ହେଡଲାଇନସ୍:

୧୦ ଜୁଲାଇ ଠାରୁ ୧୨ଜୁଲାଇ ୩ ଦିନ ଧରି ପାରଳାଖେମୁଣ୍ଡିକୁ ସଟଡାଉନ୍ ଘୋଷଣା କଲେ ଗଜପତି ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସନ୍ତା କାଲି ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୭ ଘଣ୍ଟା ଯାଏ ସମସ୍ତ ଦୋକାନ ବଜାର ଖୋଲା ରହିବ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ କିଛି ଦିନ ହେଲା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଆଖିଆଗରେ ରଖି କି ଶୁକ୍ରବାର , ଶନିବାର ,ରବିବାର ୩ଦିନ ପାରଳାଖେମୁଣ୍ଡି ସହରକୁ ସଟଡାଉନ୍ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା। ପୂର୍ବରୁ ସପ୍ତାହ ରେ ଶନିବାର ,ରବିବାର ଦିନ ସଟଡାଉନ୍ ହେଉଥିଲା , ଏହାକୁ ଆଉ ଗୋଟିଏ ଦିନ ବଢାଇ ଦିଆଯାଇଛି।ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର ୬୦ଜଣିଆ ଟିମ୍ ଘରକୁ ଘର ବୁଲି ପୋଲସ୍ ସକ୍ସିମିଟର ଏବଂ ଇନ୍ଫା ରେଡ୍ ଥର୍ମାମିଟର ଦ୍ବାରା ଲୋକଙ୍କ ସ୍କ୍ରିନିଂ କରାଯିବ।

 ୩ ଦିନ ସଟଡାଉନ୍ ସମୟରେ ଜନସାଧାରଣ ଘରେ ରହିବେ। ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟ ଟିମକୁ ସହଯୋଗ କରନ୍ତୁ ଓ ନିଜ ଆଡୁ ଲକ୍ଷଣ ଟିମ୍ କୁ ଜଣାଇ ଦିଅନ୍ତୁ। ନିଜ ପାଇଁ , ନିଜର ଜୀବନ ବଞ୍ଚାଇବେ , ନିଜ ପରିବାରର ଜୀବନ ବଞ୍ଚାଇବେ ଏବଂ ସହର ପାଇଁ ହିତକରିବେ ତେଣୁ ନିଜ ପାଖରେ ଲକ୍ଷଣ ଲୁଚାଇ ରଖନ୍ତୁ ନାହିଁ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

 ୩ ଦିନ ସଟଡାଉନ୍ କୁ ଆଖି ଆଗରେ ରଖି ଆସନ୍ତା କାଲି ଯଥା ୦୯-୭-୨୦୨୦(ଗୁରୁବାର )ରେ ସମସ୍ତ ଦୋକାନ ବଜାରକୁ ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା। ପାରଳାଖେମୁଣ୍ଡି କୁ ସଂଯୋଗ କରୁଥିବା ଗଞ୍ଜାମ , ରାୟଗଡ,  ଓ ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ଜିଲ୍ଲାର ରାସ୍ତାକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଅନୁପମ ସାହା।

0
0
0
s2sdefault