଡି : ସହରରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ଓ ପୋଲିସ ପହରା ଜୋରଦାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ସହରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ରଖିବା ସହ ଏହାର ରୋକିବା ଦିଗପ୍ରତି ଦୃଷ୍ଟି ଆଗରେ ରଖି ପାରଳାଖେମୁଣ୍ଡି ସହରକୁ ଜୁଲାଇ ୧୦ ତାରିଖ ଠାରୁ ଜୁୁୁଲାଇ ୧୨ ତାରିଖ  ୩ ଦିନ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । 

ଏହି ୩ ଦିନିଆ ସଟଡାଉନ୍ ସମୟରେ ସ୍ୱାସ୍ଥ୍ୟ ବିଭାଗୀୟ ଟିମ୍ ଘର ଘର ବୁଲି ଘର ପରିବାର ଲୋକଙ୍କୁ କରୋନା ଜନିତ ଲକ୍ଷଣ ଉପରେ ପଚାରି ବୁଝିବା ସହ  ଉପକରଣ ସାହାଯ୍ୟରେ ସ୍ବାସ୍ଥ୍ୟର ଥର୍ମାଲ ଟେଷ୍ଟ କରୁଛନ୍ତି । ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ , ଯିବା ଆସିବା କରୁଥିବା ଲୋକ ଓ ଯାନବାହାନ ପ୍ରତି ଏବଂ ସୀମାନ୍ତ ଜିଲ୍ଲା ଗଂଜାମ , ରାୟଗଡା  ସମେତ ପଡୋଶୀ ଆନ୍ଧ୍ରପ୍ରଦେଶ ପଟରୁ ଗଜପତି ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍ କରି ସେଠାରେ ନାକା ଲଗାଇ ପୋଲିସ ପହରାକୁ ଜୋରଦାର କରାଯାଇଛି ।

ପାରଳାଖେମୁଣ୍ଡି ସହରର ୮ ଟି ସାହିବସ୍ତି ଅଞ୍ଚଳରେ ଏବଂ ସେହି ସାହିବସ୍ତି ଅଞ୍ଚଳ ଗୁଡିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ତଥା ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ପାରଳାଖେମୁଣ୍ଡି ସହରରେ କରୋନା ମହାମାରୀ ଅତ୍ୟନ୍ତ ଉଦବେକ ଜନକ ସ୍ଥିତିରେ ରହିଛି ।  ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆଦୌ କମିବାର ନାମ ଧରୁନି । ସମ୍ଭାବ୍ୟ ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସହରରେ ଜିଲ୍ଲାପାଳ ଅନୁପମ ସାହା  ୩ ଦିନ ପାଇଁ  ସଟଡାଉନ୍ ଘୋଷଣା କରିଛନ୍ତି ।   

ଏହି ୩ ଦିନ ସଟଡାଉନ୍ ସମୟରେ ସ୍ୱାସ୍ଥ୍ୟ ବିଭାଗର ୬୦ ଜଣିଆ ଟିମ୍ ଘରକୁ ଘର ବୁଲି ପଲସ୍ ଅକ୍ସିମିଟର ଏବଂ ଇନ୍ଫା ରେଡ୍ ଥର୍ମାମିଟର ଦ୍ବାରା ଲୋକଙ୍କ ସ୍କ୍ରିନିଂ କରୁଛନ୍ତି। ୧୬ ଟି ସେକ୍ଟର ଅଫିସର ଟିମ୍ ଏବଂ ୪ଟି ପୋଲିସ ପେଟ୍ରୋଲିଂ ଟିମ୍ କାର୍ଯ୍ୟରତ ରହିଛନ୍ତି ।

 ୩ ଦିନ ସଟଡାଉନ୍ ସମୟରେ ଜନସାଧାରଣ ଘରେ ରହିବେ। ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟ ଟିମକୁ ସହଯୋଗ କରନ୍ତୁ ଓ ନିଜ ଆଡୁ ଲକ୍ଷଣ ଟିମ୍ କୁ ଜଣାଇ ଦିଅନ୍ତୁ। ନିଜ ପାଇଁ , ନିଜର ଜୀବନ ବଞ୍ଚାଇବେ , ନିଜ ପରିବାରର ଜୀବନ ବଞ୍ଚାଇବେ ଏବଂ ସହର ପାଇଁ ହିତକରିବେ ତେଣୁ ନିଜ ପାଖରେ ଲକ୍ଷଣ ଲୁଚାଇ ରଖନ୍ତୁ ନାହିଁ ବୋଲି  ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଅନୁରୋଧ କରି କହିଛନ୍ତି।

 

0
0
0
s2sdefault