ହେଡଲାଇନସ୍:

ଆଜି ଶ୍ରୀଜୀଉଙ୍କ ଅଧର ପଣା ନୀତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ(ଅନିମେଶ ପଟ୍ଟନାୟକ) : ଆଜି ତିନି ରଥରେ ଭଙ୍ଗାଯିବ ଅଧରପଣା । ତ୍ରୟୋଦଶୀ ତିଥିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧର ପଣା ଭୋଗ ଲଗାଯିବା ପରମ୍ପରା ରହିଛି । ମଧ୍ୟାହ୍ନ ଧୂପ ବଢିବା ପରେ ଅଧର ପଣା ନୀତି ପାଇଁ  ପ୍ରସ୍ତୁତି ଆରମ୍ଭ ହେବ । ସନ୍ଧ୍ୟା ୮ଟାରେ ଅଧର ପଣା ଭୋଗ ଲଗାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି ।

ଇତିହାସ କହେ ରଥରେ ଅବସ୍ଥାନ କରୁଥିବା ଚଣ୍ଡି-ଚାମୁଣ୍ଡାଙ୍କ ଶାନ୍ତି ପାଇଁ ମହାପ୍ରଭୁଙ୍କ ଏହି ନିିିିଆରା ନୀତି ପରମ୍ପରା ରହିଅଛି। କଥାରେ ଅଛି ମହାପ୍ରଭୁଙ୍କ ରଥଯାତ୍ରାରେ ଅନେକ ଦେବା ଦେବୀ, ଚଣ୍ଡୀ ଚାମୁଣ୍ଡା ଆଦି ମଧ୍ୟ ଯାଇଥାନ୍ତି । ବାହୁଡାରେ ମଧ୍ୟ ଅନୁରୂପ ଭାବେ ସେମାନେ ସିଂହ ଦ୍ବାର ପ୍ରସ୍ଥାନ କରିଥାନ୍ତି।  ଶ୍ରୀମନ୍ଦିର  ପ୍ରବେଶ ପୂର୍ବରୁ ମହାପ୍ରଭୁଙ୍କୁ ଭୋଗ ଲାଗିଥିବା ଅଧର ପଣାକୁ ପାନ କରି ଦେବା ଦେବୀ, ଚଣ୍ଡୀ ଚାମୁଣ୍ଡା ମାନେ ଶାନ୍ତି ହୁଅନ୍ତି । 

ରଥ ଉପରେ ମହାପ୍ରଭୁଙ୍କ ଛାତି ଉପର ପର୍ଯ୍ୟନ୍ତ ଆକୃତିର ତିନୋଟି ବଡ ବଡ ଲମ୍ବା ହାଣ୍ଡିରେ ଅଧରେ ପଣା ଭୋଗ କରାଯାଏ । ୯ଗୋଟି ହାଣ୍ଡିରେ ପଣାକୁ ରଥ ଉପରେ ଭୋଗ କରାଯାଇଥାଏ । ଏହି ହାଣ୍ଡିକୁ କୁମ୍ଭକାର ସେବକ ମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଥାନ୍ତି । ଛାଚି, ସର, ଖୀର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ସାମଗ୍ରୀ ସବୁ ପଣାରେ ବ୍ୟବହାର କରାଯାଇଥାଏ । ମହାପ୍ରଭୁଙ୍କ ସେବକ ମାନେ ଏହି ପଣା ପ୍ରସ୍ତୁତ କରିଥାନ୍ତି ।  ଅଧର ପଣା ପାଇଁ ରାଘବଦାସ ମଠ ଓ ବଡ ଓଡିଆ ମଡେଲ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ପ୍ରସ୍ତୁତି କରିଥାନ୍ତି।  ଚତୁର୍ଦ୍ଧାମୁର୍ତିଙ୍କୁ ଭୋଗ ଲାଗିଲା ପରେ ଏହି ଅଧର ପଣା ହାଣ୍ଡିକୁ ତିନି ରଥ ଉପରେ ଭଙ୍ଗାଯାଇଥାଏ । 

ସୂଚନା ଥାଉକି ଗତକାଲି ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଥିଲା । ଆଜି ଅଧର ନୀତି ପରେ ଆସନ୍ତା କାଲି ନିଳାଦ୍ରୀ ବିଜେ କରିବେ ଚତୁର୍ଦ୍ଧାମୁର୍ତି ।

0
0
0
s2sdefault