ହେଡଲାଇନସ୍:

ମନ୍ତ୍ରୀଙ୍କ କନ୍ୟା ବିରୋଧରେ ଶେଷରେ ଓହ୍ଲାଇଲା ଝାରସୁଗୁଡ଼ା ବିଜେପି। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟଙ୍କଧର 

ଝାରସୁଗୁଡ଼ା :(ସୁଭାଷ ସହାରେ) -ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ କନ୍ୟାଙ୍କ କୋଭିଡ-19ର ନିୟମ ଖିଲାପୀ ନେଇ ଶେଷରେ ମଇଦାନକୁ ଓହ୍ଲାଇଛନ୍ତି ରାଜ୍ୟ ବିଜେପି। ନୀରବତା ଭଙ୍ଗ କରି ଶେଷରେ ବିଜେପି ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ମୂଖ୍ୟମନ୍ତ୍ରୀଙ୍କୁ  ପତ୍ର ଲେଖି ନିଜର ବିରୋଧ ପ୍ରକଟ କରିଛନ୍ତି। 

ଶ୍ରୀ ତ୍ରିପାଠୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ସମଗ୍ର ଦେଶର ସରକାରଗୁଡ଼ିକ କୋଭିଡ-19 ର ମୁକାବିଲା ନିମନ୍ତେ ୯ ସୂତ୍ରୀ ନିୟମ ଲାଗୁ କରିଛନ୍ତି, ସେ ସମୟରେ ଏହାର ଉଲ୍ଲଘଂନ ସଂପୂର୍ଣ୍ଣ ଭାବରେ ଦୁର୍ଭାଗ୍ୟଜନକ ଅଟେ। ପ୍ରଥମ ନିୟମ ମୁତାବକ ଶାରୀରିକ ଦୂରତା ବଜାୟ ରଖିବା ଜରୁରୀ ଅଟେ, ମାତ୍ର ଏହି ପ୍ରଥମ ନିୟମକୁ ହିଁ ମନ୍ତ୍ରୀଙ୍କ କନ୍ୟା ଉଲ୍ଲଙ୍ଘନ କରିଥିବା ଦୁର୍ଭାଗ୍ୟଜନକ। ଏହାଛଡ଼ା ବିନା ଅନୁମତିରେ ଝାରସୁଗୁଡ଼ା ଡିଆରଡିଏ କନଫେରେନ୍ସ ହଲକୁ ବ୍ୟବହାର କରି ସେଠାରେ ୫୦ରୁ ଅଧିକ ଲୋକଙ୍କୁ ଜମା କରିବା ମଧ୍ୟ  ନିୟମ ବହିର୍ଭୂତ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଯେପରି ଭାବରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହା ନକରି କେବଳ ସ୍ଥାନୀୟ ଥାନାରେ ଏକ ମାମଲା ଦାୟର କରି ନିଜର ଦାୟିତ୍ୱ ସାରି ଦେଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। 

ମୂଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏହି ପତ୍ରରେ ଶ୍ରୀ ତ୍ରିପାଠୀ ମନ୍ତ୍ରୀଙ୍କ କନ୍ୟାଙ୍କ ବିନାନୁମତିରେ ସରକାରୀ ଭବନ ବ୍ୟବହାର, କୋଭିଡ-19ର ନିୟମର ଉଲ୍ଲଘଂନ ଓ ଜିଲ୍ଲା ପ୍ରଶାସନର ପକ୍ଷପାତିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ ଏହି ଘଟଣା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

0
0
0
s2sdefault