ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁରର ବିଶିଷ୍ଠ ବ୍ୟବସାୟୀ ତଥା ସମାଜସେବୀ, ସାମ୍ବାଦିକ ନରେଶ କୁମାର ଅଗ୍ରୱାଲ ଙ୍କୁ ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ର ଶାସନ ଠାରେ ଆଜି ସ୍ପଷ୍ଟ ଦିବାଲୋକ ରେ ବନ୍ଧୁକ ମୁନରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ଶାସନ ଥାନାରେ ଏତେଲା ଦିଆଯାଇଛି । ସେ ନିଜ କାର ନମ୍ବର ଓଡ଼ି ୧୫ କେ ୬୭୮୯ ରେ ରେମେଡ଼ ସ୍ଥିତ ନିଜ ଘରୁ ରୁ ଶାସନ ଯାଇଥିଲେ l ରାଜପଥ କଡରେ କୌଣସି ଏକ କାମ ରେ ଡ୍ରାଇଭର ଯାଇଥିବା ସମୟରେ କିଛି ଦୁର୍ବୁତ ତାଙ୍କୁ ସେଠାରୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହା ସହିତ ଦୁର୍ବୁତ ମାନେ କାର ଟିର ଆଗ ଚକ ୨ ଟିର ପବନ ଖୋଲି ଦେଇଥିବା ଜଣାଯାଇଛି l ଏ ସମ୍ପର୍କ ରେ ଅପହୃତ ନରେଶ କୁମାର ଅଗ୍ରୱାଲ ଙ୍କ ପୁଅ ଦୀପକ ଅଗ୍ରୱାଲ ଶାସନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଘଟଣା ସ୍ଥଳକୁ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼. କନୱାର ବିଶାଳ ସିଂ ପହଂଚି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି l ପୋଲିସ ୫ ଟି ଟିମ ଗଠନ କରି ଘଟଣା ଉପରେ ନଜର ରଖି ଅନୁସନ୍ଧାନ କରୁଛି l ଅପହୃତ ନରେଶ କୁମାର ଅଗ୍ରୱାଲ ଙ୍କ ଡ୍ରାଇଭର କୁ ପୋଲିସ ଶାସନ ଥାନା ରେ ଅଟକ ରଖି ପଚରାଉଚାରା ଜାରୀ ରଖିଛି l