ହେଡଲାଇନସ୍:

ଜିଲ୍ଲାପାଳଙ୍କୁ ସତକହିବା କଣ ଅପରାଧ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲାପାଳଙ୍କୁ ସତକଥା କହି ଅଡୁଆରେ ଦୁଗ୍ଧ ଚାଷୀ

ନୂଆପଡା/ ଅମିତ ପୁରୋହିତ  ଜିଲ୍ଲାପାଳଙ୍କ ଅଚନାକ ପରିଦର୍ଶନରେ ଦୁଗ୍ଧ ଚାଷୀ ସତ କଥା କହିବା ତାଙ୍କୁ ଅଡୁଆରେ ପକାଇଥିଲା । ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ବୋଲି ସେହି ଚାଷୀଙ୍କ ଦୁଗ୍ଧକୁ ପାଣି ମିଶ୍ରିତ ବୋଲି ସୋସାଇଟି ଫେରାଇ ଦେଇଥିଲେ । ଶେଷରେ ଆଜି ଦୁଗ୍ଧ ଚାଷୀ ଗୋରସ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରେ ଜିଲ୍ଲାପାଳ ଦୁଗ୍ଧର ପରୀକ୍ଷା କରି ଚାଷୀଙ୍କ ଗୋରସ କିଣିବାକୁ ସିଡିଭିଓଙ୍କୁ ନିଦେ୍ର୍ଧଷ ଦେବାରୁ ଚାଷୀ ମାନେ ଫେରି ଯାଇଥିଲେ ।   

        ଗତ ଜୁଲଇ ୧ ତାରିଖ ସନ୍ଧ୍ୟାରେ ଜିଲ୍ଲାପାଳ ମଧୁସ୍ମିତା ସାହୁ କୋମନା ବ୍ଲକ ତରବୋଡ ଦୁଗ୍ଧ ସୋସାଇଟକୁ ଅଚାନକ ପରିଦର୍ଶନ କରିଥିଲେ । ସେଠାରେ ଦୁଗ୍ଧ କିଣା ବିକା ଉପରେ ଚାଷୀ ଓ ସୋସାଇଟି ସଭାପତି, ସମ୍ପାଦକଙ୍କୁ ପଚାରି ବୁଝିଥିଲେ । ଏହି ସମୟରେ  ଜଟଗଡ ଗାଁô ଚାଷୀ ସୁବୋଧ ପ୍ରଧାନ, ଗୋହିରାପଦର ଗାଁର ଗୋପିରଂଜନ ନିଆଲ ସଠିକ ଭାବେ ସବସିଡି ଟଙ୍କା ଓ ପ୍ରତି ୨୦/୨୨ ଦିନରେ ଦୁଗ୍ଧର ପାଉଣ ଦେଉଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ସୋସାଇଟି ସଭାପତି ଓ ସମ୍ପାଦକ ଦୁଇ ଜଣ ଚାଷୀଙ୍କୁ ନାଲି ଆଖି ଦେଖାଇ ଥିଲେ । ତାପର ଦିନ ସକାଳୁ ଉଭୟ ଚାଷୀଙ୍କ ଗୋରସକୁ ପାଣି ମିଶ୍ରିତ ବୋଲି ବଦନାମ କରି ଫେରଇ ଦେଇଥିଲେ । ସେଠାରେ ଉଭୟ ଚାଷୀ ତାଙ୍କର ଗୋରସକୁ କିଣିବାକୁ ବହୁ ଅନୁରୋଧ କରିଥିଲେ ବି ଶୁଣିନଥିଲେ । ଏଭଳି ୪ ଦିନ ଧରି ଉଭୟ ଚାଷୀଙ୍କ ଗୋରସକୁ ଫେରାଇ ଦେଇଥିଲେ । କାହିକି ଆମର ଗୋରସ କୁ କିଣିବ ନାହିଁ ବୋଲି ଉଭୟ ଚାଷୀ ପ୍ରଶ୍ନ କରିବାରୁ ତମେ ଯାହା କରୁଛ କର , ସିଡିଭିଓ, ଜିଲ୍ଲାପାଳଙ୍କୁ କହିଲେ ବି ଆମେ କିଣିବୁ ନାହିଁ । ସୋସାଇଟି ଆମର ଆମ ମନଇଚ୍ଛା କିଣିବୁ ନହେଲେ ନାହିଁ ବୋଲି ରୋକଠୋକ୍ କହିଥିଲେ । ଗତକାଲି ଉଭୟ ଚାଷୀ ଓମଫେଡ ସମ୍ପାଦକଙ୍କୁ ମଧ୍ୟ ଫୋନରେ ଅଭିଯୋଗ କରିଥିଲେ । ସେଠି ତାଙ୍କର ଗୋରସକୁ କିଣାଯିବ ବୋଲି ସୋସାଇଟିକୁ ପଠାଇଥିଲେ । ହେଲେ ସୋସାଇଟି ସଭାପତି ଓ ସମ୍ପାଦକ ଓମଫେଡ ସମ୍ପାଦକଙ୍କ ନିଦେ୍ର୍ଧଷକୁ ବେଖାତିର କରି ଗୋରସ କିଣି ନ ଥିଲେ । ଶେଷରେ ଆଜି ଚାଷୀ ନିରାଶ ହୋଇ ଉଭୟ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଚାଷୀ ମାନେ ଗୋରସକୁ ନେଇ ଜିଲ୍ଲାପାଳଙ୍କୁ ଦେଖା କରି ଆପଣଙ୍କୁ ସତ କଥା କହିବାରୁ ଆମର ଗୋରସ କିଣୁ ନାହାନ୍ତି ବୋଲି କହିଥିଲେ । ସେଠି ଗୋସରକୁ ଜିଲ୍ଲାପାଳ ପରୀକ୍ଷା ନିରୀକ୍ଷା କରିଥିଲେ । ଗୋରସର ମାନ ଠିକ୍ ଥିବା ସତ୍ତେ୍ୱ କାହିକି ଚାଷୀଙ୍କ ଗୋରସ କିଣୁ ନାହଁ ଓ ଉଭୟ ଚାଷୀଙ୍କ ଗୋରସକୁ ନିୟମିତ ଭାବେ କିଣିବାକୁ ସିଡିଭିଓଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଶେଷରେ ଜିଲ୍ଲାପାଳଙ୍କ ନିର୍ଭରଯୋଗ୍ୟ ପ୍ରତିଶୃତି ପାଇ ଉଭୟ ଚାଷୀ ଫେରି ଯାଇଥିଲେ । ତେବେ ସରକାର ଦୁଗ୍ଧ ଚାଷୀଙ୍କ ଉନ୍ନତି ସକାଶେ ଅନେକ ଯୋଜନା କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀ ହେଉ କି ସୋସାଇଟି ସଭାପତି ଓ ସମ୍ପାଦକଙ୍କ ଏଭଳି ମନମୁଖି କାର୍ଯ୍ୟାକଳାପ ପାଇଁ ଚାଷୀଙ୍କ ବିକାଶ ହୋଇ ପାରୁନାହିଁ । ଏଠି ନିରିହ ଚାଷୀଙ୍କୁ ବିନା କାରଣରେ ହଇରାଣ ହରକତ କରି ଗୋରସକୁ ଫେରାଇ ଦେଇଥିବାରୁ ଦୁଗ୍ଧ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏନେଇ ସିଡିଭିଓ ତ୍ରିଲୋଚନ ଧଲଙ୍କୁ ପଚାରିବାରୁ, ଏହା ଆମ କାମ ନୁହେଁ । ସୋସାଇଟି କଥା ସେମାନେ ବୁଝିବେ । ଆମେ କିଛି କରି ପାରିବୁ ନାହିଁ ବୋଲି କଥାକୁ ଏଡାଇ ଦେଇଥିଲେ

0
0
0
s2sdefault