ହେଡଲାଇନସ୍:

ଗଞ୍ଜାମ-ନୟାଗଡ଼ ସୀମା ସିଲ କଲା ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ଓଡ଼ଗାଁ ଅଂଚଳରେ କରୋନା ସଂକ୍ରମିତ ସଂଖ୍ୟାବୃଦ୍ଧି କାରଣରୁ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ  ଉପ-ଜିଲ୍ଲାପାଳ ଆଜି ନୟାଗଡ଼-ଗଞ୍ଜାମ ଜିଲ୍ଲା ସିମାକୁ ସିଲ କରିଛନ୍ତି । ଗଣମାଧ୍ୟମରେ ଗଞ୍ଜାମ-ନୟାଗଡ଼ ସିମାନ୍ତକୁ ସିଲ କରିବା ପାଇଁ ବହୁବାର ଦାବି ହୋଇ ଆସୁଥିବା ବେଳେ ବୁଧବାର ମଧ୍ୟାହ୍ନରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଓଡ଼ଗାଁ ତହସିଲଦାର, ସ୍ଥାନୀୟ ଜନପ୍ରତିନିଧି ଏବଂ ସ୍ପେଶାଲ ପୋଲିସ ସ୍କ୍ୱାଡ଼ଙ୍କ ସହାୟତାରେ ନୟାଗଡ଼-ଗଞ୍ଜାମ ଜିଲ୍ଲା ସଂଲଗ୍ନ ରାଜ୍ୟ ସଡ଼କର ରୋହିବାଙ୍କ ବାଘୁଆ ରାସ୍ତା, ସୁନାମୁହିଁ ପଂଚୟତର ମାଳିଆଝୋଲାରାସ୍ତା ଏବଂ କୁରାଳ ଦେଇ ଗଞ୍ଜାମ ଜିଲ୍ଲାକୁ ଯାଇଥିବା ନାଉରୀଆଗୋଡ଼ ରାସ୍ତାକୁ ଆଜି ସିଲ କରିଛନ୍ତି । ମାଳିଆଝୋଲା ରାସ୍ତାକୁ ସମ୍ପୁର୍ଣ୍ଣ ସିଲ କରାଯାଇଥିବା ବେଳେ ରୋହିବାଙ୍କ ବାଘୁଆ ରାସ୍ତା ଏବଂ ନାଉରୀଆଗୋଡ଼ ରାସ୍ତାରେ ପୋଲିସ ଚେକ ବ୍ୟବସ୍ଥା କରାଯାଇଛି । ଗଞ୍ଜାମ ଜିଲାରୁ ନୟାଗଡ଼ ଜିଲାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଜାତାୟତ ସମ୍ପୁର୍ଣ୍ଣ ରୁପେ ବନ୍ଦ ରହିବା ବେଳେ କେବଳ ଖାଦ୍ୟସାମଗ୍ରୀ, ଆମ୍ବଲାନ୍ସ ଇତ୍ୟାଦି ଜରୁରୀ କାଳୀନ ସେବାରେ ନିୟୋଜିତ ଗାଡି ଗୁଡିକ ଜାତାୟତ କରିପାରିବା ନେଇ ପୋଲିସ ପ୍ରଶାସନକୁ ଜଣାଇଦିଆଯାଇଛି ।   

 

0
0
0
s2sdefault