ହେଡଲାଇନସ୍:

ତୈଳବୃଦ୍ଧିକୁ ନେଇ  ବ୍ରଜରାଜନଗରରେ ତେଜିଲା ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କଲାକଂଗ୍ରେସ। 

ଝାରସୁଗୁଡ଼ା :(ସୁବାଷ ସହାରେ) -ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ପେଟ୍ରୋଲିୟମ ତେଲର ଦରହ୍ରାସ ହୋଇଥିବା ସତ୍ତ୍ୱେ, ଭାରତରେ ପେଟ୍ରୋଲ ଓ ଡିଜେଲର ଦର ଆକାଶଛୁଆଁ ହେବା ବିରୋଧରେ ଆଜି ବ୍ରଜରାଜନଗର ଟାଉନ କଂଗ୍ରେସ ତରଫରୁ କୋଭିଡ-19ର ସମସ୍ତ କଟକଣାକୁ ମାନି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ  ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ପତ୍ରରେ ତେଲ ଉପରେ ଅତିରିକ୍ତ ଏକ୍ସାଇଜ ଡ୍ୟୁଟି ଲଗାଇ ଜନସାଧାରଣଙ୍କ ଉପରେ ଆର୍ଥିକ ବୋଝ ଲଦିବାକୁ ଦେଇଛନ୍ତି କେନ୍ଦ୍ର ସରକାର ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛନ୍ତି। ଦଳର କାର୍ଯ୍ୟକର୍ତ୍ତା ଦାବି ରଖିଛନ୍ତି ତୈଳଦରକୁ ଲକଡାଉନ ପୂର୍ବର ଦାମକୁ ଫେରାଇ ଅଣାଯାଉ ଏବଂ ଯେଉଁ ଅତିରିକ୍ତ ରାଶି ଏ ମଧ୍ୟରେ ସରକାର ଲାଭ କରିଛନ୍ତି, ସେହି ରାଶିକୁ ଗରିବ ଖଟିଖିଆଙ୍କ କାର୍ଯ୍ୟରେ ଲଗାଯାଉ। 

ସୂଚନାଯୋଗ୍ୟ ଯେ ଏହି ପ୍ରତିବାଦ ସଭାରେ ବ୍ରଜରାଜନଗର ଟାଉନ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ପ୍ରମୋଦ ପଣ୍ଡା, କଂଗ୍ରେସ କର୍ମକର୍ତ୍ତା ସଂଯୁକ୍ତା ମହାପାତ୍ର, କିରଣ ଦାସ, ଗୁଡ୍ଡୁ ଦାସ, ଆଡଭୋକେଟ ସୁନୀଲ ଦାସ, ଅମନ ଘୋଷ,  ରାମଦାସ ପଣ୍ଡା,ରାଜେଶ ସହିସ, ପ୍ରଶାନ୍ତ ବିଶି, ଗୋକୁଲ ତାଣ୍ଡି, ନୃପ ରାଉତ, ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ ସିୟାରାମ ଦାସ, ଶାହରୁଖ ଖାନ,ପ୍ରଦିପ୍ତା ପାତ୍ର, ଭଗିରଥ ପାତ୍ର, ସଂଜୟ ମହାପାତ୍ର, ପ୍ରଭୃତି ଯୋଗ ଦେଇଥିଲେ।

0
0
0
s2sdefault