ହେଡଲାଇନସ୍:

କୁଟୁରାଚୁଆଁ କଲେଜରେ ବନ ମହୋତ୍ସବ ଓ  ପରିବେଶ ଉପରେ କବିତା ପାଠ  l   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର-କୁଚିଣ୍ଡା, (ରମାକାନ୍ତ ବିଶ୍ବାଳ ): କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ରେ ଆଜି କୁଚିଣ୍ଡା ରେଞ୍ଜ ଆନୁକୁଲ୍ୟରେ  ସାମାଜିକ ଦୁରତା ପାଳନ କରି ବନମୋହେତ୍ସବ ପାଳିତ ହୋଇଯାଇଅଛି। ଏହି ଅବସରରେ କଲେଜ ର ଅଧକ୍ଷ ସୁବାଷ ନାଏକ , କବି ଓ ସମାଜ ସେବୀ ଅଲେଖ ପତୀ, କୁଚିଣ୍ଡା ଜଙ୍ଗଲ   ବିଭାଗର ରେଞ୍ଜର ଗଗନ ବିହାରି ମଲ୍ଲିକ ,ପରିଚାଳନା କମିଟୀ ର ପୂର୍ବତନ ସଭ୍ୟା ଲଲାଟେନ୍ଦୁ ପଟେଳ, ଚନ୍ଧନିମାଳ ବିଦ୍ୟାଳୟ ର ଶିକ୍ଷୟତ୍ରି କଲ୍ୟାଣି ପଟେଳ,ପରିଚାଳନା କମିଟୀ ର ରାଜେନ୍ଦ୍ର ମହାପାତ୍ର,ସଭ୍ୟା ସନ୍ଧ୍ୟାରାଣୀ ରାଏ,କବିୟତ୍ରି ରଜନୀ ପଟେଳ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।       

 ମହାବିଦ୍ୟାଳୟର ର ନୂତନ କ୍ୟାମପସ୍ ଓ ପୂରାତନ  କ୍ୟାମପସ୍  ରେ ସମସ୍ତ ଅତିଥୀ ମାନେ ବୃକ୍ଷରୋପଣ କରିଥିଲେ। କଲେଜ ର ଅଧ୍ୟାପକ ନିଳାଞଳ ତିଓ୍ବାରୀ,ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ,ଅଧ୍ୟାପକ ସତ୍ୟନାରାୟଣ ପଟେଳ,ଅଧ୍ୟାପିକା ଭାବନା ପାଣ୍ଡେ,ଲାଇବ୍ରେରିୟନ ଦେବାନନ୍ଦ ମହାପାତ୍ର,ଡିଇଓ ସମିନ ରଞନ ନାଏକ,ପିଅନ ଜୟଦେବ ରାଉତ ଓ ଛାତ୍ର  ଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l ଏହି ଅବସରରେ ପରିବେଶ ଉପରେ ଏକ କବିତା ପାଠ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା l

0
0
0
s2sdefault